ପ୍ରଖ୍ୟାତ କଥାକାର ପାରମିତା ଶତପଥୀଙ୍କୁ ମିଳିଲା ମର୍ଯ୍ୟାଦାଜନକ ଶାରଳା ପୁରସ୍କାର

Published: Oct 26, 2021, 8:43 pm IST

ଭୁବନେଶ୍ବର: ୪୨ତମ ଶାରଳା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପାରମିତା ଶତପଥୀଙ୍କୁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ମିଳିଛି। ପାରମିତା ଶତପଥୀଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ପାରମିତା ଶତପଥୀଙ୍କୁ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଏତତବ୍ଯତୀତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଓ ବିଶିଷ୍ଟ ଘୁମୁରାଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି। ଉଭୟଙ୍କୁ ସମ୍ମାନପତ୍ର ଓ ଫଳକ ସହ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

Related posts