Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୧୫ ଖଣିଜ ପଦାର୍ଥ ଓ ନିଲାମ ଆଇନ ସଂଶୋଧିତ
ଆଜିର ଖବର

୨୦୧୫ ଖଣିଜ ପଦାର୍ଥ ଓ ନିଲାମ ଆଇନ ସଂଶୋଧିତ

December 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୧୫ର ଖଣିଜ ପଦାର୍ଥ (ଖଣିଜ ଉପାଦାନର ପ୍ରମାଣ ଓ ନିର୍ଦ୍ଧାରଣ) ଆଇନ ଓ ନିଲାମ ଆଇନର ସଂଶୋଧନ କରାଯାଇଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ଖଣିଜ ପଦାର୍ଥରେ ଥିବା ଉପାଦାନର ପ୍ରମାଣ ଓ ନିର୍ଦ୍ଧାରଣ ସଂକ୍ରାନ୍ତ ଦ୍ୱିତୀୟ ସଂଶୋଧନ ଏବଂ ନିଲାମ ଆଇନର ଚତୁର୍ଥ ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ରେ ଏହି ଦୁଇ ଆଇନର ସଂଶୋଧନ କରାଯାଇଥିଲା।

ରାଜ୍ୟସରକାର ସମୂହ, ଶିଳ୍ପସଂଘ, ଖଣିଶ୍ରମିକ, ସର୍ବ ସାଧାରଣ ଏବଂ ସମ୍ପୃକ୍ତ ସମସ୍ତ ଅନ୍ୟାନ୍ୟ ପକ୍ଷଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ସରକାର ଏହି ଦୁଇ ଆଇନରେ ସଂଶୋଧନ ଆଣିଛନ୍ତି। ସଂଶୋଧିତ ଆଇନ ଦ୍ୱାରା ଯେକୌଣସି ବ୍ୟକ୍ତି, ଯିଏ କି ନିଲାମରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ, ସେ କମ୍ପୋଜିଟ୍ ଲାଇସେନ୍ସ ପାଇବା ପାଇଁ ନିଜ ପସନ୍ଦର ଖଣି ନିମନ୍ତେ ପ୍ରସ୍ତାବ ରଖି ପାରିବେ। ନିଲାମ ହେବାକୁ ଥିବା ଖଣି ବା ବ୍ଲକଗୁଡିକରେ ଉପଲବ୍ଧ ଖଣିଜର ମାନ ଓ ଉପାଦାନ ପରିମାଣ ଭୂତାତ୍ତ୍ୱିକ ସର୍ଭେକ୍ଷଣର ତଥ୍ୟାବଳୀ ଅନୁସାରେ ନିର୍ଦ୍ଧାରିତ ଓ ଚିହ୍ନଟ ହୋଇଛି। କେଉଁ ଖଣିରେ କେଉଁ ମାନର ଖଣିଜ ଦ୍ରବ୍ୟ ରହିଛି ତାହାର ଆକଳନ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ନିର୍ଦ୍ଧାରଣ କରିବ। ଏହି ନିର୍ଦ୍ଧାରଣ ପରେ ସମ୍ପୃକ୍ତ ଖଣିଗୁଡିକୁ ନିଲାମ ପାଇଁ ସୁପାରିସ କରାଯିବ।

ଆହୁରି ମଧ୍ୟ ସଂଶୋଧିତ ନିୟମ ଅନୁସାରେ କୌଣସି ବ୍ୟକ୍ତି ଯଦି ଖଣି ନିଲାମ ନେବାକୁ ପ୍ରସ୍ତାବ ଦିଅନ୍ତି ଏବଂ ସେଥିପାଇଁ ଯଦି ସରକାରୀ  ବିଜ୍ଞପ୍ତି ପ୍ରକାଶ ପାଏ, ସେ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଲାମ ଅମାନତର ମାତ୍ର ଅର୍ଦ୍ଧେକ ଅର୍ଥ ଜମା କରିବାକୁ ପଡିବ। ଏହାକୁ ଏକ ପ୍ରୋତ୍ସାହନ ମୂଳକ ବ୍ୟବସ୍ଥାଭାବେ ନୂଆ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ସଂଶୋଧନ ଫଳରେ ଖଣି ନିଲାମରେ ଅଧିକରୁ ଅଧିକ ପକ୍ଷ ଅଂଶଗ୍ରହଣ କରିବେ ଏବଂ ଏହା ଦ୍ୱାରା ପ୍ରତିଯୋଗିତା ବଢିବ। ଏହାଦ୍ୱାରା  ରାଜ୍ୟ ସରକାର ମାନେ ଅଧିକରୁ ଅଧିକ ଖଣି ଚିହ୍ନଟ କରି କମ୍ପୋଜିଟ୍ ଲାଇସେନ୍ସ ଦେବାକୁ ନିଲାମ ସୁବିଧା ପାଇବେ।

ପୃଷ୍ଠଭୂମି:-

ଏହି ଦୁଇ ଖଣି ସଂଶୋଧନ ଆଇନ ୨୦୨୧ ଜୁନ୍‌ରେ କରାଯାଇଥିଲା। ଦେଶର ଯେଉଁ ଖଣିଗୁଡିକର ଖଣିଜ ପରିମାଣ ଓ ମାନ ଜି-୪ ସର୍ଭେ ଅନୁସାରେ ଶେଷ ହୋଇଛି ସେଗୁଡିକୁ ନିଲାମ କରାଯାଇ କମ୍ପୋଜିଟ୍ ଲାଇସେନ୍ସ ପ୍ରଦାନ କରାଯିବ। କମ୍ପୋଜିଟ୍ ଲାଇସେନ୍ସ ନିଲାମଧାରୀଙ୍କ ପାଇଁ ଏକ ସମ୍ପୃକ୍ତ ଅନୁମତି ବ୍ୟବସ୍ଥା। କେବଳ ଯେଉଁ ସବୁ ଅଞ୍ଚଳରେ ଭୂତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ଖଣି ଚିହ୍ନଟ ହୋଇଛି; କେବଳ ସେହି ଖଣିଗୁଡିକ ନିଲାମ ପାଇଁ ଉପଲବ୍ଧ ହେବ।

ତେବେ ଏହି ଖଣିରେ ମହଜୁଦ୍ ଥିବା ଖଣିଜ ପଦାର୍ଥର ପରିମାଣ ଓ ତାହାର ଖଣିଜ ଉପାଦାନ  ଅନୁପାତ ଏଯାଏ ନିର୍ଦ୍ଧାରିତ ହୋଇନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ଏହି ଖଣିଜର ପରିମାଣ ଓ ଏହାର ମାନ (ଉପାଦାନ ଅନୁପାତ) ଆକଳନ କରିବା ପରେ ତାହା ନିଲାମ ପାଇଁ ସୁପାରିସ କରାଯିବ। ଏହାଫଳରେ ଅଧିକରୁ ଅଧିକ  ଖଣି ଏବେ ନିଲାମ ପାଇଁ ଉପଲବ୍ଧ ହେବ ଏବଂ ଦେଶରେ ଖଣିଜ ଦ୍ରବ୍ୟର ଉପଲବ୍ଧତା ବଢିବା ସହିତ କର୍ମନିଯୁକ୍ତି ବଢିବ।

ନୂଆ ସଂଶୋଧିତ ବ୍ୟବସ୍ଥାରେ ନିଲାମ ନେବା ପାଇଁ ମନୋନୀତ ହୋଇଥିବା ନିଲାମଧାରୀଙ୍କୁ ପ୍ରୋତ୍ସାହିତ କରିବାକୁ ଅମାନତ ଅର୍ଥ ଅଧା ଜମା ଦେବାକୁ ହେବ।

ସରକାର ନିକଟରେ ଖଣିଜ କ୍ଷେତ୍ରରେ ଯେଉଁ ନୀତିଗତ ସଂସ୍କାରମାନ ଆଣିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ ଏହି ସଂଶୋଧନ କରାଯାଇଛି। ନୂଆ ନୀତିରେ ସରକାର ଅଧିକରୁ ଅଧିକ ବିଭିନ୍ନ ପ୍ରକାର ଖଣିକୁ ନିଲାମ କରି ଦେଶର ଖଣିଜ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାକୁ ବଢାଇବାକୁ ଚାହୁଁଛନ୍ତି। (ପି.ଆଇ.ବି.)

ଖଣିଜ ପଦାର୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.