ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୦, କଟକରୁ ୨୦୮, ଅନୁଗୁଳରୁ ୯୮, ବାଲେଶ୍ବରରୁ ୯୭, ଯାଜପୁରରୁ ୮୬, କେନ୍ଦ୍ରାପଡାରୁ ୮୩, ଜଗତସିଂହପୁରରୁ ୮୧, ଢେଙ୍କାନାଳରୁ ୬୫, ନୟାଗଡରୁ ୬୧, ମୟୂରଭଞ୍ଜରୁ ୫୫, ପୁରୀରୁ ୫୧, ଭଦ୍ରକରୁ ୪୭, ସୁନ୍ଦରଗଡରୁ ୪୭, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡରୁ ୧୭, ମାଲକାନଗିରିରୁ ୧୩, ଗଞ୍ଜାମରୁ ୧୨, କୋରାପୁଟରୁ ୧୧, କେନ୍ଦୁଝରରୁ ୯, ଗଜପତିରୁ ୮, ରାୟଗଡାରୁ ୮, ବୌଦ୍ଧରୁ ୭, ଦେବଗଡରୁ ୬, କଳାହାଣ୍ଡିରୁ ୬, ସୋନପୁରରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୫, ନବରଙ୍ଗପୁରରୁ ୪ ଏବଂ ଷ୍ଟେଟ ପୁଲରୁ ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୮ ହଜାର ୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୯୬୬ କୁ ବୃଦ୍ଧି ହୋଇଛି।