ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୭୪, କଟକରୁ ୧୩୭, ବାଲେଶ୍ବରରୁ ୫୯, ପୁରୀରୁ ୪୮, କେନ୍ଦ୍ରାପଡାରୁ ୩୯, ଯାଜପୁରରୁ ୩୩, ଜଗତସିଂହପୁରରୁ ୨୯, ଅନୁଗୁଳରୁ ୨୩, ନୟାଗଡରୁ ୨୩, ସମ୍ବଲପୁରରୁ ୨୦, କେନ୍ଦୁଝରରୁ ୧୨, ଭଦ୍ରକରୁ ୧୦, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୯, ରାୟଗଡାରୁ ୯, କନ୍ଧମାଳରୁ ୮, ମାଲକାନାଗିରିରୁ ୮, ଗଞ୍ଜାମରୁ ୫, କଳାହାଣ୍ଡିରୁ ୫, ବଲାଙ୍ଗୀରିରୁ ୪, ଗଜାପତିରୁ ୪, ନବରଙ୍ଗପୁରରୁ ୪, ସୁନ୍ଦରଗଡରୁ ୪, ବରଗଡରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨, ବୌଦ୍ଧରୁ ୧ ଏବଂ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୨ ହଜାର ୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୬୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ କୁ ବୃଦ୍ଧି ହୋଇଛି।