Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ଆଚରଣବିଧି ଉଲଙ୍ଘନକାରୀଙ୍କ ବିରୋଧରେ ଆୟୋଗ ପଦକ୍ଷେପ ନେଇପାରୁ ନାହାଁନ୍ତି: କଂଗ୍ରେସ
ବିଶେଷ ଖବର

ନିର୍ବାଚନ ଆଚରଣବିଧି ଉଲଙ୍ଘନକାରୀଙ୍କ ବିରୋଧରେ ଆୟୋଗ ପଦକ୍ଷେପ ନେଇପାରୁ ନାହାଁନ୍ତି: କଂଗ୍ରେସ

February 17, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ଆଚରଣବିଧି ଉଲଙ୍ଘନକାରୀଙ୍କ ବିରୋଧରେ ଆୟୋଗ ପଦକ୍ଷେପ ନେଇପାରୁ ନାହାଁନ୍ତି: କଂଗ୍ରେସ

ଭୁବନେଶ୍ୱର : ଦୁଇ ଶାସକ ଦଳ ବ୍ୟାପକ ଭାବେ ନିର୍ବାଚନ ଆଚରଣବିଧି ଉଲଙ୍ଘନ କରୁଥିବା ବେଳେ, ରାଜ୍ୟ ନିର୍ବାଚନ ଆୟୋଗ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠଶନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ବୋଲି ଜଟଣୀ ବିଧାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ।

ଶ୍ରୀ ରାଉତରାୟ କହିଛନ୍ତି ଯେ, ଜଟଣୀ, ଖୋର୍ଦ୍ଧାଜିଲ୍ଲା ଏବଂ ରାଜ୍ୟର ଅନ୍ୟ ଅଞ୍ଚଳକୁ ନିର୍ବାଚନ ପ୍ରଚାର ପାଇଁ ଘନଘନ ଗସ୍ତ କରୁଛନ୍ତି । ସେ ସେଠାରେ ବିଜେଡ଼ି, ବିଜେପି ଦଳର ଆଚରଣ ବିଧିର ଖୋଲା ଉଲଙ୍ଘନ ପ୍ରତ୍ୟକ୍ଷ ଭାବରେ ଦେଖୁଛନ୍ତି । ବିଜେଡ଼ି, ବିଜେପି ଦଳର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକ, ସାଂସଦ, ମନ୍ତ୍ରୀ ଓ ଦଳୀୟ ପଦାଧିକାରୀମାନେ ଟଙ୍କାଥଳି ଧରି ବୁଲୁଛନ୍ତି । ଚାରିଆଡ଼େ ମଦ, ମାଂସର ଆସର ଚାଲିଥିଲା ବେଳେ, ପୁଲିସ୍ ନୀରବଦ୍ରଷ୍ଟା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଶାସନ ପାଇଁ ଜନପ୍ରିୟତା ହରାଇଛନ୍ତି । ଏଣୁ ସାଧାରଣ ଲୋକଙ୍କୁ ଅର୍ଥ ବଳରେ କିଣିବା ପାଇଁ ଶାସକ ଦଳ ଆପ୍ରାଣ ଉଦ୍ୟମ କରୁଛି । ସାଧାରଣ ଭୋଟରଙ୍କ ଉପରେ ପୋଲିସ୍ ମାଧ୍ୟମରେ ମିଥ୍ୟା ମୋକଦ୍ଦମା ରୁଜୁର ଧମକ ଦିଆଯାଉଛି । ଶାସକ ଦଳର ଗୁଣ୍ଡାମାନେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛନ୍ତି । ମାତ୍ର ନିର୍ବାଚନ ଆୟୋଗ ଓ ପୋଲିସ୍ ନୀରବଦ୍ରଷ୍ଟା ସାଜିଛନ୍ତି ।

ବିଜେଡ଼ି ଦଳୀୟ ବିଧାୟକ ଓ ପଦାଧିକାରୀମାନେ ଭୋଟନଦେଲେ ଭତ୍ତା କାଟିଦେବା, ରାସନକାର୍ଡ଼ କାଟି ଦେବାକୁ ଧମକ ଦେଇଛନ୍ତି । ଅନେକ ସ୍ଥାନରେ ରାସନକାର୍ଡ଼ର ଆବେଦନ ଫର୍ମ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତାର ଫର୍ମ ପୂରଣ କରାଇ ଭୋଟ ଦେବାକୁ ପ୍ରଲୋଭନ ଦେଖାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ କୁୁଡ଼ିଆର ଥୋପ ଦେଖାଇ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ।

ବିଶେଷକରି ଶାସକ ଦଳ ପକ୍ଷରୁ ଏହି ପଞ୍ଚାୟତ ନିର୍ବାଚନରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ବାଲିମାଫିଆ, ଖୋର୍ଦ୍ଧାର ପଥରମାଫିଆ, ନିଶା ମାଫିଆ ଏବଂ କୁଖ୍ୟାତ ଅପରାଧିମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ନିର୍ବାଚନ ଲଢାଯାଉଛି । ନବୀନ ବାବୁ ରାଜ୍ୟରେ ଅବାଧ ଓ ମୁକ୍ତ ନିର୍ବାଚନ କରାଇ ଦେଉନାହାଁନ୍ତି । ଆମ୍ଭେମାନେ ଉଚ୍ଚଶିକ୍ଷିତ, ଡ଼ାକ୍ତର, ଇଞ୍ଜିନିୟର, ଖେଳାଳୀ ଓ ଶିକ୍ଷାବିତ୍‌ଙ୍କୁ ପ୍ରାର୍ଥୀ କରିଛୁ । ମାତ୍ର ଶାସକଦଳ ପକ୍ଷରୁ କେବଳ ଅସତ୍ ଉପାୟରେ ଧନ ଅର୍ଜନ କରିଥିବା ବହୁତ ଲୋକଙ୍କୁ ନିର୍ବାଚନରେ ଲଢାଯାଇଛି ।

ଗତକାଲି ମତଦାନ ସମୟରେ ଝାରସୁଗୁଡ଼ା, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କଣାସ ବ୍ଲକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଶାସକ ଦଳ ଭୋଟ ଅପହରଣ କରିବାକୁ ବୋମାମାଡ଼, ଫାର୍ସାମାଡ଼ ଆଦି ହିଂସାକାଣ୍ଡ ଭିଆଇବା ଘଟଣାରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଏ ରାଜ୍ୟରେ ଗଣତନ୍ତ୍ରକୁ କ୍ରମାଗତ ଭାବେ ହତ୍ୟା କରିି ଚାଲିଛନ୍ତି ।

ର‌୍ୟାଲି ଓ ମିଟିଂରେ ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥିବା ଜନଗହଳିରୁ ଶାସକ ଦଳ ୧୦୦ଗୁଣା ଲୋକ ଜମା କରୁଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି । ଏ ନେଇ ଶ୍ରୀ ରାଉତରାୟ ନିର୍ବାଚନ ଆୟୋଗଙ୍କୁ ଆଚରଣବିଧି ଉଲଙ୍ଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ।

ପରିଶେଷରେ ଗତକାଲି ମତଦାନ ସମୟରେ ଓଡ଼ିଶାରେ ଦୁଇଜଣ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକଙ୍କୁ ଶ୍ରୀ ସୁମନ୍ତ ସୁନ୍ଦରାୟ ଓ ଶ୍ରୀ ସରୋଜ ମଲ୍ଲିକଙ୍କ ଯେଉଁଭଳି ଭାବରେ ମରଣାନ୍ତକ ଆକ୍ରମଣ କରାଗଲା ସେଥିପ୍ରତି ଶ୍ରୀ ରାଉତରାୟ ଦୃଢ ନିନ୍ଦା କରିଛନ୍ତି । ଆକ୍ରମଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ନିବାସକୁ ଲାଗି ଯେଉଁ ୩ ଏକର ଜାଗାରେ ପଞ୍ଚତାରକା ହୋଟେଲ ଗଢା ଚାଲିଥିଲା, ସେ ଜାଗା ଲିଙ୍ଗରାଜ ମହାପ୍ରଭୁଙ୍କର ହୋଇଥିବାର ଜଣାପଡ଼ିବା ପରେ ମାନ୍ୟବର ସୁପ୍ରିମକୋର୍ଟ ସେଥିରେ ହସ୍ତକ୍ଷେପ କରି ଏକର ପିଛା ୮କୋଟି ଟଙ୍କା ଦାଖଲ କରି ଜାଗା ନେବାକୁ ରାୟ ଦେଇଥିବା ବେଳେ ଏ ରାୟର ପୁନର୍ବିଚାର କରି ଲିଙ୍ଗରାଜଙ୍କ ଜମି ବିକ୍ରି ନହେବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରାଯିବା ପାଇଁ ଶ୍ରୀ ରାଉତରାୟ କହିଥିଲେ ।

ଆଜି ଜଟଣୀ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀ ଅନାଥ ପଟ୍ଟନାୟକ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ରମେଶ ମହାପାତ୍ର, ମୋହନ ଜେନା ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

PanchayatElection ଓଡିଶା ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

Naveen Patnaik @79: ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ

October 16, 2025

ଆମେରିକା ପରେ ଭାରତକୁ ଝଟକା ଦେଲା ବ୍ରିଟେନ: ଏହି ତୈଳ କମ୍ପାନୀ ଉପରେ ଲଗାଇଲା ଆର୍ଥିକ କଟକଣା

October 16, 2025

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୩% ବୃଦ୍ଧି କଲେ ମହଙ୍ଗା ଭତ୍ତା

October 16, 2025

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ?, ଟ୍ରମ୍ଫଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ରଖିଲା ଭାରତ

October 16, 2025
Latest News

Naveen Patnaik @79: ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ

October 16, 2025

ଆମେରିକା ପରେ ଭାରତକୁ ଝଟକା ଦେଲା ବ୍ରିଟେନ: ଏହି ତୈଳ କମ୍ପାନୀ ଉପରେ ଲଗାଇଲା ଆର୍ଥିକ କଟକଣା

October 16, 2025

CJI ଙ୍କୁ ଜୋତା ଫିଙ୍ଗିବା ମାମଲା: ଆଇନଜୀବୀ ରାକେଶ କିଶୋରଙ୍କ ବିରୋଧରେ ଚାଲିବ ଅବମାନନା ମାମଲା

October 16, 2025

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୩% ବୃଦ୍ଧି କଲେ ମହଙ୍ଗା ଭତ୍ତା

October 16, 2025

ଲୋକପ୍ରିୟତା ହାସଲ କରୁଛି UPI: କତର, ସିଙ୍ଗାପୁର ଏବଂ ଫ୍ରାନ୍ସ ପରେ ଏବେ ଏହି ଦେଶରେ କଲା ପ୍ରବେଶ

October 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.