ନାକ୍ଟିଦେଉଳ କନିଷ୍ଠ ମହାଵିଦ୍ୟାଳୟର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ୍ ଶିଵୀର

Published: Mar 28, 2022, 3:47 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ନାକ୍ଟିଦେଉଳ କନିଷ୍ଠ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ଆଜି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ୍ ଶିବୀର ଉଦଘାଟିତ ହୋଇଯାଇଛି। ଏହା ଆଠ ଦିନ ଧରି ଚାଲିଵ।

ଅନୁଷ୍ଠାନର ଅଧ୍ୟକ୍ଷ କନ୍ଦର୍ପ ରାଉଳ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏଥିପାଇଁ ଆୟୋଜିତ ଏକ ସ୍ଵତନ୍ତ୍ର ସଭାରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ କୁମାର ପଟ୍ଟନାୟକ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ୍ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବିନିତା ମୁର୍ମୁ, ଅଧ୍ୟାପକ ସଂଜିବ କୁମାର ଦାଶ୍, ଖେଳ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ, ଅଧ୍ୟାପକ ହେମାନନ୍ଦ ପ୍ରଧାନ ଓ ଛାତ୍ରୀ ନିବାସ ର ମେଟ୍ରନ୍ ଵୈଜୟନ୍ତି ସାହୁ ଏହି ସଭା ରେ ବକ୍ତବ୍ୟ ରଖିଥିଲେ। ଦୀପାଞଳୀ ବାର୍ଲା ଏହି ଶିଵୀରରେ ୧୪୯ ଜଣ ଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରିବେ।

Related posts