ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ, ୟୁଥ ଓ ଜୁନିୟରରେ ଭି. ଅଜୟ ବାବୁଙ୍କୁ ସ୍ବର୍ଣ୍ଣ

Published: Mar 25, 2022, 10:50 pm IST

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୮୧ କେଜି ଓଜନ ବର୍ଗର ଉଭୟ ୟୁଥ ଓ ଜୁନିୟର ପୁରୁଷ ବର୍ଗରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଏହି ଓଜନ ବର୍ଗର ସିନିୟରରେ ଏସଏସସିବି ର ଅଜୟ ସିଂ ଏବଂ ଆନ୍ତଃରାଜ୍ୟ ପୁରୁଷ ସିନିୟରରେ ହରିୟାଣାର ଦୀପକ ଲାଥେର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କେଜି ଉତ୍ତୋଳନ କରି ମଧ୍ୟପ୍ରଦେଶର ଅଜୟ ବାବୁ ସ୍ବର୍ଣ୍ଣ, ମୋଟ ୨୮୦ କେଜି ଉତ୍ତୋଳନ କରି ଆନ୍ଧ୍ରପ୍ରଦେଶର ଜି. ରବି କୁମାର ରୌପ୍ୟ ଏବଂ ତେଲେଙ୍ଗାନାର ଡି.ଗଣେଶ ୨୭୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ପୁରୁଷ ଜୁନିୟର ବର୍ଗରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ ସମାନ ୨୯୫ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆସାମର ତ୍ରିଦୀପ ବ୍ରାଉହ ୨୯୨କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଛତିଶଗଡ଼ର ଭାବଶ ସାରଙ୍ଗ ୨୮୩ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସିନିୟର ପୁରୁଷ ୮୧ କେଜି ଓଜନ ବର୍ଗରେ ଏସଏସସିବି ର ଅଜୟ ସିଂ ମୋଟ ୩୧୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ୩୧୪ କେଜି ଉତ୍ତୋଳନ କରି ହରିୟାଣାର ଦୀପକ ଲାଥେର ରୌପ୍ୟ ଏବଂ ୩୦୧ କେଜି ଉତ୍ତୋଳନ କରି ମହାରାଷ୍ଟ୍ରର ଅଭିଷେକ ନିପାନେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଆନ୍ତଃରାଜ୍ୟ ପୁରୁଷ ସିନିୟର ୮୧ କେଜି ଓଜନ ବର୍ଗରେ ହରିୟାଣାର ଦୀପକ ଲାଥେର ସ୍ବର୍ଣ୍ଣ, ମହାରାଷ୍ଟ୍ରର ଅଭିଷେକ ନିପାନେ ରୌପ୍ୟ ଏବଂ ଆସାମର ପପୁଲ ଚେଞ୍ଜନି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Related posts