କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪୦% ବୃଦ୍ଧି, ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

Published: Jun 9, 2022, 10:45 am IST

ନୂଆଦିଲ୍ଲୀ: କରୋନା ଭାଇରସ ପୁଣି ଥରେ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ଦୁଇ ଦିନ ଧରି କରୋନାର ନୂଆ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଉଛି। ଗତକାଲି ଯେଉଁଠାରେ ୫ ହଜାର ୨୩୩ ଟି ନୂଆ ମାମଲା ଥିଲା, ଆଜି ତାହା ୭ ହଜାର ୨୪୦ କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୨୪୦ ଟି ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୩୨ ହଜାର ୪୯୦ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୫୯୧ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୬ ଲକ୍ଷ ୪୯ ହଜାର ୩୦୧ କୁ ବୃଦ୍ଧି ପାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ତିନିମାସ ଧରି ଦେଶରେ କରୋନା ମାମଲାରେ ହ୍ରାସ ଘଟିଥିଲା। କିନ୍ତୁ ବୁଧବାର ଦିନ ୯୩ ଦିନ ପରେ ଗୋଟିଏ ଦିନରେ ପାଞ୍ଚ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ସାତ ହଜାର ଅତିକ୍ରମ କରିଛି।

Related posts