ଆଜି 125 ଟଙ୍କିଆ ଏକ ସ୍ବତନ୍ତ୍ର ମୁଦ୍ରାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published: Sep 1, 2021, 12:05 am IST

ନୂଆଦିଲ୍ଲୀ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଶ୍ରୀଲା ଭକ୍ତଦେବ ସ୍ୱାମୀ ପ୍ରଭୁପାଦଙ୍କ 125 ତମ ଜନ୍ମ ବାର୍ଷିକୀ ଅବସରରେ ଭିଡିଓ କନଫରେନ୍ସ ଜରିଆରେ 125 ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସ୍ମରଣୀୟ ମୁଦ୍ରା ପ୍ରକାଶ କରିବେ। ସେ ଏହି ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀ ମଧ୍ୟ ଉପସ୍ଥିତ ରହିବେ।

ପ୍ରଭୁପାଦ ଜୀ ହେଉଛନ୍ତି ISKCONର ପ୍ରତିଷ୍ଠାତା। ଯାହା ହରେ କୃଷ୍ଣ ଆନ୍ଦୋଳନ ଭାବରେ ଜଣାଶୁଣା। ISKCON ଭଗବଦ୍ ଗୀତା ଏବଂ ଅନ୍ୟାନ୍ୟ ବୈଦିକ ସାହିତ୍ୟକୁ 89 ଭାଷାରେ ଅନୁବାଦ କରିଛନ୍ତି। ଏହିପରି ବୈଦିକ ସାହିତ୍ୟର ସମଗ୍ର ବିଶ୍ୱରେ ସେ ପ୍ରଚାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Related posts