ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୯୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫୬, କଟକରୁ ୨୬୩, ଯାଜପୁରରୁ ୨୪୨, ବାଲେଶ୍ବରରୁ ୧୪୩, ମୟୂରଭଞ୍ଜରୁ ୧୦୩, ଭଦ୍ରକରୁ ୯୪, ଜଗତସିଂହପୁରରୁ ୯୧, ସୁନ୍ଦରଗଡରୁ ୭୩, ନୟାଗଡରୁ ୭୦, ଅନୁଗୁଳରୁ ୬୫, ଢେଙ୍କାନାଳରୁ ୬୪, କେନ୍ଦ୍ରାପଡାରୁ ୫୪, କେନ୍ଦୁଝରରୁ ୩୫, ସମ୍ବଲପୁରରୁ ୩୦, ମାଳାକାନାଗିରିରୁ ୨୯, ପୁରୀରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ରାୟଗଡାରୁ ୨୧, ନବରଙ୍ଗପୁରରୁ ୧୪, ବରଗଡରୁ ୧୨, ବୌଦ୍ଧରୁ ୧୧, ସୋନପୁରରୁ ୯, ଗଞ୍ଜାମରୁ ୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୮, ଗଜପତିରୁ ୬, ଦେବଗଡରୁ ୫, ବଲାଙ୍ଗୀରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୬ ହଜାର ୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୭୪୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୨୪୧ କୁ ବୃଦ୍ଧି ହୋଇଛି।