Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କାଉଟ୍ସ ଏବଂ ଗାଇଡ୍ସର ନୂତନ ସଭାପତି ଓ ଉପସଭାପତିଙ୍କୁ ଶପଥ କରାଇଲେ ରାଜ୍ୟପାଳ
ଆଜିର ଖବର

ସ୍କାଉଟ୍ସ ଏବଂ ଗାଇଡ୍ସର ନୂତନ ସଭାପତି ଓ ଉପସଭାପତିଙ୍କୁ ଶପଥ କରାଇଲେ ରାଜ୍ୟପାଳ

November 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍କାଉଟ୍ସ ଏବଂ ଗାଇଡ୍ସର ନୂତନ ସଭାପତି ଓ ଉପସଭାପତିଙ୍କୁ ଶପଥ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର: ମଣିଷର ସେବାରୁ ଯେଉଁ ନିର୍ମଳ ଆନନ୍ଦ ମିଳେ, ତାହା ଅନ୍ୟ କେଉଁ କାର୍ଯ୍ୟରୁ ମିଳେ ନାହିଁ । ମଣିଷର ସେବା ହିଁ ଈଶ୍ୱରଙ୍କ ଅର୍ଚ୍ଚନା । ଏହା ଆମ ସଂସ୍କୃତି ଓ ପରମ୍ପରାର ଶିକ୍ଷା ଓ ଦୀକ୍ଷା । ମାନବବାଦକୁ ଆଧାର କରି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପାଳନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ରାଜଭବନରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସଂଗଠନର ନବନିଯୁକ୍ତ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଲାଲ କହିଲେ ଯେ ବସ୍ତୁ ବୋଲି କିଛି ନାହିଁ। ଏହା ଚେତନାର ରୂପାନ୍ତର । ସେହି ଚେତନାର ଅନୁଭବ ଓ ଉପଲବ୍ଧି ମଣିଷକୁ ଊଦ୍ଧ୍ୱର୍ମୁଖୀ କରାଇଥାଏ । ପ୍ରତ୍ୟେକ ଏକ ଉତ୍ସରୁ ଆସିଥିବାରୁ ସମତା ଭାବରେ ଆପ୍ଳୁତ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ବିଧାୟକ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଟି. ପ୍ରସାଦ ରାଓ ରାଜ୍ୟ ଉପସଭାପତି ଭାବରେ ଶପଥ ଗ୍ରହଣ କରିଥିଲେ ।

ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ରାଜଭବନର ବରିଷ୍ଠ ଅଧିକାରୀଙ୍କ ସମେତ ସଂଗଠନର କର୍ମକର୍ତ୍ତାମାନେ ଉତ୍ସବରେ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026

ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

August 15, 2026

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026
Latest News

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026

ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

August 15, 2026

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.