ଓଡିଶା ସୀମାରେ ମାଓ ପୋଲିସ ଗୁଳି ବିନିମୟ, ତିନି ମାଓବାଦୀ ମୃତ

Published: Oct 25, 2021, 11:15 am IST

ନୂଆଦିଲ୍ଲୀ: ଆଜି ଭୋରରୁ ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଳୁଗା ସୀମାରେ ଉଭୟ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ତିନି ମାଓବାଦୀ ନିହତ ହୋଇଥିବାର ଜଣାପଡିଛି। ଏହି ଅପରେସନ ଉଭୟ ଛତିଶଗଡ ଓ ତେଲେଙ୍ଗାନା ପୋଲିସ ପକ୍ଷରୁ କରାଯାଇଥିଲା। ଏଥିରେ ପୋଲିସ ଅନେକ ମାଓ ସାମଗ୍ରୀ ଜବତ କରିଥିବା ଜଣାପଡିଛି। ତେବେ ଏହି ଅପରେସନ ବର୍ତ୍ତମାନ ସୁଦ୍ଧା ଚାଲିଥିବାର ସୂଚନା ରହିଛି।

(ଫଟୋ-ପୂର୍ବ ସଂଗୃହିତ)

Related posts