Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ବର୍ତ୍ତମାନ ସମୟରେ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବା ଜରୁରୀ
ବିଶେଷ ଖବର

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ବର୍ତ୍ତମାନ ସମୟରେ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବା ଜରୁରୀ

April 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିଶ୍ବବିଜୟୀ ଦାଶ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ସ୍ବାସ୍ଥ୍ୟ ମଣିଷ ପାଇଁ ଏକ ମୌଳିକ ଆବଶ୍ୟକତା। ସ୍ୱାସ୍ଥ୍ୟ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନଯାପନ କରିପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅବଗତି କରିବା ସହ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ କାର୍ଯ୍ୟ।

ସ୍ବାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ସୁସ୍ଥତା। ଏହା କେବଳ ରୋଗ କିମ୍ବା ବିକଳାଙ୍ଗର ଅନୁପସ୍ଥିତି ନୁହେଁ। ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ଅଧିକ। ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ।

ଏତଦ୍‌ବ୍ୟତୀତ ଏବେ ସମାଜରେ ସାମାଜିକ ରୋଗମାନ ଦ୍ରୁତଗତିରେ ବୃଦ୍ଧି ପାଉଛି। ମଦ୍ୟପାନ, ନିଶା ସେବନ, ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ ଓ କଳୁଷିତ କରି ପକାଇଲାଣି। ଏଥିରୁ ନିବୃତ ରହିବା ଅତ୍ୟନ୍ତ ଜରୁରୀ।

ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସବୁବେଳେ ରାତ୍ରିଭୋଜନ ହାଲୁକା କରିବା ଦରକାର। ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ, ପନିପରିବା, ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ।

ଏକ ସୁସ୍ଥ ଶରୀର ପାଇଁ ଭଲ ନିଦ ନିତ୍ୟନ୍ତ ଜରୁରୀ। ଯେଉଁମାନେ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ସେମାନେ ଅନେକ ସମୟରେ ରୋଗରେ ପଡ଼ିଥାନ୍ତି। ଭଲ ନିଦ ଉଭୟ ଶରୀର ଏବଂ ମନକୁ ପ୍ରଭାବିତ କରିଥାଏ।

ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବ୍ୟାୟାମ। ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ। ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ। ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ। ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ।

ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ପ୍ରତି ସମାନ ଧ୍ୟାନ ଦେବା ଉଚିତ୍। ଯେତେ ମାନସିକ ସ୍ତରରେ ସୁସ୍ଥ ରହିବ ସେତେ ଶାରୀରିକ ଭାବରେ ଫିଟ୍ ମଧ୍ୟ ରହିବ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା, ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମାନସିକ ସ୍ବାସ୍ଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026
Latest News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.