Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସେନାର ଯବାନଙ୍କୁ ମିଳୁଛି କେତେ ଦରମା?, ୨ ଲକ୍ଷରୁ ଅଧିକ ପାଉଛନ୍ତି ଏହି ଅଧିକାରୀ
ଆଜିର ଖବର

ଭାରତୀୟ ସେନାର ଯବାନଙ୍କୁ ମିଳୁଛି କେତେ ଦରମା?, ୨ ଲକ୍ଷରୁ ଅଧିକ ପାଉଛନ୍ତି ଏହି ଅଧିକାରୀ

February 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସେନା
ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

ନୂଆଦିଲ୍ଲୀ: ଦେଶର ସେବା କରିବାର ପ୍ରତ୍ୟେକ ଯୁବକଙ୍କର ଇଚ୍ଛା ଥାଏ। ବେଳକୁ ବେଳ ସେନାରେ ଯୋଗଦେବାକୁ ଥିବା ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଭାରତୀୟ ସେନାରେ ଯୋଗଦେଉଥିବା ଯୁବକମାନେ ବିଭିନ୍ନ ସୁବିଧା ଏବଂ ଭଲ ଦରମା ପାଆନ୍ତି। ଭାରତୀୟ ସୈନ୍ୟବାହିନୀରେ ଚାକିରୀ କରୁଥିବା ସୈନିକ ଏବଂ ଅଧିକାରୀମାନେ କେତେ ବେତନ ପାଆନ୍ତି ଏଠାରେ ଆମେ କହିବୁ। ବେତନ, ଗ୍ରେଡ୍ ବେତନ, ସାମରିକ ସେବା ଏବଂ ଏକ୍ସ ଗ୍ରୁପ୍ ବର୍ଗରେ ସେନାରେ ଯୋଗଦେଉଥିବା ସୈନିକ ଏବଂ ଅଧିକାରୀମାନଙ୍କୁ ବିଭିନ୍ନ ଭତ୍ତା ଏବଂ ସୁବିଧା ପ୍ରଦାନ କରାଯାଇଥାଏ।

ଭାରତୀୟ ସେନାରେ ଯୋଗଦେଉଥିବା ଜଣେ ସୈନିକଙ୍କୁ ପ୍ରାରମ୍ଭିକ ଦିନରେ ମାସିକ ପ୍ରାୟ ୨୫ ହଜାର ଟଙ୍କା ଦରମା ଦିଆଯାଏ। ସମୟ ସହିତ ଦରମା ବୃଦ୍ଧି ହୁଏ। ଅମରୟ ଲାନ୍ସ ନାୟକ ପ୍ରାୟ ୩୦ ହଜାର ଟଙ୍କା ଏବଂ ହାଭିଲଦାରଙ୍କୁ ପ୍ରାୟ ୪୦ ହଜାର ଟଙ୍କା ଦରମା ପାଆନ୍ତି। ସେହିଭଳି ସୁବେଦାର ପ୍ରାୟ ୪୫ ହଜାର ଟଙ୍କା ଏବଂ ସୁବେଦାର ମେଜରଙ୍କୁ ମାସକୁ ୬୦ ହଜାର ଟଙ୍କା ମିଳିଥାଏ।

ଅନ୍ୟ ପଟେ, ଯଦି ଆମେ ଲେଫ୍ଟନାଣ୍ଟଙ୍କ ବିଷୟରେ କଥା ହେବା, ତେବେ ସେମାନଙ୍କ ବେତନ ପ୍ରାୟ ୬୮ ହଜାର ଟଙ୍କା, କ୍ୟାପଟେନଙ୍କର ବେତନ ପ୍ରାୟ ୭୫ ହଜାର ଟଙ୍କା ଏବଂ ମେଜର ପ୍ରାୟ ୭୮ ହଜାର ଟଙ୍କା ପାଆନ୍ତି। କମାଣ୍ଡର ସ୍ତରର ଅଧିକାରୀଙ୍କ ବିଷୟରେ କହିବାକୁ ଗଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରାୟ ୧ ଲକ୍ଷ ୨୧ ହଜାର ୨୦୦ ଟଙ୍କାରୁ ୨ ଲକ୍ଷ ୧୨ ହଜାର ୪୦୦ ଟଙ୍କା, କର୍ଣ୍ଣେଲ ପ୍ରାୟ ୧ ଲକ୍ଷ ୩୦ ହଜାର ୬୦୦ ଟଙ୍କାରୁ ୨ ଲକ୍ଷ ୧୫ ହଜାର ୯୦୦ ଟଙ୍କା, ବ୍ରିଗେଡିୟର୍ ପ୍ରାୟ ୧ ଲକ୍ଷ ୩୯ ହଜାର ୬୦୦ ଟଙ୍କାରୁ ୨ ଲକ୍ଷ ୧୭ ହଜାର ୬୦୦ ଟଙ୍କା ଏବଂ ମେଜର ଜେନେରାଲଙ୍କୁ ମାସିକ ଦରମା ପାଖାପାଖି ୧ ଲକ୍ଷ ୪୪ ହଜାର ୨୦୦ ଟଙ୍କାରୁ ୨ ଲକ୍ଷ ୧୮ ହଜାର ୨୦୦ ଟଙ୍କା ମିଳିବ। ଭାରତୀୟ ସେନାର ଜେନେରାଲ ଏବଂ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ, ସମସ୍ତେ ସୁବିଧା ଏବଂ ଭତ୍ତା ମଧ୍ୟ ପାଇଥା’ନ୍ତି।

ଭାରତୀୟ ସେନା ସୈନ୍ୟବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026
Latest News

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.