ବ୍ରହ୍ମପୁର ମହାନଗର ନିଗମ: ବିଜୟୀ ହେଲେ ବିଜେଡ଼ି ମେୟର ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ

Published: Mar 26, 2022, 3:01 pm IST

ବ୍ରହ୍ମପୁର: ଆଜି ରାଜ୍ୟର ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଭୋଟ ଗଣତି ଜାରି ରହିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଘୋଷଣା ହୋଇଛି। ତେବେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଏଠାରେ ବିଜେଡ଼ି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ବିଜୟ ଲାଭ କରିଛନ୍ତି। ସଙ୍ଘମିତ୍ରା ୬୬ ହଜାର ୬୮ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ର ସୁବିତା ସୁଆର ୪୫୭୮୨ ଭୋଟ ପାଇଛନ୍ତି।

Related posts