ରାଜ୍ୟରେ ଆଜି ୧୧ ହଜାର ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: May 15, 2021, 10:23 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୧୯୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୨୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୬୬୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୦୩ ଜଣ, ବରଗଡ ଜିଲ୍ଲାରୁ ୪୨୧ ଜଣ, ଭଦ୍ରକ ଜିଲ୍ଲାରୁ ୩୦୦, ବଲାଙ୍ଗୀରି ଜିଲ୍ଲାରୁ ୩୫୮, ବୌଦ୍ଧ ଜିଲ୍ଲାରୁ ୨୪୬, କଟକ ଜିଲ୍ଲାରୁ ୧୧୯୭, ଦେବଗଡ ଜିଲ୍ଲାରୁ ୧୦୯, ଢେଙ୍କାନାଳ ଜିଲ୍ଲାରୁ ୨୮୦ ଜଣ, ଗଜପତି ଜିଲ୍ଲାରୁ ୧୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୩୩୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭୪ ଜଣ, ଯାଜପୁର ଜିଲ୍ଲାରୁ ୩୯୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୨୭ ଜଣ, କଳାହାଣ୍ଡିରୁ ୩୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୮୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୮ ଜଣ, କୋରାପୁଟ ଜିଲ୍ଲାରୁ ୧୯୬ ଜଣ, ମାଲକାନାଗିରି ଜିଲ୍ଲାରୁ ୯୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୭୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩୯ ଜଣ, ନୟାଗଡ ଜିଲ୍ଲାରୁ ୨୮୦ ଜଣ, ନୂଆପଡା ଜିଲ୍ଲାରୁ ୩୦୭ ଜଣ, ପୁରୀ ଜିଲ୍ଲାରୁ ୩୮୮ ଜଣ, ରାୟଗଡା ଜିଲ୍ଲାରୁ ୧୩୭ ଜଣ, ସମ୍ବଲପୁର ଜିଲ୍ଲାରୁ ୫୫୩ ଜଣ, ସୋନପୁର ଜିଲ୍ଲାରୁ ୨୧୪ ଜଣ ଏବଂ ଷ୍ଟେଟ ପୁଲରୁ ୨୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts