Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ଅପହରଣ ପାଇଁ ଏକ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର
ବିଶେଷ ଖବର

ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ଅପହରଣ ପାଇଁ ଏକ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର

November 3, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର –

ଭାରତର ରିଜର୍ଭ ବ୍ୟାଙ୍କ ଗଠିତ ହେବାର ମାତ୍ର ବର୍ଷେ ପରେ ୧୯୩୬ ମସିହାରେ ଓଡିଶାର ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ସଦାଶିବ ମିଶ୍ର ଏକ ପ୍ରବନ୍ଧରେ ଆମକୁ ସତର୍କ କରାଇ ଦେଇ କହିଥିଲେ-  ରିଜର୍ଭ ବ୍ୟାଙ୍କ ସ୍ଵାଧୀନ ଭାବରେ ଭାରତର ରାଜନୀତିକ ମତ ଠାରୁ  ସଂପୂର୍ଣ୍ଣ ପୃଥକ ରହି ସମ୍ୟକ କାର୍ୟକାରୀ ନହେବା ଯାଏ ନୂଆ ଶାସନ ସଂସ୍କାର ଅନ୍ତତଃ କେନ୍ଦ୍ର ସରକାରରେ ପ୍ରଚଳନ ହୋଇପାରିବ ନାହିଁ। (ନବ ଭାରତ,ଧନୁ,୧୩୪୨) ଏହାର ଠିକ ଅଶି ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ର ୨୭ତମ ଗଭର୍ଣ୍ଣର ରଘୁରାମ ରାଜନ ସେଇ ସମାନ କଥା କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଅଶି ବର୍ଷ ପୂର୍ତ୍ତି ଅବସରରେ ରଘୁରାମ ରାଜନ ସେଇ ସମାନ ସ୍ଵାଧୀନତା ଓ ସ୍ୱାୟତ୍ତତା ର ପ୍ରଶ୍ନ ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କ କୌଣସି ରାଜନୈତିକ ବିଚାରର ଦାସ ହୋଇପାରିବ ନାହିଁ କିମ୍ବା ଏହା କୌଣସି ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦ୍ଵାରା ପରିଚାଳିତ ହେବନାହିଁ। ରାଜନ ତାଙ୍କର ପୂର୍ବସୂରୀ ଡକ୍ଟର ସୁବ୍ବା ରାଓଙ୍କ ମତକୁ ଉଦ୍ଧାର କରି ଲେଖିଛନ୍ତି- ମୁଁ ଆଶା କରୁଛି, ଏମିତି ଗୋଟେ ଦିନ ଆସିବଯେଉଁ ଦିନ ଦେଶର ଅର୍ଥମନ୍ତ୍ରୀଙ୍କୁ କହିବାକୁ ପଡିବ ଯେ ମୁଁ ରିଜର୍ଭ ବ୍ୟାଙ୍କ କୁ ନେଇ ସତରେ ବଡ ହତାଶ। ରାଗିକି ମୁଁ ହୁଏତ ଏକାକୀ ଚାଲିବାକୁ ବାହାରି ଯାଇପାରେ। କିନ୍ତୁ ମୋତେ କହିବାକୁ ପଡିବ ଯେ, ଯାହା ବି ହେଉ ଆମ ଦେଶରେ ଗୋଟେ ରିଜର୍ଭ ବ୍ୟାଙ୍କ ରହିଛି। ରଘୁରାମ ରାଜନ ଆଉ ପାଦେ ଆଗକୁ ଯାଇ କହୁଛନ୍ତି- କେବଳ ରିଜର୍ଭ ବ୍ୟାଙ୍କ ବଞ୍ଚିଲେ ହେବନାହିଁ, ଏହାର ନାହିଁ କରିପାରିବାର ଅଧିକାର କୁ ବଞ୍ଚାଇ ରଖିବାକୁ ପଡିବ। (ଆଇ ଡୁ ହ୍ଵାଟ ଆଇ ଡୁ, ରଘୁରାମ ରାଜନ)

 ସୁବ୍ବା ରାଓ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଆଜି ଏକପ୍ରକାର ସତ୍ୟ ରେ ପରିଣତ ହୋଇଛି। ଆଜିର ଅର୍ଥମନ୍ତ୍ରୀ ଓ ତାଙ୍କର ପରାମର୍ଶଦାତା ମଣ୍ଡଳୀ ରିଜର୍ଭ ବ୍ୟାଙ୍କ କୁ ନେଇ ପ୍ରବଳ ଭାବରେ ହତାଶ। ଆଜି ଦେଶର ଅର୍ଥନୈତିକ ଦୁରବସ୍ଥା ଲାଗି କେନ୍ଦ୍ର ସରକାର ବିଫଳ ହେବା ପରେ ଏହାର ସବୁ ଦୋଷ ରିଜର୍ଭ ବ୍ୟାଙ୍କ ମୁଣ୍ଡରେ ଲଦିଦେବାକୁ ସରକାର ଚେଷ୍ଟା କରୁଛନ୍ତି। ଏଯାଏ ସରକାରଙ୍କ ସାକ୍ଷୀ କଣ୍ଢେଇ ଭାବରେ କାମ କରୁଥିବା ଗଭର୍ଣ୍ଣର ଉର୍ଜିତ ପଟେଲ, ଏବେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ରେ ହସ୍ତକ୍ଷେପ ନକରିବାକୁ ଚରମ ବାଣୀ ଶୁଣେଇ ଦେଇଛନ୍ତି। ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ୟ ଏକ ଭାଷଣରେ ମୋଦୀ ସରକାର ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ନିଜର ରାଜନୈତିକ ବିଚାରଧାରା ଥୋପିବାକୁ ଚେଷ୍ଟା କରୁଛନ୍ତି ଓ ଏହା ଦେଶର ଅର୍ଥନୀତି  ପ୍ରତି ବଡ ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି। ବର୍ତ୍ତମାନ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ପ୍ରବଳ ମୁହାଁମୁହିଁ ଅବସ୍ଥା ଲାଗି ରହିଛି। ହୁଏତ ଅର୍ଥମନ୍ତ୍ରୀଙ୍କ ସମାଲୋଚନାରେ ଅତିଷ୍ଠ ହୋଇ ଊର୍ଜିତ ପଟେଲ ଇସ୍ତଫା ଦେଇପାରନ୍ତି। ଏ ଲେଖା ପ୍ରକାଶିତ ହେଲା ବେଳକୁ ହୁଏତ ଉର୍ଜିତ ପଟେଲ ଗଭର୍ଣ୍ଣର ନଥାଇ ପାରନ୍ତି!!

ବିମୁଦ୍ରାକରଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କୁ ନିଜ ବ୍ୟକ୍ତିଗତ ଇଛାର ମାଧ୍ୟମ ଭାବରେ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତି ଓ ବଜାର ବ୍ୟବସ୍ଥା କୁ ଏକପ୍ରକାର ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଉତ୍ତର ପ୍ରଦେଶ ନିର୍ବାଚନ କୁ ଆଖି ଆଗରେ ରଖି ସାରା ଦେଶର ଚଳନ୍ତି ବ୍ୟବସ୍ଥା(currency system) କୁ ମୋଦୀ ଏକପ୍ରକାର ସ୍ଥାଣୁ କରିଦେଲେ। ରିଜର୍ଭ ବ୍ୟାଙ୍କର କ୍ଷମତାକୁ ସଙ୍କୁଚିତ କରିବା ସହିତ ଏହାର ଦୈନନ୍ଦିନ କାର୍ଯକଳାପରେ ସରକାରୀ ହସ୍ତକ୍ଷେପ ବଢି ଚାଲିଲା। ପରିଶେଷରେ ଗାଈ ବିଷୟରେ ଭଲ ରଚନା ଲେଖି ପାରୁଥିବା ଏସ ଗୁରୁମୂର୍ତ୍ତିଙ୍କ ପରି ଲୋକଙ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ପଦରେ ବସାଇ ଦିଆଗଲା। ବିଜେପିର ବୈଚାରିକ ପିତୃ ସଂଗଠନ ଆରଏସଏସ ତରଫରୁ ରିଜର୍ଭ ବ୍ୟାଙ୍କକୁ ନିୟମିତ ସମାଲୋଚନା କରିବା ସହିତ ଏହାର ସ୍ଵାଧୀନତା ଲୁଟିନେବା ସପକ୍ଷରେ ଯୁକ୍ତି କରାଗଲା।

ଯାହାର ପରିଣତି ସ୍ଵରୂପ ଆଜି ରିଜର୍ଭ ବ୍ୟାଙ୍କ ଆଜି ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହେଉଛି। ତେବେ କେବଳ ରିଜର୍ଭ ବ୍ୟାଙ୍କ ନୁହଁ, ଦେଶର ଶାସନ ବ୍ୟବସ୍ଥାରେ ପ୍ରମୁଖ ଭୂମିକା ନେଉଥିବା ସ୍ଵାଧୀନ ସଂଗଠନ ଗୁଡିକ ଏବେ ସରକାରୀ ଉତ୍ପାତ ଯୋଗୁଁ ବ୍ୟତିବ୍ୟସ୍ତ। ସିବିଆଇ, ଆରବିଆଇ, ସିଏଜି, ନିର୍ବାଚନ କମିଶନ, ର’, ଇଡି ଭଳି ସଂସ୍ଥା ଆଜି ସଂପୂର୍ଣ୍ଣ ହତାଶ। ନିକଟରେ ସିବିଆଇ ଏକ ଦାନ୍ତ ନଥିବା ସଂସ୍ଥା ପାଲଟି ଯାଇଛି। ଏ ସଂସ୍ଥାର ମୁଣ୍ଡ ଗଣ୍ଡି କିଛି କାମ କରୁନି। ସିଏଜି ଅଛି କି ନାହିଁ ଜଣା ପଡୁନି। ନିର୍ବାଚନ କମିଶନ ସରକାରୀ ଦଳର ଇସାରାରେ ଚାଲିଲାପରି ମାନେ ହେଉଛି। ଏମିତି ପୃଷ୍ଠଭୂମିରେ ଆରବିଆଇ କୁ ମାରିଦେବାର ଷଡଯନ୍ତ୍ର ଆମର ଗଣତନ୍ତ୍ର ଓ ସ୍ଵାଧୀନତା କୁ ବିପନ୍ନ କରିବ। ପୃଥିବୀର ସବୁ ଦେଶ ଗୁଡିକରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ନିଜ ନିଜ ସରକାରର ନିୟନ୍ତ୍ରଣରୁ ମୁକ୍ତ ରହିଥାନ୍ତି। ଏକ ସୁସ୍ଥ ବଜାର ଅର୍ଥନୀତି ପାଇଁ ସ୍ଵାଧୀନ ରିଜର୍ଭ ବ୍ୟାଙ୍କ ଏକ ମୌଳିକ ଆବଶ୍ୟକତା। ସେଇ ସ୍ବାଧିନତାର ମୃତ୍ୟୁ ଘଟିଲେ ଆମର ରାଜନୈତିକ ସ୍ଵାଧୀନତା ବିପନ୍ନ ହେବ।

 

(କାର୍ଟୁନ ସୌଜନ୍ୟ- ସୀତାରାମ ୟେଚୁରୀ ଟୁଇଟ )

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.