ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣାରେ ଦୋଷୀଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

Published: Oct 11, 2021, 11:48 pm IST

ଭୁବନେଶ୍ୱର: ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ରେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଜେପି ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ। ସହ ସହ ବିଜେପି କାର୍ଯ୍ୟକର୍ତା ଭୁବନେଶ୍ୱର ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ।

ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପହରରେ ସର୍ବସାଧାରଣ ଜାଗାରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ କେଉଁ ଅବସ୍ଥାରେ ଅଛି, ଏହି ଘଟଣାରୁ ଅନୁମେୟ ହେଉଛି ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁସିଂ କହିଥିଲେ। ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟ୍ଟୁ ସମାଲୋଚନା ହେବାକୁ ପଡେ । ଗଣତନ୍ତ୍ରରେ ବାଦ ବିବାଦ ରହିବ କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ ।

Related posts