Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଭ୍ରମାତ୍ମକ: ସ୍ବାସ୍ଥ୍ୟ ବିଭାଗ
ଜାତୀୟ ଖବର

କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଭ୍ରମାତ୍ମକ: ସ୍ବାସ୍ଥ୍ୟ ବିଭାଗ

February 18, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ : ପ୍ରକାଶିତ ଏକ ଗବେଷଣା ନିବନ୍ଧକୁ ଭିତ୍ତିକରି ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଗଣମାଧ୍ୟମରେ କେତେକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ଏହି ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ଯାହା କୁହାଯାଉଛି ବାସ୍ତବରେ ତାହା ବହୁ ଅଧିକ । ସରକାର ବାସ୍ତବ ମୃତ୍ୟୁ ସଂଖ୍ୟାକୁ କମ୍ କରିଛନ୍ତି ।

ଏହି ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ନଭେମ୍ବର ଆଦ୍ୟଭାଗ ସୁଦ୍ଧା ଭାରତରେ ୩.୨ନିୟୁତରୁ ୩. ୭ନିୟୁତ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ଘଟିଛି । ସରକାରୀଭାବେ ମୃତ୍ୟୁ ସଂଖ୍ୟା ୨୦୨୧ ନଭେମ୍ବରରେ ୪. ୬ ଲକ୍ଷ ବୋଲି କୁହାଯାଇଥିଲା । ସେ ତୁଳନାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ।

ପୂର୍ବରୁ ଏଭଳି ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଏବଂ ସରକାର ତାହାର ସ୍ପଷ୍ଟୀକରଣ ରଖିଥିଲେ । ପୁନର୍ବାର ଏଭଳି ରିପୋର୍ଟ ପ୍ରକାଶ ପାଇବା ଫଳରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏହି ଖବର ସମ୍ପୂର୍ଣ୍ଣ ଅସତ୍ୟ ଏବଂ ଭ୍ରମାତ୍ମକ । ଏହି ରିପୋର୍ଟ ବାସ୍ତବ ତଥ୍ୟ ଆଧାରିତ ନୁହେଁ ଏବଂ ସମ୍ପୂର୍ଣ୍ଣ ଆନୁମାନିକ ତଥା କଳ୍ପନାପ୍ରସୂତ ।

କୋଭିଡ ମୃତ୍ୟୁ ସଂଖ୍ୟାର ନିର୍ଭୁଲ ତଥ୍ୟ ନିୟମିତ ରଖିବା ପାଇଁ ଭାରତରେ ଏକ ସୁଦୃଢ ବ୍ୟବସ୍ଥା ରହିଛି । ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ଏବଂ ପ୍ରାଦେଶିକ କ୍ଷେତ୍ରରେ ବିଭିନ୍ନ ସ୍ତରରେ କୋଭିଡ ମୃତ୍ୟୁର ନିର୍ଭୁଲ ତଥ୍ୟ ରଖିବାର ସରକାରୀ ବ୍ୟବସ୍ଥା ରହିଛି ଓ ତଦନୁସାରେ ପ୍ରକୃତ ସଂଖ୍ୟା ନିୟମିତ ଲିପିବଦ୍ଧ କରାଯାଉଛି । ଏହି ମୃତ୍ୟୁ ସଂଖ୍ୟା ନିୟମିତ ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ଭୁଲଭାବେ ରେକର୍ଡଭୁକ୍ତ ହେଉଛି ।

ରାଜ୍ୟ ସରକାରମାନେ ସ୍ୱାଧୀନଭାବେ ସେମାନଙ୍କ ପ୍ରଦେଶର କୋଭିଡ ମୃତ୍ୟୁ ସଂଖ୍ୟା ଜଣାଇବା ପରେ କେନ୍ଦ୍ର ସରକାର ତାହାକୁ ମିଶାଇ ଚୂଡାନ୍ତ ହିସାବ ପ୍ରସ୍ତୁତ କରୁଛନ୍ତି । ବିଶ୍ୱସ୍ତରରେ ଅନୁସୃତ ପର୍ଯ୍ୟାୟକରଣ ବା କାଟାଗୋରାଇଜେସନ ବ୍ୟବସ୍ଥା ଅନୁସାରେ ଭାରତ ସରକାର କୋଭିଡ ମୃତ୍ୟୁକୁ ଶ୍ରେଣୀବନ୍ଧ କରିବାକୁ ଏକ ପୂର୍ଣ୍ଣାଙ୍ଗ ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି । ସେହି ସୂତ୍ରକୁ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି ଏବଂ ତଦନୁସାରେ  କୋଭିଡ ମୃତ୍ୟୁକୁ ନିର୍ଦ୍ଧାରଣ କରି ସମ୍ପୃକ୍ତ ପ୍ରାଦେଶିକ ସରକାର କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତ ପ୍ରକୃତ ମୃତ୍ୟୁସଂଖ୍ୟା ଜଣାଉଛନ୍ତି ।

ଆହୁରି ମଧ୍ୟ କ୍ଷେତ୍ରୀୟ ସ୍ତରରେ ଯଦି କୌଣସି କୋଭିଡ ମୃତ୍ୟୁ ସଂଖ୍ୟା ବିଭିନ୍ନ କାରଣରୁ ସଂଗୃହୀତ ହୋଇପାରିନାହିଁ, ତାହାକୁ ହିସାବକୁ ନେଇ ନିଜର ମୃତ୍ୟୁ ସଂଖ୍ୟା ସଂଶୋଧନ କରି ସର୍ବଶେଷ ତଥ୍ୟ କେନ୍ଦ୍ରକୁ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

ମହାମାରୀ ଜନିତ ମୃତ୍ୟୁ ସଂଖ୍ୟାର ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଦେଶରେ ସମ୍ପୂର୍ଣ୍ଣରୂପେ ଏକ ଉତ୍ସର୍ଗୀକୃତ ବ୍ୟବସ୍ଥା  କାର୍ଯ୍ୟ କରୁଛି। ପ୍ରବର୍ତ୍ତିତ ନିଦ୍ଦେଶାବଳୀ ଅନୁସାରେ ଯେଉଁ କୋଭିଡ  ମୃତ୍ୟୁ ଘଟଣା ବିଭିନ୍ନ କାରଣରୁ ସଂଗୃହିତ ହୋଇପାରିନାହିଁ ,ତାହାକୁ ହିସାବକୁ ନେଇ ନିଜର ମୃତ୍ୟୁ ସଂଖ୍ୟା ସଂଶୋଧନ କରି ସବିଶେଷ ତଥ୍ୟ କେନ୍ଦ୍ରକୁ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ମହାମାରୀ ଜନିତ ମୃତ୍ୟୁ ସଂଖ୍ୟାରେ ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଦେଶରେ ସମ୍ପୂର୍ଣ୍ଣ ଭାବେ ଏକ ଉତ୍ସର୍ଗୀକୃତ ବ୍ୟବସ୍ଥା କାର୍ଯ୍ୟ କରୁଛି। ପ୍ରବର୍ତ୍ତିତ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ ମୃତ୍ୟୁ ସଂଖ୍ୟାରେ ନିର୍ଭୁଲ ରିପୋର୍ଟ ସଂଗ୍ରହ କରିମାକୁ କେନ୍ଦ୍ର ସରକାରା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରମାନଙ୍କୁ ଅନେକ ଆନୁଷ୍ଠାନିକ ନିର୍ଦ୍ଦେଶନାମା, ବିଭିନ୍ନ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ନିୟମିତ ପରାମର୍ଶ ଦେଇଆସୁଛନ୍ତି । ଏହାଛଡା ନିର୍ଭୁଲ ମୃତ୍ୟୁ ସଂଖ୍ୟା ଲିପିବଦ୍ଧ କରିବାକୁ ରାଜ୍ୟମାନଙ୍କରେ ଅନେକ କେନ୍ଦ୍ରୀୟ ଦଳକୁ ମୃତୟନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ନିୟମିତ ଭାବେ ଜିଲ୍ଲାସ୍ତରରେ ଦୈନିକ ମୃତ୍ୟୁ ସଂଖ୍ୟା ଲିପିବଦ୍ଧ କରିବାକୁ ଏକ ସୁଦୃଢ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ଅତଏବ, ଏସବୁ ପଦକ୍ଷେପ ସତ୍ୱେ  ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟାକୁ କମ୍ କରାଯାଇଥିବା କହିବା ଭିତ୍ତିହୀନ ଓ ଅଯଥାର୍ଥ ।

ଗଣମାଧ୍ୟମ ରିପୋର୍ଟରେ ଯେଉଁ ଅନୁଧ୍ୟାନ ରିପୋର୍ଟ ପ୍ରକାଶ ପାଇଛି ସେଥିରେ ଚାରିଟି ବର୍ଗର ଉତ୍ସକୁ ହିସାବକୁ ନିଆଯାଇଛି । ତାହା ହେଲା କେରଳର ଜନସଂଖ୍ୟା, ଭାରତୀୟ ରେଳବାଇ କର୍ମଚାରୀ, ବିଧାୟକ ଓ ସାଂସଦ ତଥା କର୍ଣ୍ଣାଟକର ସ୍କୁଲ ଶିକ୍ଷକ । ସେହି ତଥ୍ୟ ଭିତ୍ତିରେ ଟ୍ରାଏଙ୍ଗୁଲେସନ ପ୍ରକ୍ରିୟାରେ ଦେଶବ୍ୟାପୀ କୋଭିଡ ମୃତ୍ୟୁ ସଂଖ୍ୟାକୁ ହିସାବକୁ ନିଆଯାଇଛି । ଏହି ଟ୍ରାଏଙ୍ଗୁଲେସନ ବା ତ୍ରିକୋଣୀୟ ପ୍ରକ୍ରିୟାରେ କୋଣଗୁଡିକୁ ଜଣାଶୁଣା ବିନ୍ଦୁରୁ ଉଭୟ ପାଶ୍ୱର୍ରୁ ଏକ ସ୍ଥିର ଆଧାର ରେଖା ଅନୁସାରେ ମାପ କରାଯାଏ । ଏହା ତ୍ରିଭୁଜ ସିଦ୍ଧାନ୍ତ ନାମରେ ପରିଚିତ । ଏହା ବାସ୍ତବତାରେ ପରିପନ୍ଥୀ ।

ଏଭଳି ସୀମିତ ସୂତ୍ରରୁ ଅସମ୍ପୂର୍ଣ୍ଣ ତଥ୍ୟ ନେଇ ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ନିର୍ଦ୍ଧାରଣ କରିବା ତ୍ରୁଟିପୂର୍ଣ୍ଣ ଓ ଅନୁମାନ ସର୍ବସ୍ୱ । ଏଭଳି ଏକ ଛୋଟିଆ ମାନଦଣ୍ଡକୁ ବ୍ୟବହାର କରି ଭାରତ ଭଳି ଏକ ବିରାଟ ଜନବହୁ ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ନିର୍ଦ୍ଧାରଣ କରିବା ତ୍ରୁଟିପୂର୍ଣ୍ଣ ଓ ଅନୁମାନ ସର୍ବସ୍ୱ । ଏଭଳି ଏକ ଛୋଟିଆ ମାନଦଣ୍ଡକୁ ବ୍ୟବହାର କରି ଭାରତ ଭଳି ଏକ ବିଶାଳ ଜନବହୁଳ ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ନିର୍ଦ୍ଧାରଣ କରିବାବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ଏଭଳି ଅନୁଧ୍ୟାନ ଓ ଆକଳନ ଦ୍ୱାରା ଭ୍ରମାତ୍ମକ ତଥ୍ୟର ବ୍ୟବହାର ଆଶଙ୍କା ଅଧିକ ଥାଏ ଏବଂ ଉପସଂହାର  ଭ୍ରାମାତ୍ମକ ହୋଇ ଭୁଲ ବାର୍ତ୍ତା ପ୍ରଦାନ କରେ । ଗୋଟିଏ ସର୍ଭେ ବା ଅନୁଧ୍ୟାନ ସହିତ ଏହି ଅନୁଧ୍ୟାନ ମେଳ ଖାଉଛିି ବୋଲି କେହି ଏହାକୁ ସତଭାବେ ଗ୍ରହଣ କରିବା ଆଶ୍ଚର୍ଯ୍ୟଜନକ ଓ ଅଯୌକ୍ତିକ । ଏଥିରେ ଥିବା ପକ୍ଷପାତ ଓ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡେ । ସେଭଳି ମନ୍ଦ ଉଦ୍ଦେଶ୍ୟ ରଖି ଭ୍ରମାତ୍ମକ ଲେଖା ପ୍ରସ୍ତୁତ କରାଯାଇଛି ।

ସେହି ଗଣମାଧ୍ୟମ ରିପୋର୍ଟରେ ଆହୁରି କୁହାଯାଇଛି ଯେ “ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଭାରତରେ ସିଭିଲ ରେଜିଷ୍ଟ୍ରେସନ ବ୍ୟବସ୍ଥାରେ ବ୍ୟବଧାନଗତ ତ୍ରୁଟି ରହିଛି । ଏହା ଦେଶର ସ୍ୱାସ୍ଥ୍ୟ ସୂଚନା ବ୍ୟବସ୍ଥା ସହିତ ଇଣ୍ଟରଅପରେବଲ(ଆନ୍ତଃପରିଚାଳନା)ଜନିତ ସୁବିଧା ନାହିଁ । ଫଳରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିବାରେ ତ୍ରୁଟି ରହୁଛି ।”

ଏଠାରେ ଆଉ ଥରେ ଉଲ୍ଲେଖ କରିବା ଉଚିତ ଯେ କୋଭିଡ ଡାଟା ପରିଚାଳନା କ୍ଷେତ୍ରରେ ଭାରତ ସରକାର ଏକ ସ୍ୱଚ୍ଛ ଓ ଦୃଢ ବ୍ୟବସ୍ଥା ପ୍ରବର୍ତ୍ତନ କରିଛନ୍ତି । ଏଥିରେ ସବୁ କୋଭିଡ ମୃତ୍ୟୁ ତଥ୍ୟକୁ ଲିପିବଦ୍ଧ କରାଯାଉଛି । ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଅସଂଗତି ଦୂର କରିବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ-ଆଇସିଏମ୍‌ଆର କୋଭିଡ  ମୃତ୍ୟୁ ସଂଖ୍ୟା ହିସାବକୁ ନେବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ୧୦ସୂତ୍ରୀ ନିୟମ ଅନୁସାରେ ଭାରତରେ କୋଭିଡ ମୃତକଙ୍କ ସଂଖ୍ୟା ରେକର୍ଡ କରାଯାଇଛି । ମହାମାରୀ ଆରମ୍ଭ ହେବା ଦିନରୁ ଦୈନିକ କୋଭିଡ ମୃତ୍ୟୁ ସଂଖ୍ୟା ଓ ମୃତ୍ୟୁ ତାରିଖ ସର୍ବସାଧାରଣରେ ଉପସ୍ଥାପନ  କରାଯାଇ ଆସୁଛି । ସବୁ ରାଜ୍ୟରେ ପ୍ରାଦେଶିକ ଓ ଜିଲ୍ଲାସ୍ତରରେ ପ୍ରତିଦିନ କୋଭିଡ ମୃତକଙ୍କ ସଂଖ୍ୟା ତାରିଖ ଅନୁସାରେ ସର୍ବସାଧାରଣଙ୍କ ଗୋଚରାର୍ଥେ ଉପସ୍ଥାପିତ କରାଯାଉଛି ।

ଏକଥା ସତ ଯେ କୋଭିଡ ଭଳି ଏକ ଦୀର୍ଘକାଳୀନ ମହାମାରୀ ସମୟରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁସଂଖ୍ୟାର ବାସ୍ତବ ସଂଖ୍ୟା ରେକର୍ଡ କରିବାବେଳେ କିଛି ପାର୍ଥକ୍ୟ ରହିବ । ଏଭଳିସ୍ଥିତିରେ ମୃତ୍ୟୁ ପରେ ଆବଶ୍ୟକ ଗବେଷଣା ଓ ଅନୁଧ୍ୟାନର ଆବଶ୍ୟକତା ଥାଏ । ସେଥିପାଇଁ ବିଶ୍ୱସ୍ତ ସୂତ୍ରରୁ ତଥ୍ୟ ସଂଗ୍ରହ କରାଯିବା ଉଚିତ । ଏଥିପାଇଁ ନିର୍ଦ୍ଧାରିତ ପ୍ରଣାଳୀ ରହିଛି । ତେଣୁ ସେହି ନିୟମର ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ।

ଆହୁରି ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ ମୃତକଙ୍କ ପରିବାର ସରକାରୀ କ୍ଷତିପୂରଣ ପାଇବାକୁ ହକ୍‌ଦାର ହୋଇଥିବାରୁ ପ୍ରତ୍ୟେକ ଦିନ ମୃତକଙ୍କ ସଂଖ୍ୟାକୁ ନିର୍ଭୁଲ ଭାବେ ରେକର୍ଡ କରାଯାଉଛି । ଏଭଳି ପରିସ୍ଥିତିରେ ଭାରତରେ କୋଭିଡ ମୃତ୍ୟୁ ସଂଖ୍ୟାକୁ କମ୍ ଦର୍ଶାଯାଉଛି ବୋଲି କହିବା ଭ୍ରମାତ୍ମକ ଏବଂ କପୋଳକଳ୍ପିତ ।

Covid Death No Covid death Report କରୋନା କୋଭିଡ-୧୯ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Latest News

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.