Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ ଅଫ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଆଜିର ଖବର

ସୋଆ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ ଅଫ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

December 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରୀଜ ଅଫ ଇଣ୍ଡିଆ (ଆଇ ସି ଏସ୍ ଆଇ) ମଧ୍ୟରେ ରବିବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଆଇ ସି ଏସ୍ ଆଇ ଅଧ୍ୟକ୍ଷ ନଗେନ୍ଦ୍ର ଡି.ରାଓ ଏବଂ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବା ସମୟରେ ସୋଆ ଏବଂ ଆଇ.ସି.ଏସ.ଆଇର କର୍ମକର୍ତାଗଣ ଉପସ୍ଥିତ ଥିଲେ।

ଏହି ବୁଝାମଣା ଦ୍ୱାରା ସୋଆ ଏବଂ ଆଇ.ସି.ଏସ.ଆଇର ମିଳିତ ସହଭାଗିତାରେ ଅନେକ ସେମିନାର ଓ ୱେବିନାର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ବୋଲି ଶ୍ରୀ ରାଓ କହିଛନ୍ତି। କର୍ପୋରେଟ ପରିଚାଳନା କ୍ଷେତ୍ରରେ ଆଇ.ସି.ଏସ୍‌.ଆଇ ହେଉଛି ବିଶ୍ୱର ସର୍ବବହୃତ ଅନୁଷ୍ଠାନ ଯିଏକି ଦେଶରେ ବର୍ଷକୁ ୫୦୦ରୁ ଅଧିକ ସେମିନାର ଓ କର୍ମଶାଳା ଦେଶରେ ଆୟୋଜନ କରିଥାଏ।

ସୋଆର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ଏହି କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେଇ ସେମାନଙ୍କ ଜ୍ଞାନ ଓ କୌଶଳ ବୃଦ୍ଧି କରିପାରିବେ ବୋଲି ସେ କହିଛନ୍ତି। ଏହି ବୁଝାମଣାରେ ଖୁସି ବ୍ୟକ୍ତ କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହା ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶରେ ସହାୟକ ହେବ।

ବୁଝାମଣା ଅନୁଯାୟୀ ଆଇ.ସି.ଏସ.ଆଇ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ସୋଆର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର ଓ ଗବେଷଣାରତ ସ୍କଲାରଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିପରି ଅନ୍ୟ ସ୍ଥାନରେ ଆଇ.ସି.ଏସ୍‌.ଆଇ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମେମ୍ବର ଯୋଗ ଦେଇପାରିବେ। ଏହାଛଡା ସୋଆ ଏବଂ ଆଇ.ସି.ଏସ୍‌.ଆଇ ପରସ୍ପର ମଧ୍ୟରେ ପାଠ୍ୟକ୍ରମ, କେଶ ଷ୍ଟଡିସ୍‌, ରିସର୍ଚ୍ଚ ପବ୍ଳିକେସନ ଆଦାନପ୍ରଦାନ କରିବା ସହ ମିଳିତ ଭାବେ ବିଭିନ୍ନ ଗବେଷଣା କାର୍ଯ୍ୟ କରିବେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଓଙ୍କ ସମେତ ପରିଷଦର ସଦସ୍ୟ ସନ୍ଦୀପ କୁମାର କେଜ୍ରିୱାଲ, ପୂର୍ବ ଭାରତ ଆଂଚଳିକ ପରିଷଦର ଅଧ୍ୟକ୍ଷ ସୁଧୀର କୁମାର ବନଥିୟା, ସଚିବ ଆଶିଷ ମୋହନ ଏବଂ ଆଇ.ସି.ଏସ୍‌.ଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର, ଉପାଧ୍ୟକ୍ଷ ଶ୍ରୀ ଜ୍ୟୋର୍ତିମୟ ମିଶ୍ର ଏବଂ ସଂପାଦକ ଅଜୟ କୁମାର ମାଝୀ ଉପସ୍ଥିତ ଥିଲେ।

ସୋଆ ପକ୍ଷରୁ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ପ୍ରଫେସର ଡି. ପି ରାୟ, ଫ୍ୟାକଲ୍ଟି ଅଫ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍  ମ୍ୟାନେଜମେଂଟର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର,ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଚିଫ ଆଡମିନିଷ୍ଟ୍ରେଟିଭ ଅଫିସର ପି.କେ ପଣ୍ଡା ଏବଂ ମାନବ ସମ୍ବଳ ଅଧିକାରୀ ସିଦ୍ଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ବୁଝାମଣା ସ୍ୱାକ୍ଷରିତ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026
Latest News

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.