ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କଣ କହିଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

Published: Jul 11, 2021, 10:29 pm IST

ନୂଆଦିଲ୍ଲୀ, ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ। ସେ କହିଛନ୍ତି ଯେ, ରଥଯାତ୍ରା ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଓଡିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷର ଭକ୍ତମାନଙ୍କ ନିମନ୍ତେ ଏକ ବହୁ ପ୍ରତିକ୍ଷୀତ ଓ ଆବେଗମୟ ମୁହୂର୍ତ୍ତ। ଏହା ଆମର ବିବିଧତାର ପ୍ରତୀକ ଓ ଭକ୍ତମାନଙ୍କ ପାଇଁ ଅନେକ ଆଧ୍ୟାତ୍ମିକ ମହତ୍ୱ ରଖିଥାଏ।

ଭଗବାନ ଜଗନ୍ନାଥଙ୍କ ନାମାନୁସାରେ ‘ଜଗତର ନାଥ’ଙ୍କ ଏହି ଯାତ୍ରା ଅତୁଳନୀୟ ଓ ବିଗ୍ରହମାନଙ୍କୁ ରଥରେ ବସାଇନେବା ଦୃଶ୍ୟ ଅନନ୍ୟ । କୋଭିଡ-୧୯ ଯୋଗୁଁ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛି । କୋଭିଡ ମାର୍ଗଦର୍ଶିକା ପାଳନ କରି ଏହି ଯାତ୍ରା ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ରଥଯାତ୍ରା ସହ ନିହିତ ପବିତ୍ର ଓ ମହାନ ଆଦର୍ଶ ଆମମାନଙ୍କ ଜୀବନରେ ଶାନ୍ତି, ସୌହାର୍ଦ୍ଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ଆଣିଦେଉ ।

Related posts