ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୧୦ କରୋନା ଆକ୍ରାନ୍ତ

Published: Apr 9, 2021, 5:58 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୫୮, ସୁନ୍ଦରଗଡରୁ ୩୮, ଖୋର୍ଦ୍ଧାରୁ ୨୬, ମୟୂରଭଞ୍ଜରୁ ୧୯, ବରଗଡରୁ ୧୮, ଗଞ୍ଜାମରୁ ୧୮, କଟକରୁ ୧୭, ସମ୍ବଲପୁରରୁ ୧୭, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୩, ବଲାଙ୍ଗୀରିରୁ ୧୦, ଅନୁଗୁଳରୁ ୯, ଯାଜପୁରରୁ ୭, ବାଲେଶ୍ବରରୁ ୬, କୋରାପୁଟରୁ ୬, ପୁରୀରୁ ୬, ରାୟଗଡାରୁ ୬, ସୋନପୁରରୁ ୪, ଭଦ୍ରକରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨ ଏବଂ ଷ୍ଟେଟ ପୁଲରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଛି। ତେବେ ୫ ହଜାର ୬୩୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts