Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»୪୭ତମ ଜି-୭ ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ କରିବେ ଆଲୋଚନା
PIB_NEWS

୪୭ତମ ଜି-୭ ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ କରିବେ ଆଲୋଚନା

June 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
୪୭ତମ ଜି-୭ ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନଙ୍କ ଆମନ୍ତ୍ରଣକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୨ ଓ ୧୩ ତାରିଖ ଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍‍ ଅଧିବେଶନରେ ଭର୍ଚୁଆଲ୍‍ ମୋଡ଼ରେ ଅଂଶଗ୍ରହଣ କରିବେ । ବ୍ରିଟେନ୍‍ ଏବେ ଜି-୭ ସଂଗଠନର ଅଧ୍ୟକ୍ଷ ଅଛି ଏବଂ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଜନସନ୍‍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆ, କୋରିଆ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ରୂପେ ଭାଗ ନେବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୈଠକ ହାଇବ୍ରିଡ଼୍‍ ମୋଡ଼ରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ “ପୁଣି ଥରେ ଉତ୍ତମ ନିର୍ମାଣ କରିବା” ବୋଲି ରଖାଯାଇଛି ଏବଂ ବ୍ରିଟେନ୍‍ ଅଧ୍ୟକ୍ଷ ରାଷ୍ଟ୍ର ଭାବେ ଏଥିପାଇଁ ଚାରିଟି ପ୍ରମୁଖ କ୍ଷେତ୍ରକୁ ଚୟନ କରିଛି । ସେଗୁଡ଼ିକ ହେଲା, କରୋନା ମହାମାରୀ ପରବର୍ତ୍ତୀ ସମୟରେ ବୈଶ୍ୱିକ ରିକଭରୀ ପାଇଁ ଗୁରୁତ୍ୱ ପ୍ରଦାନ କରିବା ଯଦ୍ୟପି ଭବିଷ୍ୟତର ଯେକୌଣସି ମହାମାରୀ ନିମନ୍ତେ ସହନଶୀଳ ପନ୍ଥା ଅନୁସରଣ କରିବା; ମୁକ୍ତ ଓ ଉତ୍ତମ ବାଣିଜ୍ୟ କାରବାର ପନ୍ଥା ଆପଣାଇବା ସହିତ ଭବିଷ୍ୟତର ଆର୍ଥିକ ସମୃଦ୍ଧି ନିମନ୍ତେ ପ୍ରୟାସ କରିବା; ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱର ଜୈବବିବିଧତାର ସଂରକ୍ଷଣ; ଏବଂ ସହଭାଗୀ ମୂଲ୍ୟବୋଧ ଓ ମୁକ୍ତ ସମାଜ ଗଠନ ନିମନ୍ତେ ଗୁରୁତ୍ୱର ସହ କାର‌୍ୟ୍ୟ କରିବା ।

ଏହି ସମ୍ମିଳନୀରେ ଭାଗ ନେଉଥିବା ନେତୃବର୍ଗ ଏହିସବୁ ପ୍ରସଙ୍ଗ ଉପରେ ସେମାନଙ୍କର ମତ ବିନିମୟ କରିବା ସହିତ ମହାମାରୀ ପରେ ବୈଶ୍ୱିକ ରିକଭରୀ ପାଇଁ ଭବିଷ୍ୟତ କାର‌୍ୟ୍ୟପନ୍ଥା ନିରୂପଣ କରିବା ତଥା ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱର ସହ ଆଲୋଚନା କରିବାର ଆଶା କରାଯାଏ ।

ଚଳିତ ଥରକୁ ମିଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଜି-୭ ବୈଠକରେ ଯୋଗ ଦେଉଛନ୍ତି । ଫ୍ରାନ୍ସର ଅଧ୍ୟକ୍ଷତା ସମୟରେ ୨୦୧୯ ମସିହାରେ ଭାରତକୁ ବେଆରିଜ୍‍ ଶିଖର ସମ୍ମିଳନୀକୁ “ଗୁଡୱିଲ୍‍ ପାର୍ଟନର” ଭାବେ ଆମନ୍ତ୍ରଣ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସେହି ବୈଠକରେ “ଜଳବାୟୁ, ଜୈବବିବିଧତା ଓ ମହାସାଗର” ଏବଂ “ ଡିଜିଟାଲ ପରିବର୍ତ୍ତନ” ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।

ଜି-୭ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.