Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଲିଂ ପାର୍ଟିକୁ ନିର୍ବାଚନର ଦୁଇଦିନ ପୂର୍ବରୁ ବୁଥ୍‌କୁ ପଠାଇବାକୁ ଦାବି
ଆଜିର ଖବର

ପୁଲିଂ ପାର୍ଟିକୁ ନିର୍ବାଚନର ଦୁଇଦିନ ପୂର୍ବରୁ ବୁଥ୍‌କୁ ପଠାଇବାକୁ ଦାବି

February 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ପୁଲିଂ ପାର୍ଟିର ନିଯୁକ୍ତି ପତ୍ରରେ ସୂଚୀତ ତାରିଖ ଗୁଡ଼ିକ ଦେଖିବା ପରେ ପୁଲିଂ ପାର୍ଟିମାନେ ଆଶ୍ଚର୍ଯ୍ୟାନ୍ୱିତ ହେବା ସହିତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବ ଅଭିଜ୍ଞତା ଅନୁଯାୟୀ ଯେଉଁଦିନ ନିର୍ବାଚନ କାର୍ଯ୍ୟ ପାଇଁ କର୍ମଚାରୀମାନେ ଯୋଗ ଦେଇଥାଆନ୍ତି, ସେହିଦିନ ବ୍ଲକ ଠାରୁ ସମସ୍ତ ଜିନିଷପତ୍ର ତନଖି କରି ବୁଥ୍‌କୁ ଯିବାବେଳକୁ ପ୍ରାୟ ରାତି ହୋଇଯାଇଥାଏ।

ପୁଲିଂବୁଥ୍ ନିହାତି ଅଜଣା ସ୍ଥାନ ହୋଇଥିବାରୁ ପୁଲିଂପାର୍ଟିମାନଙ୍କୁ ପ୍ରଥମେ ନିର୍ବାଚନ ସମ୍ବନ୍ଧୀୟ ଜିନିଷପତ୍ର ସୁରକ୍ଷିତ ରଖିବା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଓ ବିଶ୍ରାମ ନେବାର ବ୍ୟବସ୍ଥା କରିଥାଆନ୍ତି। ପରଦିନ ନିର୍ବାଚନ ସମ୍ବନ୍ଧୀୟ ପ୍ରାକ୍ କାଗଜପତ୍ର ପ୍ରସ୍ତୁତି, ବୁଥ୍ ସଜ୍ଜିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତି ଓ ତା ପରଦିନ ଭୋର ସମୟରେ ଉଠି ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତି କରି ଭୋଟଗ୍ରହଣ କରନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅତ୍ୟନ୍ତ ସ୍ପର୍ଶକାତର ଓ କଷ୍ଟକର ସମସ୍ୟାଗୁଡ଼ିକ ସାମ୍ନାକୁ ଆଣିଥାଏ। ଯଦି ତରବରିଆଭାବେ ଚାପଗ୍ରସ୍ତ ହୋଇ କୌଣସି କାର୍ଯ୍ୟ କରାଯାଏ ତେବେ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା ମଧ୍ୟ ରହିଛି।

ପୂର୍ବରୁ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ରିପୋର୍ଟିଂ ତାରିଖ ଠାରୁ ନିର୍ବର୍ର୍ାଚନ ଦିନକୁ ମିଶାଇ ପୁଲିଂ ପାର୍ଟିମାନଙ୍କୁ ୩ ଦିନ ଦିଆଯାଉଥିବା ବେଳେ ଚଳିତ ନିର୍ବାଚନରେ ଏହାର ବ୍ୟତିକ୍ରମ କରାଯାଇଛି। ସେମାନଙ୍କୁ ମାତ୍ର ଦୁଇଦିନ ଦିଆଯାଇଛି। ନିର୍ବାଚନ ପୂର୍ବଦିନ ଯୋଗଦାନ ଓ ରାତିରେ ବୁଥ୍‌ରେ ପହଞ୍ôଚ ସକାଳ ୬ଟାରେ ଭୋଟ ଗ୍ରହଣ କରିବା ନିହାତି କଷ୍ଟକର ବୋଲି ପୁଲିଂପାର୍ଟିମାନେ ଅନୁଭବ କରୁଛନ୍ତି। ସମୟ ଅଭାବ ଯୋଗୁ ସେମାନେ ସଠିକ୍ ପ୍ରସ୍ତୁତି ଓ ବିଶ୍ରାମ ନେଇପାରିବେ ନାହିଁ। ଯାହାଦ୍ୱାରା ନିର୍ବାଚନ କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ରହିଛି। ଗଞ୍ଜାମ, ପୁରୀ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ଦିନକୁ ମିଶାଇ ୩ଦିନ ମିଳୁଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ନିର୍ବାଚନ ଦିନକୁ ମିଶାଇ ଦୁଇଦିନ ମିଳୁଛି। ଏଣୁ ପୁଲିଂ ପାର୍ଟିର ଡ୍ୟୁଟି ରିିପୋର୍ଟ ତାରିଖକୁ ଆଉଗୋଟେ ଦିନ ପୂର୍ବରୁ ଧାର୍ଯ୍ୟ କରିବାକୁ ଦାବି କରାଯାଉଛି।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ରନାଥ ସାହୁଙ୍କୁ ଭେଟି ଆଉ ଗୋଟେ ଦିନ ବୃଦ୍ଧି କରିବା ପାଇଁ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ସାହୁ ଦାବିପତ୍ରକୁ ଯଥାର୍ଥ ଦର୍ଶାଇ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେବା ସହ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ପୂର୍ବତନ ସାଧାରଣ ସମ୍ପାଦକ ସେଖ୍ ଅବଦୁଲ ଖାଲିକ, ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘର ସହ ସମ୍ପାଦକ ପ୍ରମୋଦ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.