![](https://thesamikhsya.com/odia/wp-content/uploads/2020/05/corona-negative-2.jpg)
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ମୟୂରଭଞ୍ଜରୁ ୧୦, ଖୋର୍ଦ୍ଧାରୁ ୭, ସମ୍ବଲପୁରରୁ ୭, ବାଲେଶ୍ବରରୁ ୬, ଝାରସୁଗୁଡାରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୩, ଗଞ୍ଜାମରୁ ୩, ନୂଆପଡାରୁ ୩, ପୁରୀରୁ ୩, ଗଜପତିରୁ ୨, ମାଲକାନାଗିରିରୁ ୨, ନବରଙ୍ଗପୁରରୁ ୨, ବରଗଡରୁ ୧, କଟକରୁ ୧, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୯୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୭୪୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Tags: କରୋନା ଆକ୍ରାନ୍ତ, ସୁସ୍ଥ ହେଲେ