ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୫୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୮, କଟକରୁ ୨୩୯, ଜଗତସିଂହପୁରରୁ ୯୫, ବାଲେଶ୍ବରରୁ ୮୪, ପୁରୀରୁ ୮୪, ଭଦ୍ରକରୁ ୭୧, ଯାଜପୁରରୁ ୭୦, ଅନୁଗୁଳରୁ ୫୧, କେନ୍ଦ୍ରାପଡାରୁ ୫୦, ଢେଙ୍କାନାଳରୁ ୪୫, ମୟୂରଭଞ୍ଜରୁ ୩୮, ନୟାଗଡରୁ ୩୮, ସୁନ୍ଦରଗଡରୁ ୨୬, ସମ୍ବଲପୁରରୁ ୧୮, ସୋନପୁରରୁ ୧୭, ରାୟଗଡାରୁ ୧୬, କନ୍ଧମାଳରୁ ୧୧, କେନ୍ଦୁଝରରୁ ୧୧, ବଲାଙ୍ଗୀରିରୁ ୧୦, ମାଲକାନାଗିରିରୁ ୧୦, ଗଞ୍ଜାମରୁ ୮, ବୌଦ୍ଧରୁ ୭, ଗଜପତିରୁ ୭, ନବରଙ୍ଗପୁରରୁ ୬, ବରଗଡରୁ ୫, କଳାହାଣ୍ଡିତୁ ୫, କୋରାପୁଟରୁ ୫, ନୂଆପଡାରୁ ୩, ଝାରସୁଗୁଡାରୁ ୩ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୯୯୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୩୬୬ କୁ ବୃଦ୍ଧି ହୋଇଛି।