Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକା ପରିଦର୍ଶନ କଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି
ଆଜିର ଖବର

ଆଇଏନଏସ ଚିଲିକା ପରିଦର୍ଶନ କଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି

August 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସଂସଦର ଷ୍ଟାଣ୍ଡିଂ କମିଟି ଅଫ ଡିଫେନ୍ସ (ଏସସିଓଡ଼ି ) ଆଜି ଭାରତୀୟ ନୌସେନାର ପ୍ରତିଷ୍ଠିତ ପ୍ରାରମ୍ଭିକ ନାବିକ ତାଲିମ ଅନୁଷ୍ଠାନ ଆଇଏନଏସ ଚିଲିକା ପରିଦର୍ଶନ କରିଛନ୍ତି। ପ୍ରତିରକ୍ଷା ନିମନ୍ତେ ପ୍ରତିରକ୍ଷା ନୀତିର ତଦାରଖ ତଥା ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ ଉଦ୍ଦେଶ୍ୟରେ ଭାରତୀୟ ସଂସଦ ଦ୍ୱାରା ଗଠିତ ସଂସଦର ମନୋନୀତ ସଦସ୍ୟଙ୍କ ଏକ ବିଭାଗ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି ହେଉଛି ଉକ୍ତ ‘ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଫ ଡିଫେନ୍ସ’।

ଏକ ମିଳିତ ବିଶ୍ୱସନୀୟ ତଥା ଯୁଦ୍ଧ ପ୍ରସ୍ତୁତ ନୌସେନାର ବୃହତ ଲକ୍ଷ୍ୟ ହାସଲ ଦିଗରେ ସ୍ଥାପିତ ଉନ୍ନତ ପ୍ରଶିକ୍ଷଣ ସୁବିଧା ଉପରେ ଏକ ପ୍ରେରଣା ସହିତ ଭାରତୀୟ ନୌସେନାର ସାଂପ୍ରତିକ ବିକାଶର ସମୀକ୍ଷା କରିବାକୁ ଏହି ଟିମ୍ ଲକ୍ଷ ନେଇ ଆସିଥିଲା। ଆଇଏନଏସ ଚିଲିକା ହେଉଛି ଭାରତୀୟ ନୌସେନାର ଏକମାତ୍ର ପ୍ରାରମ୍ଭିକ ଟ୍ରେନିଂ ପ୍ରତିଷ୍ଠାନ, ଯାହାକି ବାର୍ଷିକ ୬୬୦୦ରୁ ଅଧିକ ସାମୁଦ୍ରିକ ଯୋଦ୍ଧାଙ୍କୁ ନିଯୁକ୍ତି ଦେଇଥାଏ।

ଏସସିଓଡ଼ି ଅଧ୍ୟକ୍ଷ ତଥା ମାନ୍ୟବର ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୟରେ କମିଟିକୁ ଅତ୍ୟାଧୁନିକ କୌଶଳର ବୈଷୟିକ ପ୍ରଗତି ଦୃଷ୍ଟିରୁ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣର ନବୀକରଣ ବିଷୟରେ ଏସସିଓଡ଼ି କୁ ଅବଗତ କରାଇବା ପାଇଁ ଏକ ଉପସ୍ଥାପନା କରାଯାଇଥିଲା। ଯୁଗ୍ମ ସଚିବ (ନୌସେନା) ଏମଓଡ଼ି ଏବଂ ମୁଖ୍ୟ କର୍ମଚାରୀ ଅଧିକାରୀ(ତାଲିମ୍), ମୁଖ୍ୟାଳୟ ସାଉଥ ନାଭାଲ କମାଣ୍ଡ,କୋଚି ସହିତ କମାଣ୍ଡିଙ୍ଗ ଅଫିସର ଆଇଏନଏସ ଚିଲିକାଙ୍କ ସହ କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହି ଉପସ୍ଥାପନା କରାଯାଇଥିଲା।

ମାତୃଭୂମି ପାଇଁ ନିଜ ଜୀବନକୁ ବାଜି ଲଗାଇ ସର୍ବୋଚ୍ଚ ବଳିଦାନ ଦେଇଥିବା ଆଇଏନଏସ ଚିଲିକାର ଦୃଷ୍ଟାନ୍ତ ମୂଳକ ଆଲୁମିନିକୁ ସ୍ମରଣ କରି ଏସସିଓଡ଼ି ସଦସ୍ୟ ମାନେ ଯୁଦ୍ଧ ସ୍ମାରକ ‘ପ୍ରେରଣା ସ୍ଥଳ’ରେ ପତିତ ନାବିକ ମାନଙ୍କୁ ପ୍ରଣାମ କରିଥିଲେ। ପରେ ସେମାନେ ବିଭିନ୍ନ ତାଲିମ ସୁବିଧା, ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ରହିବା ସ୍ଥାନ ପରିଦର୍ଶନ କରିଥିଲେ। ସାମୁଦ୍ରିକ ଯୋଦ୍ଧା ହେବାପାଇଁ କ୍ୟାଡ଼େଟ ମାନଙ୍କୁ ତାଲିମ ଦେବାରେ ଭାରତୀୟ ନୌସେନା ଦ୍ୱାରା ନିଆଯାଇଥିବା ପ୍ରୟାସକୁ ଏସସିଓଡ଼ି ସଦସ୍ୟମାନେ ପ୍ରଶଂସା କରିଥିଲେ।

ଆଇଏନଏସ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.