ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୪୯, କଟକରୁ ୧୩୪, ଯାଜପୁରରୁ ୪୫, ପୁରୀରୁ ୩୨, ବାଲେଶ୍ବରରୁ ୨୩, ସମ୍ବଲପୁରରୁ ୨୦, ମୟୂରଭଞ୍ଜରୁ ୧୮, ନୟାଗଡରୁ ୧୮, ଜଗତସିଂହପୁରରୁ ୧୭, ଢେଙ୍କାନାଳରୁ ୧୪, ଦେବଗଡରୁ ୧୨, କେନ୍ଦ୍ରାପଡାରୁ ୧୨, ଭଦ୍ରକରୁ ୧୦, ରାୟଗଡାରୁ ୮, ସୁନ୍ଦରଗଡରୁ ୮, ଅନୁଗୁଳରୁ ୭, ବରଗଡରୁ ୭, ଗଞ୍ଜାମରୁ ୬, କୋରାପୁଟରୁ ୫, ଝାରସୁଗୁଡାରୁ ୪, କନ୍ଧମାଳାରୁ ୪, ବଲାଙ୍ଗୀରିରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୨, ମାଲକାନଗିରିରୁ ୨, ସୋନପୁରରୁ ୨, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୨ ହଜାର ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୧୧୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୬୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୯୦୧ କୁ ବୃଦ୍ଧି ହୋଇଛି।