ବାରମୁଲ୍ଲାରେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

Published: Apr 15, 2022, 9:54 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀଙ୍କ ଆଉ ଏକ ଭୟଭୀତ କାର୍ଯ୍ୟର ମାମଲା ସାମ୍ନାକୁ ଆସିଛି। ଏଠାରେ ବିଜେପି ସମର୍ଥକ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନିହତ ସରପଞ୍ଚଙ୍କ ନାମ ମଞ୍ଜୁର ଅହମ୍ମଦ ବାଙ୍ଗରୁ। ବାରାମୁଲ୍ଲାର ଗୌଶ-ବୁଗ୍ ଗାଁର ଏକ ବଗିଚାରେ ତାଙ୍କୁ ସନ୍ଦିଗ୍ଧ ଆତଙ୍କି ଗୁଳି କରି ହତ୍ୟା କରିଥିବା ପୋଲିସ କହିଛି। ଯେତେବେଳେ ସେ ତାଙ୍କ ସେଓ ବଗିଚାରେ କାମ କରୁଥିଲେ, ସେତେବେଳେ ତାଙ୍କୁ ଗୁଳି କରାଯାଇଥିଲା।

ଏଥିସହିତ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମଞ୍ଜୁର ଜଣେ ସ୍ୱାଧୀନ ସରପଞ୍ଚ ଏବଂ ତାଙ୍କର କୌଣସି ରାଜନୈତିକଦଳ ସହ ତାଙ୍କର ସମ୍ପର୍କ ନାହିଁ। ଏହି ଅଞ୍ଚଳକୁ ଘେରି ରହି ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ପୋଲିସ ଖୋଜୁଛି। ଆତଙ୍କବାଦୀଙ୍କ ସରପଞ୍ଚଙ୍କୁ ଗୁଳି କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Related posts