Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ ଇଞ୍ଜିନିୟରିଂ ସଂରକ୍ଷଣ ପାଇଁ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
ଜାତୀୟ ଖବର

ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ ଇଞ୍ଜିନିୟରିଂ ସଂରକ୍ଷଣ ପାଇଁ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

March 24, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ ଇଞ୍ଜିନିୟରିଂ ସଂରକ୍ଷଣ ପାଇଁ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର, ସର୍ବଭାରତୀୟ ସ୍ତରରେ ନିଟ୍ ଏବଂ JEE ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି।

ଏହା ଛାତ୍ରଛାତ୍ରୀ ମାନଙ୍କର ମେଧାର ଅଭାବ ଯୋଗୁ ନୁହେଁ; ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ପାଇପାରି ନଥିବାରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଏହିସବୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଯେଉଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ ଏହି କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍‌ଧ ହୋଇଥାଏ ।

ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ସରକାରୀ ସ୍କୁଲ ଓ କଲେଜରେ ପଢୁଥିବା ପିଲାମାନଙ୍କ ପକ୍ଷରେ ଆର୍ଥିକ ଦୃଷ୍ଟିରୁ ଏହିସବୁ କୋଚିଂ କେନ୍ଦ୍ରରେ ତାଲିମ ନେବା ସମ୍ଭବ ହୋଇପାରୁନାହିଁ। ଏହାସହିତ କୋଚିଂ ସେଣ୍ଟର ଗୁଡିକ ଠାରୁ ସେମାନେ ଦୂରରେ ରହୁଥିବାରୁ ସେମାନଙ୍କ ପକ୍ଷରେ ନିୟମିତ କୋଚିଂ ନେବା ସମ୍ଭବପର ହେଉନାହିଁ । ଏହା ଓଡିଶାର ସଂଖ୍ୟାଧିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅସମାନ ପରିସ୍ଥିତି ସୃଷ୍ଟି କରୁଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ ଓଡିଶାର ସରକାରୀ ମେଡିକାଲ ଓ ଇଞିନିୟରିଂ କଲେଜ ମାନଙ୍କରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଉପଯୁକ୍ତ ସଂଖ୍ୟକ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ଗ୍ରହଣ କରିଛି । ଏ ସଂପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମାନ୍ୟବର ଜଷ୍ଟିସ୍ ଡଃ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରାଯାଇଥିଲା ।

ଏହି ଉଚ୍ଚକ୍ଷମତାପନ୍ନ କମିଟି ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ବିଶ୍ଳେଷଣ ପରେ ନିମ୍ନୋକ୍ତ ନିଷ୍କର୍ଷ ଓ ସୁପାରିଶ ପ୍ରଦାନ କରିଛନ୍ତି।

୧. ଓଡିଶାରେ ସରକାରୀ ସ୍କୁଲ ମାନଙ୍କରେ ପ୍ରାୟ ୮୬ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ରାଜ୍ୟ ମେଡିକାଲ କଲେଜରେ ସେମାନେ ୨୩ ପ୍ରତିଶତ ଏବଂ ଇଞ୍ଜିନିୟରିଂ କଲେଜରେ ୨୧ ପ୍ରତିଶତ ସିଟ୍‌ରେ ସ୍ଥାନ ପାଇପାରୁଛନ୍ତି ।

୨. କିନ୍ତୁ ରାଜ୍ୟର ଘରୋଇ ସ୍କୁଲ ମାନଙ୍କରେ ମାତ୍ର ୧୨ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ସେମାନେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ କଲେଜର ୬୦ ପ୍ରତିଶତ ସିଟ୍ ପାଉଛନ୍ତି।

ଏହା ସ୍ଷଷ୍ଟ ଭାବରେ ସୂଚିତ କରୁଛି ଯେ କୋଚିଂ ପ୍ରତିଷ୍ଠାନ ଗୁଡିକ ଯାହାକି ଜାତୀୟ ପ୍ରବେଶିକା ପରୀକ୍ଷା ଗୁଡିକରେ ସଫଳତା ଲାଭ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ସେଠାରେ ନାମ ଲେଖାଇବା ପାଇଁ ଆର୍ଥିକ ତଥା ପାରିପାର୍ଶ୍ବିକ ସୁବିଧା ଅଭାବରୁ ଏଭଳି ବିଷମତା ସୃଷ୍ଟି ହେଉଛି। ଏହି ବିଷମତା ଦ୍ବାରା ସଂଖ୍ୟାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ କମିଟି ନିମ୍ନୋକ୍ତ ସୁପାରିଶ ପ୍ରଦାନ କରିଛନ୍ତି।

୧. ରାଜ୍ୟର ସରକାରୀ ହାଇସ୍କୁଲ ମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ।

୨. ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁ ସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ।

୩. ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ସରକାର ଓଡିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍‌ସ ( ରେଗୁଲେସନ ଅଫ ଆଡ୍‌ମିଶନ ଆଣ୍ଡ ଫିକ୍‌ସେସନ୍ ଅଫ ଫି) ଆକ୍ଟ, ୨୦୦୭ର ଧାରା ୯ ଅନୁଯାୟୀ ବିଜ୍ଞପ୍ତି ଜାରି କରିପାରିବେ।

ଓଡିଶା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚକ୍ଷମତାସଂପନ୍ନ କମିଟିର ସୁପାରିଶକୁ ଗ୍ରହଣ କରିବା ପାଇଁ ମୁଁ ଏହି ପବିତ୍ର ଗୃହକୁ ନିବେଦନ କରୁଛି ।

ଏହା ରାଜ୍ୟର ମେଧାବୀ ଓ ବୁଦ୍ଧିମାନ ଛାତ୍ରଛାତ୍ରୀ ଯେଉଁମାନଙ୍କର କୋଟିଂ ପ୍ରତିଷ୍ଠାନ ଗୁଡିକରେ ପଢିବା ପାଇଁ ଆର୍ଥିକ ଏବଂ ପାରିପାର୍ଶ୍ବିକ ସୁବିଧା ନାହିଁ, ସେମାନଙ୍କ ମନୋବଳ ବୃଦ୍ଧି କରିବ।

ଉଚ୍ଚକ୍ଷମତାପନ୍ନ କମିଟିର ରିପୋର୍ଟକୁ ଏହି ପବିତ୍ର ଗୃହର ସଦସ୍ୟ ମାନଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ମୁଁ ମାନ୍ୟବର ବାଚସ୍ପତିଙ୍କୁ ଅନୁରୋଧ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ଘୋଷଣା ହେଲା ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ: ଜାଣନ୍ତୁ କେବେ?

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026
Latest News

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ଘୋଷଣା ହେଲା ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ: ଜାଣନ୍ତୁ କେବେ?

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.