ଗୋଧ୍ରା କାଣ୍ଡ ଭଳି ଫୁଲଓ୍ବାମା ମଧ୍ୟ ବିଜେପିର ଏକ ଷଡଯନ୍ତ୍ର : ଶଙ୍କର ସିଂ ବାଘେଲା

Published: May 2, 2019, 2:03 pm IST

ଲୋକସଭା ନିର୍ବାଚନ ପାଇଁ ଭାରତର ରାଜନୈତିକ ପାଣିପାଗ ବେଶ୍‌ ସରଗରମ ରହିଛି। ଏହାରି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ପୁଲ୍‌ଓ୍ବାମା ଆକ୍ରମଣକୁ ଭାଜାପାର ଏକ ଷଡଯନ୍ତ୍ର ବୋଲି କହିବା ସହିତ ଗୋଧ୍ରା ଦଙ୍ଗା ପରି ପୁଲ୍‌ଓ୍ବାମା ଆକ୍ରମଣ ମଧ୍ୟ ବିଜେପିର ଏକ ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଯେଉଁ ଗାଡିରେ ଆର୍‌ଡିଏକ୍ସ ନିଆଯାଉଥିଲା ତା’ର ରେଜିଷ୍ଟ୍ରେଶନ ନମ୍ବର ଗୁଜରାଟର ଥିଲା। ତେଣୁ ନିର୍ବାଚନ ଜିତିବା ଲାଗି ବିଜେପି ଆତଙ୍କବାଦୀଙ୍କ ସାହାରା ନେଇଥିବା ବାଘେଲା କହିଛନ୍ତି। କାରଣ ଗତ ୫ ବର୍ଷ ଭାଜପା ଶାସନ ସମୟରେ ବହୁ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ବାଲାକୋଟ ଆକ୍ରମଣରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନାହିଁ। କାରଣ କୌଣସି ବିଦେଶୀ ଏଜେନ୍ସି ଏହାର ସ୍ପଷ୍ଟ ଚିତ୍ର ଦେଇନାହିଁ। ବାଲାକୋଟ୍‌ ଆକ୍ରମଣ ମଧ୍ୟ ଏକ ସୁନିୟୋଜିତ ଷଡଯନ୍ତ୍ର ଥିଲା। ଫେବୃଆରୀ ୧୪ ତାରିଖରେ ଆତଙ୍କୀମାନଙ୍କ ଦ୍ବାରା ୪୦ ଜଣ ସିଆରଏଫ୍‌ ଯବାନ୍‌ ଶହୀଦ୍‌ ହୋଇଥିଲେ। ଏହି ଆତଙ୍କ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଏହାପରେ ଭାରତ ତରଫରୁ ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ କରାଯାଇଥିଲା।

Related posts