Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳରେ ଡିଜିଟାଲ ବିପ୍ଳବ ଆଣିଛି ଜିଓ
ଆଜିର ଖବର

ଓଡ଼ିଶାର ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳରେ ଡିଜିଟାଲ ବିପ୍ଳବ ଆଣିଛି ଜିଓ

September 27, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଅନେକ ଦୁର୍ଗମ ତଥା ଆଭ୍ୟନ୍ତରୀଣ ଇଲାକାଗୁଡିକୁ ଅତ୍ୟାଧୁନିକ ୪ଜି ନେଟ୍‌ୱର୍କ ସଂପ୍ରସାରଣ ଜରିଆରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥାରୁ ବିଛିନ୍ନ ରହିଥିବା ହଜାର ହଜାର ଗାଁ ରେ ଡିଜିଟାଲ ବିପ୍ଳବର ପଥପ୍ରଶସ୍ତ କରିଛି ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ। ଏଥିସହିତ ଭାରତରେ ଡିଜିଟାଲ ତଥା ଦୂରସଂଚାର କ୍ଷେତ୍ରରେ ବୈପ୍ଳବିକ କରିବର୍ତନ ଆଣିଥିବା ରିଲାଏନ୍ସ ଜିଓ ଏପର୍ଯ୍ୟନ୍ତ ଯୋଗାଯୋଗ ଦୃଷ୍ଟିରୁ ବିଛିନ୍ନ ରହିଥିବା ଅଂଚଳଗୁଡିକୁ ଅତ୍ୟାଧୁନିକ ଡିଜିଟାଲ୍ ସେବା ସହ ଯୋଡିବା ଲକ୍ଷ୍ୟରେ ନିରନ୍ତର ଉଦ୍ୟମ ଜାରି ରଖି ଓଡ଼ିଶାର ହଜାର ହଜାର ଦୁର୍ଗମ ଗ୍ରାମାଂଚଳ ଏବଂ ଆଭ୍ୟନ୍ତରୀଣ ଅଂଚଳରେ ଡିଜିଟାଲ୍ ସେବା ପହଂଚାଇଛି।

କୋଭିଡ-୧୯ ମହାମାରୀ ଯୋଗୁଁ ଲୋକମାନଙ୍କର ଭାବ ବିନିମୟ ଏବଂ ଯୋଗାଯୋଗ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆସିଛି। ଜନସାଧାରଣ ଯେଉଁଭଳି ଭାବରେ ଯୋଗଯୋଗ ସ୍ଥାପନ, ଶିକ୍ଷା ଆହରଣ, କାମ କରିବା, କିଣାକିଣି, ମନୋରଂଜନ ଏବଂ ଆର୍ଥିକ ଦୃଷ୍ଟିରୁ ଦେଣନେଣ କରୁଥିଲେ, ସେଥିରେ ବ୍ୟାପକ ପରିବର୍ତନ ଘଟିଛି। ଅଧିକରୁ ଅଧିକ ଲୋକେ ଡିଜିଟାଲ୍ ସେବାକୁ ଆପଣେଇ ନେବାର ଏହି ପରିବର୍ତନ ଏବେ ଆଉ କେବଳ ସହରଗୁଡିକରେ ସୀମିତ ହୋଇ ରହିନାହିଁ, ବରଂ ଅଧିକାଂଶ ଗ୍ରାମାଂଚଳ ବଜାର ତଥା ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଇଲାକାଗୁଡିକରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିସାରିଛି।

ଏହି ପରିବର୍ତନ ପଛରେ ଯାହା ମୁଖ୍ୟ କାରକ ହୋଇଛି ଦୂରସଂଚାର ସେବା ଯୋଗାଣକାରୀଙ୍କ ଦ୍ୱାରା ଗ୍ରାମାଂଚଳରେ ହାଇସ୍ପିଡ ୪ଜି ନେଟୱର୍କର ବ୍ୟାପକ ଉପଲବ୍ଧତା ଯାହା ଛୋଟ ବଡ ଗାଁ ତଥା ଅଳ୍ପ କେତେଶହ ଜନସଂଖ୍ୟା ବିଶିଷ୍ଟ ପଲ୍ଲୀଗୁଡିକରେ ମଧ୍ୟ ପହଂଚିଛି। ଭାରତର ସର୍ବବୃହତ ୪ଜି ସେବା ଯୋଗାଣକାରୀ ଜିଓ ପକ୍ଷରୁ ୪ଜି ସେବାର ଦ୍ରୁତ ସଂପ୍ରସାରଣ ସହିତ ସୁଲଭ ୪ଜି ଫୋନ୍ ଜିଓଫୋନ୍‌ର ପ୍ରଚଳନ ଏହା ସୁନିଶ୍ଚିତ କରାଇଛି ଯେ ସବୁଠାରୁ ଦୁର୍ଗମ ଇଲାକାରେ ରହୁଥିବା ଲୋକମାନେ ମଧ୍ୟ ଏହିସବୁ ସେବା ଏବଂ ଏହାର ଯୁଗାନ୍ତକାରୀ ଫାଇଦାଗୁଡିକରୁ ବଂଚିତ ରହିବେନାହିଁ।

ଓଡ଼ିଶାରେ ଗ୍ରାମାଂଚଳ ଇଂଟରନେଟ ବ୍ୟବହାରକାରୀ ସଂଖ୍ୟାରେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ୪ଜିର ଏହି ଯୁଗାନ୍ତକାରୀ ପ୍ରଭାବର ଏକ ପରିଚାୟକ, ଯାହା ଗତ ପାଂଚବର୍ଷ ମଧ୍ୟରେ ୧୫ଗୁଣରୁ ଅଧିକ ବୃଦ୍ଧିପାଇଛି। ୨୦୧୬ରେ ଓଡିଶାରେ ଗ୍ରାମାଂଚଳ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମାତ୍ର ୮.୭ ଲକ୍ଷ ଥିବାବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ତାହା ୧.୩୧ କୋଟିରୁ ଅଧିକ ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏଥିରେ ଜିଓର ମୁଖ୍ୟଭାଗ ଅବଦାନ ରହିଛି, ଯାହାର ଓଡ଼ିଶାରେ ସର୍ବବୃହତ ୪ଜି ନେଟୱର୍କ ଉପସ୍ଥିତି ସହିତ ସର୍ବାଧିକ ସଂଖ୍ୟକ ୪ଜି ମୋବାଇଲ ଟାୱାର ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡିଜିଟାଲ୍ ସେବା ଦୃଷ୍ଟିରୁ ଅସଂଯୁକ୍ତ ରହିଥିବା ଅଂଚଳଗୁଡିକୁ ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ଜରିଆରେ ସଂଯୁକ୍ତ କରିବାକୁ ଜିଓ ରଖିଥିବା ଲକ୍ଷ୍ୟ ଦ୍ୱାରା ଓଡ଼ିଶାର ଦୁର୍ଗମ ତଥା ଅପହଂଚ କୋଣ ଅନୁକୋଣରେ ରହିଥିବା ଗ୍ରାମଗୁଡିକର ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ମହାମାରୀ ସମୟରେ ଯୋଗାଯୋଗ ଏବଂ ଇଂଟରନେଟ ବ୍ୟବହାର କ୍ଷେତ୍ରରେ ବର୍ଦ୍ଧିତ ଚାହିଦା ଓ ଲୋକମାନଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ନିରନ୍ତର ଉଦ୍ୟମ ଜାରି ରଖିବା ସହିତ ଗଜପତି, କୋରାପୁଟ, ମାଲକାନଗିରି, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ସମେତ ଅନେକ ଜିଲ୍ଲାରେ ସହସ୍ରାଧିକ ଦୁର୍ଗମ ଗ୍ରାମଗୁଡିକୁ ନିରବଚ୍ଛିନ୍ନ ହାଇ-ସ୍ପିଡ ୪ଜି ନେଟୱର୍କ ଅନୁଭୂତି ଯୋଗାଇଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ଏବଂ ଏହା ଜରିଆରେ ହଜାର ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ଆନନ୍ଦ ଆଣିଦେଇଥିଲା। ଏହି ସବୁ ଅଂଚଳରେ ରହୁଥିବା ପିଲାମାନେ ଘରେ ରହି ସେମାନଙ୍କର ପାଠପଢା ଜାରି ରଖିପାରିବା ସହିତ ସାଧାରଣ ଲୋକେ ସେମାନଙ୍କ ଘରେ ସୁରକ୍ଷିତ ରହି ଅନ୍ୟମାନଙ୍କ ସହିତ ଯୋଗଯୋଗରେ ରହିବାକୁ ଏହା ସମର୍ଥ କରାଇଛି।

ଏଭଳି ଅନେକ ସ୍ଥାନରେ ଲୋକମାନେ ସେମାନଙ୍କ ଗାଁରେ ପ୍ରଥମ ଥର ପାଇଁ ହାଇ-ସ୍ପିଡ ୪ଜି ନେଟୱର୍କ ଅନୁଭୂତି ପାଇଥିଲେ ଏବଂ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପାର୍ବଣ ପାଳନ ଭଳି ଆନନ୍ଦ ଉଲ୍ଲାସ ଲକ୍ଷ୍ୟ କରାଯାଇଥିଲା। ନିକଟରେ ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ କରଚବାଡି ଗ୍ରାମପଂଚାୟତରେ ଜିଓ ପକ୍ଷରୁ ସ୍ଥାପିତ ୪ଜି ନେଟୱର୍କ ଟାୱାର ନିକଟସ୍ଥ ପ୍ରାୟ ୧୫ଟି ଦୁର୍ଗମ ଗ୍ରାମ ଓ ପଲ୍ଲୀରେ ବାସ କରୁଥିବା ୩୦୦୦ରୁ ଉର୍ଦ୍ଧ୍ୱ ବାସନ୍ଦାଙ୍କର ଦୀର୍ଘକାଳର ଆଶା ଆକାଂକ୍ଷାକୁ ପୂରଣ କରିଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଯେଉଁମାନେ ପ୍ରଥମଥର ପାଇଁ ୪ଜି ଇଂଟରନେଟ୍ ଓ ଡିଜିଟାଲ୍ ସେବା ଉପଭୋଗ କରିବାର ସୁଯୋଗ ପାଇଥିଲେ। ଅନୁରୂପ ଭାବରେ ଗଜପତି ଜିଲାର ଗୁମ୍ମା, ତରଭା, ଉଖୁର, ରେଗିଡି ଗ୍ରାମପଂଚାୟତରେ ବାସ କରୁଥିବା ୧୦୦୦୦ରୁ ଉର୍ଦ୍ଧ୍ୱ ଲୋକ ଗୁମ୍ମା ଓ ଗାଇବାଠାରେ ଥିବା ଜିଓ ୪ଜି ନେଟୱର୍କ ଟାୱାର ଦ୍ୱାରା ଉପକୃତ ହେଉଛନ୍ତି। ଜିଓ ପକ୍ଷରୁ ଅନୁରୂପ ପ୍ରୟାସ ଝାରସୁଗୁଡା ଜିଲ୍ଲାର ଲଇକେରା ତହସିଲ ଅନ୍ତର୍ଗତ ସୁଡୁଙ୍ଗ, ଖୋଂଟାମାଳ, ଆଇତାପଡା, ଚାନ୍ଦନିମାଳ, ପକେଇପଡା ଆଦି ୫ଟି ଦୁର୍ଗମ ଗ୍ରାମର ୮୦୦୦ରୁ ଅଧିକ ଗ୍ରାମବାସୀଙ୍କୁ ସହାୟକ ହୋଇଛି, ଯେଉଁମାନେ ଜିଓ ପକ୍ଷରୁ ନିକଟରେ କାର୍ଯ୍ୟକ୍ଷମ କରାଯାଇଥିବା ତିନିଟି ୪ଜି ନେଟୱର୍କ ଟାୱାର ଦ୍ୱାରା ଉପକୃତ ହେଉଛନ୍ତି ।ଏହି ଦୁର୍ଗମ ଗ୍ରାମାଂଚଳଗୁଡିକରେ ହଜାର ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସଂପ୍ରତି ସହଜରେ ନିଜ ଘରୁ ଅନ୍‌ଲାଇନ କ୍ଲାସରେ ଯୋଗ ଦେବାକୁ ସମର୍ଥ ହେଉଛନ୍ତି ଏବଂ ପୂର୍ବ ଭଳି ସେମାନଙ୍କୁ ଆଉ ନେଟୱର୍କ ସନ୍ଧାନରେ ଜଙ୍ଗଲ ମଧ୍ୟରେ ମାଇଲ ମାଇଲ ବାଟ ଯିବାକୁ ପଡୁନାହିଁ।

ଓଡ଼ିଶାର ଦୁର୍ଗମ ଆଭ୍ୟନ୍ତରୀଣ ଅଂଚଳରେ ଜିଓର ହାଇ-ସ୍ପିଡ ୪ଜି ନେଟୱର୍କ ସଂପ୍ରସାରଣ ବଳରେ ଆସିଥିବା ଡିଜିଟାଲ ବିପ୍ଳବର ଏସବୁ ଅଳ୍ପକିଛି ଉଦାହରଣ ମାତ୍ର। ଏପର୍ଯ୍ୟନ୍ତ ଡିଜିଟାଲ୍ ସେବାରୁ ବଂଚିତ ରହିଥିବା ଦୁର୍ଗମ ଗ୍ରାମାଂଚଳର ନିୟୁତାଧିକ ଲୋକଙ୍କୁ ସଂଯୁକ୍ତ କରିବା ଓ ସେମାନଙ୍କ ନିକଟରେ ଅତ୍ୟାଧୁନିକ ଡିଜିଟାଲ ସେବାର ସୁଫଳ ପହଂଚାଇବାର ମିଶନରେ ଏହା ନିରନ୍ତର ପ୍ରୟାସ ଜାରି ରଖିଛି।

ଓଡିଶା ଜିଓ ଡିଜିଟାଲ ବିପ୍ଳବ ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.