Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିୟମିତ ଚାକିରୀ ପାଇଁ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ମାନଙ୍କ ଦାବି
ଆଜିର ଖବର

ନିୟମିତ ଚାକିରୀ ପାଇଁ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ମାନଙ୍କ ଦାବି

October 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକାମାନେ ବିଭିନ୍ନ ସମସ୍ୟାକୁ ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପତ୍ରସଂଖ୍ୟା ୫୩୨ ତା ୪.୧୦.୨୦୦୮ନିର୍ଦ୍ଦେଶାନୁସାରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ୫୫୭ଜଣ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥାଇ ଅନ୍ୟୁନ ୫ ବର୍ଷର ଅଭିଜ୍ଞତା ଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଠିକା ସୁଭରଭାଇଜର ପଦବୀରେ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଚାକିରୀର କାର୍ଯ୍ୟକାଳ ୧୨/୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଚାକିରୀ ନିୟମିତ କରାଗଲା ନାହିଁ। ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ସହିତ ଚାକିରୀ ପାଇଥିବା ମାଟ୍ରିକ ପାସ ମହିଳା ପରିଦର୍ଶିକମାନଙ୍କର ନିୟମିତ ଚାକିରୀ ହେବା ସହିତ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି।

ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ୧୦ବର୍ଷର ଅଭିଜ୍ଞତା ଥିବା ମାଟ୍ରିକ ପାସ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟମିତ ପଦୋନ୍ନତି ଦେଇ ୫ ବର୍ଷର ଅଭିଜ୍ଞତା ଥିବା ସ୍ନାତନ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଠିକା ସୁପର ଭାଇଜର ପଦବୀ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ପରବର୍ତ୍ତୀ ସମୟରେ ମାଟ୍ରିକ ପାସ୍ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ନିୟମିତ ପଦୋନ୍ନତି ଦେଇ ବାର୍ଷିକ ଇନକ୍ରିମେଣ୍ଟ ଦିଆଯାଉଛି। ସେମାନେ କନିଷ୍ଠ ହୋଇଥିଲେ ମଧ୍ୟ ଆମଠାରୁ ଅଧିକ ଦରମା ପାଇସାରିଲେଣି। ସେମାନେ ୬ ବର୍ଷରେ ନିୟମିତ ହେଉଛନ୍ତି। କିନ୍ତୁ ଆମର ୧୨/୧୩ବର୍ଷର ଅଭିଜ୍ଞତା ଥାଇ ମଧ୍ୟ ନିୟମିତ ହୋଇନଥିବାରୁ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକାମାନଙ୍କ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଏହା କି ପ୍ରକାର ନ୍ୟାୟ ବୋଲି ଦାବି କରାଯାଇଛି। ଯେଉଁଦିନ ଠାରୁ ଆମ୍ଭଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଗଲା, ସେହି ଦିନରୁ ଆମ୍ଭର ଚାକିରକୁ ନିୟମିତ କରାଯାଇ ବାକିଥିବା ଏରିୟର ଦରମା ପ୍ରଦାନ କରାଯାଉ, ସମ୍ବିଧାନର ଧାରା ୧୪ ଅନୁସାରେ ସମାନ କାମକୁ ସମାନ ଦରମା ଦିଆଯାଉ, କରୋନାରେ ମୃତ୍ୟୁବରଣ କରିଥିବା ସୁଭରପାଇଜରମାନଙ୍କ ପରିବାରକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ।

ଏହି ଦାବିଗୁଡ଼ିକ ୧୫ ଦିନ ମଧ୍ୟରେ ପୂରଣ ସମସ୍ୟାର ସମାଧାନ ନହେଲେ ସମସ୍ତ ସୁପରଭାଇଜରମାନେ ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିବେ ବୋଲି ଜଣାଇଛନ୍ତି। ସରକାର ଯଦି ନ ଶୁଣନ୍ତି ଆମ୍ଭେ ଆତ୍ମହୁତି ଦେବାକୁ ମଧ୍ୟ ପଛାଇବୁ ନାହିଁ। ଆମ୍ଭର ତଥା ପରିବାରର ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବାଳ୍ୟବତୀ ମହାନ୍ତି, ସୀତା ମେହେର, ବେଦମତୀ ଖମାରୀ, ବସନ୍ତ ମଞ୍ଜରୀ ତ୍ରିପାଠୀ, ସଂଯୁକ୍ତା ନନ୍ଦ, ସନ୍ତପି ମହନ୍ତ, ମନୀଷା କବିରାଜ, ତୁଳସୀଲତା ରାଉତ, ଭାଗ୍ୟଲତା ମଣ୍ଡଳ ଓ ବିନୋଦିନୀ ପ୍ରଧାନ ପ୍ରମୁଖ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025

ଖୁବ ଶିଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା

September 24, 2025

ନବରାତ୍ରିରେ ଗୃହ ପ୍ରବେଶ କରିପାରିବା କି, କେଉଁ ତାରିଖ ଅଧିକ ଶୁଭ?

September 24, 2025
Latest News

୧୫ ଛାତ୍ରୀଙ୍କୁ ଅସାଦଚରଣ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଫେରାର୍

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

‘କାଶ୍ମୀରକୁ ଭୁଲିଯାଅ, ଖାଲି କର ପିଓକେ’: ପାକିସ୍ତାନକୁ UNHRCରେ ଭାରତର କଡା ଜବାବ

September 24, 2025

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025

ଖୁବ ଶିଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.