ବିଜେଡିରେ ମିଶିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧିବଧ ଭାବେ କଲେ ଘୋଷଣା

Published: Oct 24, 2021, 1:44 pm IST

ଭୁବନେଶ୍ବର: ଓଡିଶାରେ ସ୍ଥିର ସରକାର ଦେବାରେ ବିଜେଡି ଦଳ ସମର୍ଥ ହୋଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ଥିର ସରକାର ଦେବାରେ ସଫଳ ହୋଇଛନ୍ତି। ତାଙ୍କର ହାତମୁଠାକୁ ଟାଣ କରିବା ପାଇଁ ମୁଁ ବିଜେଡିରେ ଯୋଗ ଦେବି। ଏହି ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଆଜି ପ୍ରଦୀପ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି।

ସେ ଗତ 22 ତାରିଖରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଜଣାପଡିଥିଲେ ଯେ ସେ ବିଜେଡିରେ ଯୋଗ ଦେବେ। ଏ ନେଇ ସେ ବିଜେଡିର ଶୀର୍ଷ ନେତାଙ୍କ ସହିତ ବାରମ୍ବାର ଆଲୋଚନା କରିସାରିଥିଲେ। ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଯାହା ବର୍ତ୍ତମାନ ସତ ହୋଇଛି। ଖବର ଅନୁସାରେ ଆସନ୍ତା 26 ତାରିଖରେ ସେ ବିଜେଡିରେ ସାମିଲ ହେବେ।

Related posts