‘ମୋ ଅନୁଭୂତିରେ ଲଦାଖ’ ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ସୁଶାନ୍ତ ସିଂହ

Published: Aug 3, 2021, 3:03 pm IST

ଭୁବନେଶ୍ବର, ଆଜି ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ କାହାଣୀ ପୁସ୍ତକ ‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। ଏହି ଅବସରରେ ସେ କହିଛନ୍ତି ଯେ ଡ. ମିଶ୍ର ଜଣେ ପ୍ରାଣୀ ଚିକିତ୍ସକ ହେଲେ ମଧ୍ୟ ତାଙ୍କ ଭ୍ରମଣ କାହାଣୀର ବର୍ଣ୍ଣନା ଅତିବ ସରଳ, ସାବଲୀଳ ତଥା ଅଧିକ ଆକର୍ଷଣୀୟ ହୋଇଛି । ଭାରତର ମଥାନ ଉପରେ ଅବସ୍ଥିତ ବରଫାବୃତ୍ତ ଲଦାଖ ଅଞ୍ଚଳ ଏକ ଭିନ୍ନ ଜୀବନଶୈଳୀ ପାଇଁ ଜଣାଶୁଣା ।

ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ଏବଂ ଶିଖରରେ ଅବସ୍ଥିତ ସର୍ପିଳ ରାସ୍ତାରେ ଭ୍ରମଣ କରି ଡ. ମିଶ୍ର ଯେଉଁ ଅନୁଭୂତି ସାଉଁଟିଛନ୍ତି ତାକୁ ନିଆରା ଢଙ୍ଗରେ ପରିବେଷଣ କରିଛନ୍ତି । ଏହି ଭ୍ରମଣ କାହାଣୀ ପୁସ୍ତକଟି ପାଠକମାନଙ୍କ ମନଛୁଆଁ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ଡକ୍ଟର ପ୍ରଦୀପ କୁମାର ରାଉତ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଲେଖିକା ସାଗରିକା ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Related posts