ଗ୍ରାହକଙ୍କ ପାଇଁ ବ୍ୟାଙ୍କ ସମୟରେ ହେଲା ପରିବର୍ତ୍ତନ: ଜାଣନ୍ତୁ କେତେ ଘଣ୍ଟା ଚାଲିବ କାର୍ଯ୍ୟ

Published: Apr 26, 2021, 8:34 pm IST

ଭୁବନେଶ୍ବର: ରାଜ୍ୟରେ ବ୍ୟାଙ୍କ ସମୟରେ ପରିବର୍ତ୍ତନ ହୋଇଛି। କରୋନା ସଂକ୍ରମଣକୁ ଦେଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିଛି ରାଜ୍ୟ ଅର୍ଥ ବିଭାଗ। ଏଣିକି ରାଜ୍ୟରେ ଗ୍ରାହକଙ୍କ ପାଇଁ ସକାଳ ୧୦ ଟା ରୁ ଅପରାହ୍ନ ୨ ଟା ଯାଏଁ ବ୍ୟାଙ୍କ ଚାଲିବ। ୨ ଟା ରୁ ୪ ଟା ଯାଏଁ ବ୍ୟାଙ୍କର ଅଫିସିଆଲ କାର୍ଯ୍ୟ ଚାଲିବ।

ଏହି ନୂଆ ସମୟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗୁରହିବ। ରାଜ୍ୟ ଅର୍ଥ ବିଭାଗ ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୋଟେସନ ଆଧାରାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ ଚାଲିବ ବୋଲି ଅର୍ଥ ବିଭାଗ କହିଛି। ଏହାସହିତ ସବୁ ଜିଲ୍ଲାର ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

Related posts