ସରପଞ୍ଚ ଉପନିର୍ବାଚନରେ ବିଜେଡ଼ିର ବାଜିବାତ୍‌

Published: Feb 13, 2021, 1:06 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍‌ରେ ଅଛନ୍ତି। ଏହି ସମୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ ବିଶ୍ୱନାଥପୁର ପଞ୍ଚାୟତର ସରପଞ୍ଚ ପଦବି ନେଇ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ବାସନ୍ତ ଦାସ ବିଜୟୀ ହୋଇଛନ୍ତି।

ପଞ୍ଚାୟତର ୧୩ଟି ବୁଥ୍‌ରେ ୩୧୬୦ ଜଣ ମତଦାନ କରିଥିବାବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀନି ବାସନ୍ତି ଦାସ ୨୧୦୬ଟି ଭୋଟ ଏବଂ ବିଜେପି ପ୍ରାର୍ଥିନୀ ଶିଳ୍ପାସେଠୀ ୯୬୦ଟି ଭୋଟ ପାଇଥିଲେ। ୧୧୪୬ଟି ଭୋଟରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ବାସନ୍ତି ବିଜୟୀ ହୋଇଛନ୍ତି।

ଏହି ନିର୍ବାଚନ ବିଜେଡ଼ି ପାଇଁ ଅଗ୍ନିପରୀକ୍ଷା ହୋଇଥିଲା। ବିଜେଡ଼ିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଅଂଚଳ ହୋଇଥିବାବେଳେ ବିଜେପି କିଛି କମାଲ୍ କରିବ ବୋଲି ଲୋକେ ଭାବୁଥିଲେ। ବ୍ରହ୍ମପୁର ବିଧାୟକ ବ୍ରିକମ ପଣ୍ଡା ବାସନ୍ତୀଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ ବ୍ଲକ୍ କର୍ମଚାରୀ ଓ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Related posts