Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଷ୍ଟେରିଆ ଏରୋସ୍ପେସ୍ ପକ୍ଷରୁ ସଫ୍ଟଓୟାର ପ୍ଲାଟଫର୍ମ ‘ସ୍କାଏଡେକ୍‌’ର ଶୁଭାରମ୍ଭ
ଆଜିର ଖବର

ଆଷ୍ଟେରିଆ ଏରୋସ୍ପେସ୍ ପକ୍ଷରୁ ସଫ୍ଟଓୟାର ପ୍ଲାଟଫର୍ମ ‘ସ୍କାଏଡେକ୍‌’ର ଶୁଭାରମ୍ଭ

March 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ / ଭୁବନେଶ୍ୱର: ଭାରତର ଏକ ଡ୍ରୋନ୍ ନିର୍ମାତା ଓ ସମାଧାନ ପ୍ରଦାନକାରୀ ତଥା ଜିଓ ପ୍ଲାଟଫର୍ମସ୍ ର ସହଯୋଗୀ (ସବସିଡିଆରି) ସଂସ୍ଥା ଆଷ୍ଟେରିଆ ଏରୋସ୍ପେସ୍ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ଡ୍ରୋନ ପରିଚାଳନା ପ୍ଲାଟଫର୍ମ ସ୍କାଏଡେକ୍‌ର ଶୁଭାରମ୍ଭ କରାଯାଇଛି। ସ୍କାଏଡେକ୍ ହେଉଛି ଏକ କ୍ଲାଉଡ୍ ଭିତିକ ସଫ୍ଟୱେର୍ ପ୍ଲାଟଫର୍ମ ଯାହା କୃଷି, ସର୍ଭେ କାର୍ଯ୍ୟ, ଶିଳ୍ପ କ୍ଷେତ୍ରର ନିରୀକ୍ଷଣ ଏବଂ ନିରାପତା ଓ ନିରୀକ୍ଷଣ ଭଳି ବିବିଧ ଶିଳ୍ପ କ୍ଷେତ୍ର ଲାଗି ସେବା ଭାବରେ ଡ୍ରୋନ୍ ବ୍ୟବହାର (DaaS) ସମାଧାନ ପ୍ରଦାନ କରିବ।

ଡ୍ରୋନ୍ ଫ୍ଲିଟ୍ ପରିଚାଳନା, ସିଡ୍ୟୁଲିଂ ଓ ଡ୍ରୋନ ଫ୍ଲାଇଟ୍‌କୁ କାର୍ଯ୍ୟକାରୀ କରିବା, ଡାଟା ପ୍ରୋସେସିଂ ଓ ଭିଜୁଆଲାଇଜେସନ ଏବଂ ଡ୍ରୋନ୍‌କୁ ବ୍ୟବହାର କରି ଆକାଶ ମାର୍ଗରୁ ସଂଗ୍ରହ କରାଯାଇଥିବା ତଥ୍ୟର ଏଆଇ ଭିତିକ ଅନୁଶୀଳନ ପାଇଁ ସ୍କାଏଡେକ୍ ଏକ ଏକୀକୃତ ଡ୍ୟାସବୋର୍ଡ ଓ ସେବା ପ୍ରଦାନ କରିବ। ସ୍କାଏଡେକ୍ ପରିଚାଳନା ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ସହିତ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗିତାରେ ଉନ୍ନତି ଆଣିବା ଏବଂ ବିବିଧ ପ୍ରୟୋଗ ଲାଗି ଡ୍ରୋନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ଏକ ସୁରକ୍ଷିତ ଓ କେନ୍ଦ୍ରୀୟ ପରିଚାଳନା ସୁବିଧା ପ୍ରଦାନ କରିବ।

ନିଲ୍ ମେହ୍‌ତା, ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ, ଆଷ୍ଟେରିଆ ଏରୋସ୍ପେସ୍ କହିଛନ୍ତି ଯେ, “ଡ୍ରୋନ ପରିଚାଳନା ଓ ସେବା ଭାବରେ ଡ୍ରୋନ୍ (ଡାସ୍‌)ର ପ୍ରସାର ଲାଗି ନିକଟରେ ସରକାର ନିୟମରେ କରିଥିବା ଉଦାରୀକରଣ ଶିଳ୍ପ କ୍ଷେତ୍ରଗୁଡ଼ିକରେ ଡ୍ରୋନ୍‌ର ଚାହିଦା ବଢ଼ାଇଛି। ଆଷ୍ଟେରିଆ ହେଉଛି ଭାରତର ଅନ୍ୟତମ ଅଗ୍ରଣୀ ଡ୍ରୋନ୍ ନିର୍ମାତା। ସ୍କାଏଡେକ୍‌କୁ ଉନ୍ମୋଚନ କରି ଆମେ ଏକ ସମନ୍ୱିତ ଡ୍ରୋନ୍ ହାର୍ଡଓୟାର, ସଫ୍‌ଟଓୟାର ଓ ପରିଚାଳନା ସମାଧାନ ଜରିଆରେ ବର୍ତମାନ ସମୟର ଆହ୍ୱାନର ମୁକାବିଲା କରିଛୁ। ଆକାଶ ମାର୍ଗରୁ ତଥ୍ୟ (ଏରିଅଲ୍ ଡାଟା) ପ୍ରସ୍ତୁତ କରିବା ଏବଂ ତାହାକୁ ବ୍ୟବସାୟ ଅନ୍ତଦୃଷ୍ଟି ପାଇଁ ଡିଜିଟାଲ୍ ଡାଟାରେ ରୂପାନ୍ତରିତ କରି ବ୍ୟାପକ ଭାବେ ଡ୍ରୋନ୍‌ର ପ୍ରାୟୋଗ କରିବା ଲାଗି ସ୍କାଏଡେକ୍ ଡ୍ରୋନ୍‌ର ବ୍ୟବହାରକୁ ସରଳ କରିଛି।’’

କୃଷି କ୍ଷେତ୍ର ପାଇଁ ସ୍କାଏଡେକ୍ ଡାଟା ଓ ଅନ୍ତର୍ଦୁଷ୍ଟି ପ୍ରଦାନ କରୁଛି ଯାହାକୁ ଫସଲର ପ୍ରକାରଭେଦକୁ ସଠିକ୍ ଭାବେ ମାପିବା, ଫସଲ ସ୍ୱାସ୍ଥ୍ୟର ଅନୁଶୀଳନ କରିବା ଏବଂ କୃଷି ତଥ୍ୟରେ ଉନ୍ନତି ଆଣିବା ଲାଗି ବ୍ୟବହାର କରାଯାଇପାରିବ। ନିର୍ମାଣ ଓ ଖଣି ଶିଳ୍ପରେ, ସଠିକ୍ ସାଇଟ୍‌ ସର୍ଭେ ପ୍ରସ୍ତୁତ କରି ଅଗ୍ରଗତିର ନିରୀକ୍ଷଣ ଓ ସଠିକ୍ ସାମଗ୍ରୀ ପରିମାଣ (ଇନଭେନ୍ଟୋର) କୁ ବଜାୟ ରଖିବା ଲାଗି ସ୍କାଏଡେକ୍ ଡ୍ରୋନ୍ ଭିତିକ ଆକାଶ ମାର୍ଗ ତଥ୍ୟ ବ୍ୟବହାର କରିବ। ତୈଳ ଓ ଗ୍ୟାସ, ଟେଲିକମ୍ ଏବଂ ବିଦ୍ୟୁତ ଓ ୟୁଟିଲିଟି ଭଳି ଗୁରୁ୍‌ତ୍ୱପୂର୍ଣ୍ଣ ଭିତିଭୂମି କ୍ଷେତ୍ରରେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ବିପଦ ଚିହ୍ନଟ କରିବା ଏବଂ ପରିବର୍ତନର ରେକର୍ଡିଂ କରିବା ଲାଗି ସଂପତିର ଡିଜିଟାଲ୍‌କରଣ ଓ ଯାଂଚ ପାଇଁ ସ୍କାଏଡେକ୍ ଡ୍ରୋନ୍‌ର ଶକ୍ତିକୁ ବ୍ୟବହାର କରୁଛି। ସ୍ୱାମିତ୍ୱ ସ୍କିମ, ସ୍ମାର୍ଟ ସିଟିଜ୍‌, ଏଗ୍ରିଷ୍ଟାକ୍ ଓ ଅନ୍ୟାନ୍ୟ ସରକାରୀ ବିକାକଶମୂଳକ ପ୍ରକଳ୍ପ ଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଅଭିଯାନରେ ଡ୍ରୋନ୍‌ର ଫ୍ଲିଟ୍‌କୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ମଧ୍ୟ ସ୍କାଏଡେକ୍ ସହାୟକ ହୋଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ସାଙ୍ଗକୁ ପଥରରେ ଛେଚି ହତ୍ୟା

June 13, 2026

ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜର ସଂକଳ୍ପ

June 13, 2026

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026
Latest News

ସାଙ୍ଗକୁ ପଥରରେ ଛେଚି ହତ୍ୟା

June 13, 2026

ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜର ସଂକଳ୍ପ

June 13, 2026

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.