
ନୂଆଦିଲ୍ଲୀ: ଦେଶରେ କରୋନାର ଗତି ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫୯୩ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଯାହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫୯୭୩ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ଆକଳନ ଅନୁଯାୟୀ, କରୋନା ଯୋଗୁଁ ଗୋଟିଏ ଦିନରେ ୪୪ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୫,୨୨,୧୯୩ ରେ ପହଞ୍ଚିଛି। ଏହା ବ୍ୟତୀତ ୧୭୫୫ ରୋଗୀ ମଧ୍ୟ କରୋନାରୁ ମୁକ୍ତି ପାଇଛନ୍ତି।
ତେବେ ଏପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷ ୧୯ ହଜାର ୪୭୯ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହିତ କରୋନା କାରଣରୁ ୫ ଲକ୍ଷ ୨୨ ହଜାର ୧୯୩ ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ପୁଣି ଥରେ କରୋନା ପ୍ରତିବନ୍ଧକ ଲାଗୁ କରୁଛନ୍ତି। ଅନେକ ରାଜ୍ୟରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି।