Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଷୟ କଣ !
ଅନ୍ତରାଷ୍ଟ୍ରୀୟ

ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଷୟ କଣ !

April 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଷୟ କଣ !

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା କୋଭିଡ-୧୯ ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତକୁ ରୁଷର ସାହାଯ୍ୟ ଦୁଇ ଦେଶର ବନ୍ଧୁତ୍ୱର ପ୍ରତୀକ ବୋଲି କହିଥିଲେ। ଉଭୟ ନେତା ବୈଶ୍ୱିକ ମହାମାରୀ ମୁକାବିଲା କରିବା ଦିଗରେ ଦୁଇ ଦେଶର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ପୁଟନିକ୍-ଭି ଟିକାର ଆପତକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିବା ନେଇ ପୁଟିନ ତାହାର ପ୍ରଶଂସା କରିଥିଲେ । ଭାରତ, ରୁଷ ଓ ଅନ୍ୟାନ୍ୟ ଦେଶରେ ରୁଷୀୟ ଟିକା ପ୍ରସ୍ତୁତ ହେବ ବୋଲି ଦୁଇଦେଶ ନେତା ଉଲ୍ଲେଖ କରିଥିଲେ ।

ଦୁଇଦେଶର ସ୍ୱତନ୍ତ୍ର ଅଂଶୀଦାରୀତା ମନୋଭାବ ଦୃଷ୍ଟିରୁ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଗଗନଯାନ କାର‌୍ୟ୍ୟକ୍ରମ ଓ ଏଥିପାଇଁ ଚାରିଜଣ ମହାକାଶଚାରିଙ୍କ ରୁଷରେ ତାଲିମ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ଉଦ୍ଜାନ ମିତବ୍ୟୟିତା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଅଧିକ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ନୂତନ ଭାବେ ବିଭିନ୍ନ ଆଲୋଚନା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା ।
ସେପ୍ଟେମ୍ବର ୨୦୧୯ରେ ଉଭୟ ନେତା ଭ୍ଲାଡିଭୋଷ୍ଟକ ଶିଖର ସମ୍ମିଳନୀରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦିନରେ ପୁଟିନଙ୍କୁ ଭାରତ ଆସିଲେ ଉଭୟନେତା ଦ୍ୱିପାକ୍ଷିକ ଆଲୋଚନା ଅଧିକ ବ୍ୟାପକ ହୋଇପାରିବ ବୋଲି କହିଥିଲେ । ୨୦୨୧ ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧିନାୟକତ୍ୱକୁ ରୁଷ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ବ୍ୟାପାରରେ ଉଭୟନେତା ଆଲୋଚନା କରିବେ ବୋଲି ନିଜ ନିଜ ସମ୍ମତି ପ୍ରଦାନ କରିଥିଲେ ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026
Latest News

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.