Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମଏନଆରଇ ପକ୍ଷରୁ ପିଏମ୍‌ କୁସୁମ୍ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ପାଇଁ ମାର୍ଗଦର୍ଶିକା ଜାରି
ଆଜିର ଖବର

ଏମଏନଆରଇ ପକ୍ଷରୁ ପିଏମ୍‌ କୁସୁମ୍ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ପାଇଁ ମାର୍ଗଦର୍ଶିକା ଜାରି

May 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ (ପିଏମ୍-କୁସୁମ) ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯୋଜନା ଅଧୀନରେ ସ୍ୱତନ୍ତ୍ର ସୋଲାର ପମ୍ପ ସ୍ଥାପନ ଏବଂ କୃଷି ପମ୍ପଗୁଡ଼ିକର ସୋଲାରାଇଜେସନ ପାଇଁ ସବସିଡି ପ୍ରଦାନ କରାଯାଇଛି । କୃଷକମାନେ 2 ମେଗାୱାଟ ପର୍ଯ୍ୟନ୍ତ ଗ୍ରୀଡ୍ ସଂଯୁକ୍ତ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିପାରିବେ। ଏହି ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏହିପରି ସମସ୍ତ ନିର୍ଦ୍ଦିଷ୍ଟ ବିଭାଗର ବିବରଣୀ ଏମଏନଆରଇ ୱେବସାଇଟ୍ www.mnre.gov.in ରେ ପ୍ରଦାନ କରାଯାଇଛି।

ଏହି ଯୋଜନା ଆରମ୍ଭ ହେବା ପରେ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଛି ଯେ କେତେକ ଠକ ୱେବସାଇଟ୍ ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ନିମନ୍ତେ ତାଙ୍କର ପୋର୍ଟାଲ୍ ପ୍ରଯୁଜ୍ୟ ବୋଲି ଦାବି କରିଛନ୍ତି । ଏହିପରି ଅନଧିକୃତ ୱେବସାଇଟ୍ ଏହି ଯୋଜନାରେ ଆଗ୍ରହୀ ଲୋକଙ୍କଠାରୁ ଟଙ୍କା ଏବଂ ସୂଚନା ସଂଗ୍ରହ କରୁଛି । ସାଧାରଣ ଜନତାଙ୍କୁ କୌଣସି କ୍ଷତି ନହେବା ପାଇଁ, ଏମଏନଆରଇ ଅତୀତରେ ସର୍ବସାଧାରଣ ବିଜ୍ଞପ୍ତି ଜାରି କରି ସାଧାରଣ ଜନତାଙ୍କୁ କୌଣସି ପଞ୍ଜୀକରଣ ଶୁଳ୍କ ଜମା ନକରିବାକୁ କିମ୍ବା ଏହିପରି ୱେବସାଇଟରେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବାକୁ ପରାମର୍ଶ ଦେଇଛି । ଅଭିଯୋଗ ପାଇବା ପରେ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅନେକ ନକଲି ପଞ୍ଜୀକରଣ ପୋର୍ଟାଲ ବ୍ଲକ୍  କରାଯାଇଛି ।

ଜାଲିଆତି କରୁଥିବା ୱେବସାଇଟ୍ ସହିତ ହ୍ବାଟ୍‌ସଆପ୍ ଏବଂ ଅନ୍ୟାନ୍ୟ ଉପାୟ ମଧ୍ୟ ସମ୍ଭାବ୍ୟ ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ବ୍ୟବହୃତ ହେଉଛି । ତେଣୁ ମନ୍ତ୍ରଣାଳୟ ଦୃଢ଼ ଭାବରେ ପରାମର୍ଶ ଦେଇଛି ଯେ ପିଏମ-କୁସୁମ ଯୋଜନା ପାଇଁ ଆଗ୍ରହୀ ବ୍ୟକ୍ତିମାନେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ କିମ୍ବା ଟଙ୍କା ଜମା କରିବା ପୂର୍ବରୁ ୱେବସାଇଟର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ।  ହ୍ବାଟ୍‌ସଆପ୍ / ଏସ୍ଏମ୍ଏସ୍ ମାଧ୍ୟମରେ ଗ୍ରହଣ କରାଯାଇଥିବା କୌଣସି ଯାଞ୍ଚ ହୋଇନଥିବା କିମ୍ବା ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ ନକରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେଉଁ ଗୁଡ଼ିକ  ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ପୋର୍ଟାଲ୍ ବୋଲି ଦାବି କରୁଛନ୍ତି।

ଏହି ଯୋଜନାରେ ଅଂଶଗ୍ରହଣ ଏବଂ ଯୋଗ୍ୟତା ପ୍ରକ୍ରିୟାରେ ଅଂଶଗ୍ରହଣ ସମ୍ବନ୍ଧୀୟ ସୂଚନା ଏମଏନଆରଇ ୱେବସାଇଟ୍ http://www.mnre.gov.in କିମ୍ବା ପିଏମ-କୁସୁମ କେନ୍ଦ୍ରୀୟ ପୋର୍ଟାଲ https://pmkusum.mnre.gov.in ରେ ଉପଲବ୍ଧ କିମ୍ବା ଟୋଲ୍ ଫ୍ରି ନମ୍ବର – 1800-180-3333ରେ ଡାଏଲ କରି ସୂଚନା ମିଳିପାରିବ।

ଏମଏନଆରଇ
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତକୁ ଚଳାଉଛନ୍ତି ଚାରି ଗୁଜୁରାଟୀ”: IND vs PAK ମ୍ୟାଚ୍ ପୂର୍ବରୁ ବିଷ ଓଗାଳିଲେ ଶାହିଦ ଆଫ୍ରିଦି

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026

ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ

February 10, 2026

ଆଜି ୧୦ ହଜାର ଟଙ୍କା କମିଲା ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

February 10, 2026
Latest News

“ଭାରତକୁ ଚଳାଉଛନ୍ତି ଚାରି ଗୁଜୁରାଟୀ”: IND vs PAK ମ୍ୟାଚ୍ ପୂର୍ବରୁ ବିଷ ଓଗାଳିଲେ ଶାହିଦ ଆଫ୍ରିଦି

February 10, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026

ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ

February 10, 2026

ଆଜି ୧୦ ହଜାର ଟଙ୍କା କମିଲା ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.