Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥାରେ 1500 କୋଟି ଟଙ୍କାର ପୁଂଜି ନିବେଶକୁ କ୍ୟାବିନେଟ ମଞ୍ଜୁରି
ବିଶେଷ ଖବର

ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥାରେ 1500 କୋଟି ଟଙ୍କାର ପୁଂଜି ନିବେଶକୁ କ୍ୟାବିନେଟ ମଞ୍ଜୁରି

January 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ବନ୍ଧିତ କ୍ୟାବିନେଟ୍ କମିଟି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍‌ (ଆଇଆରଇଡିଏ) ରେ ଇକ୍ବିଟି ସେୟାର କ୍ରୟ ମାଧ୍ୟମରେ 1500 କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହା ଦ୍ବାରା ବର୍ଷେ ମଧ୍ୟରେ ପ୍ରାୟ 10,200 ରୋଜଗାର ସୃଷ୍ଟି ହେବ ତଥା ପ୍ରତି ବର୍ଷ 7.49 ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।

ଭାରତ ସରକାରଙ୍କ ଦ୍ବାରା 1500 କୋଟି ଟଙ୍କା ପ୍ରଦାନ କରି ସେୟାର କ୍ରୟ କରିବା ଦ୍ବାରା ଆଇଆରଇଡିଏ କୁ ନିମ୍ନଲିଖିତ ସହାୟତା ମିଳିପାରିବ।

1. ଅକ୍ଷୟ ଉର୍ଜା ସେକ୍ଟରକୁ ପ୍ରାୟ 12,000 କୋଟି ଟଙ୍କାର ଋଣ ମିଳିବ, ଯଦ୍ବାରା ଅକ୍ଷୟ ଶକ୍ତି (ଆରଇ) କ୍ଷେତ୍ରର ଋଣ ଆବଶ୍ୟକତା ପୂରଣ ହେବ, ତଥା ପ୍ରାୟ 3500-4000 ମେଗାୱାଟର ଅତିରିକ୍ତ କ୍ଷମତା ସୃଷ୍ଟି ହେବ।

2. ଏହାର ନେଟ୍ ସମ୍ପତ୍ତି ବୃଦ୍ଧିରେ ସହାୟତା ମିଳିବ, ଯାହାଦ୍ବାରା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ। ଏହାଦ୍ବାରା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଅକ୍ଷୟ ଶକ୍ତି ଲକ୍ଷ୍ୟକୁ ପାଇବାରେ ଉନ୍ନତ ଯୋଗଦାନ ମିଳିପାରିବ।

3. ଋଣ ପ୍ରଦାନ ଓ ଗ୍ରହଣ କାର୍ଯ୍ୟରେ ସୁବିଧା ପାଇଁ ପୁଞ୍ଜି ଆପଦ ଆଧାରିତ ପରିସମ୍ପତ୍ତି ଅନୁପାତ (ସିଆରଏଆର) ରେ ଉନ୍ନତି ହେବ।

ଆଇଆରଇଡିଏ, ଏକ ମିନି ରତ୍ନ (ଶ୍ରେଣୀ-1) କମ୍ପାନୀ ଅଟେ, ଯାହା ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ଅଧୀନ ଅଟେ। ଏହାକୁ 1987 ମସିହାରେ ସ୍ଥାପିତ କରାଯାଇଥିଲା ଯଦ୍ବାରା ଏହା ଅକ୍ଷୟ ଶକ୍ତି (ଆରଇ) ସେକ୍ଟର ପାଇଁ ଏକ ବିଶିଷ୍ଟ ଅଣ-ବ୍ୟାଙ୍କିଂ ଆର୍ଥିକ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି।

ଆଇଆରଇଡିଏ ର 34 ବର୍ଷରୁ ଅଧିକ ପ୍ରଯୁକ୍ତି-ବାଣିଜ୍ୟିକ ଅଭିଜ୍ଞତା ରହିଛି। ଏହା ଅକ୍ଷୟ ଶକ୍ତି ପ୍ରକଳ୍ପ ଆର୍ଥିକ ସହାୟତା କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଯଦ୍ବାରା ଆର୍ଥିକ ସଂସ୍ଥା ବା ବ୍ୟାଙ୍କକୁ ଏହି ସେକ୍ଟରରେ ଋଣ ପ୍ରଦାନ ପାଇଁ ବିଶ୍ବାସ ସୃଷ୍ଟି ହେଉଛି।

ଅକ୍ଷୟ ଶକ୍ତି ବିକାଶ ସଂସ୍ଥା କ୍ୟାବିନେଟ ମଞ୍ଜୁରି
Share. Facebook Twitter LinkedIn Email WhatsApp Copy Link

Related Posts

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026
Latest News

ନୋଏଡାରେ ଶ୍ରମିକ ପ୍ରତିବାଦ ସମୟରେ ହିଂସା କିପରି ଉପୁଜିଲା?

April 13, 2026

ଯାଜପୁର କାଳୀମେଘା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ – ସ୍ତ୍ରୀ କରିଥିଲା ପ୍ଲାନ୍‌

April 13, 2026

ଏଥର କମ୍ ବର୍ଷା

April 13, 2026

ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

April 13, 2026

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.