Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଥ ପ୍ରଦର୍ଶନକାରୀ ଆପ୍ ନିର୍ମାଣ ପାଇଁ ଭାରତ-ଜାତିସଂଘ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ
ବିଶେଷ ଖବର

ପଥ ପ୍ରଦର୍ଶନକାରୀ ଆପ୍ ନିର୍ମାଣ ପାଇଁ ଭାରତ-ଜାତିସଂଘ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

June 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜେନେଭାସ୍ଥିତ ଜାତିସଂଘର ଦପ୍ତର ପାଲେ ଦି ନେସନ(ପ୍ୟାଲେସ ଦି ନେସନ୍ସ)ରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଏକ ପଥପ୍ରଦର୍ଶନକାରୀ (ୱେ ଫାଇଣ୍ଡିଂ ଆପ୍ଲିକେସନ) ପାଇଁ ଭାରତ ଏକ ମିଳିତ ଜାତିସଂଘ ମିଳିତ ଭାବେ କାମ କରିବେ। ଏହି ଆପ୍ଲିକେସନ ବା ଆପ୍ ଜାତିସଂଘର ଜେନେଭା ଦପ୍ତର (ୟୁଏନ୍‌ଓଜି)ରେ ଥିବା ପାଲେ ଦି ନେସନ୍ସରେ ବ୍ୟବହୃତ ହେବ। ଏଥିପାଇଁ ଦୁଇପକ୍ଷ ମଧ୍ୟରେହେବାକୁ ଥିବା ଚୁକ୍ତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।

୧୯୪୫ରେ ସ୍ଥାପିତ ମିଳିତ ଜାତିସଂଗ ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ। ଏବେ ଏହାର ସଦସ୍ୟ ସଂଖ୍ୟା ୧୯୩ । ଭାରତ ମିଳିତ ଜାତିସଂଘର ଜଣେ ପ୍ରତିଷ୍ଠାତା ସଦସ୍ୟ।

ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଜାତିସଂଘର ଦପ୍ତର (ୟୁଏନ୍‌ଓଜି)ର ପାଂଚଟି ଅଟ୍ଟାଳିକା ରହିଛି। ଏଥିରେ ମୋଟ ୨୧ ତାଲା (ଫ୍ଲୋର) ଅଛି। ଏହା ଫରାସୀ ଭାଷାରେ ପାଲେ ଦି ନେସନ୍ସ ନାମରେ ପରିଚିତ। ଏହି ଦପ୍ତର ଜାତିସଂଘରର ଏକ ଐତିହାସିକ ଅଟ୍ଟାଳିକା। ଜାତିସଂଘର ବିଭିନ୍ନ ବୈଠକ, ସମାବେଶ ଆଦିରେ ଯୋଗ ଦେବାକୁ  ବହୁ ସଂଖ୍ୟକ ପ୍ରତିନିଧି, ନାଗରିକ ସମାଜର ସଦସ୍ୟ ଓ ସାଧାରଣ ଜନତା ଏହି ଦପ୍ତରକୁ ଯାଇଥାନ୍ତି।

ଭବନର ଜଟିଳତା ଏବଂ ଏହି ଦପ୍ତରର ବିଭିନ୍ନ କାର୍ଯ୍ୟକ୍ରମର ବିପୁଳ ଲୋକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ପଥ ପ୍ରଦର୍ଶନ ବ୍ୟବସ୍ଥାକୁ ସୁଗମ କରିବାର ଆବଶ୍ୟକ ରହିଛି। ଏଥିପାଇଁ ଏକ ନାଭିଗେସନାଲ ଆପ୍ ବିକଶିତ କରି କାମରେ ଲଗାଇବା  ଜରୁରୀ। ପ୍ରତିନିଧି ଓ ଅନ୍ୟାନ୍ୟ ପରିଦର୍ଶକ ଏହି ଭବନ ମଧ୍ୟରେ ପଶିଲେ ସୁବିଧାରେ ଓ ସହଜରେ ବିଭିନ୍ନ ବିଭାଗ ଓ ଦପ୍ତରକୁ ଯିବା ପାଇଁ ଏକ ପଥପ୍ରଦର୍ଶନକାରୀ ଆପ୍‌ର ଆବଶ୍ୟକତା ଅପରିହାର୍ଯ୍ୟ।

ଖୋଲା ଯାଗାରେ ଜିପିଏସ୍ ଆପ୍ ପଥପ୍ରଦର୍ଶନରେ ବିଶେଷ ସଫଳ ହୋଇଥାଏ, କିନ୍ତୁ ବିରାଟ ଅଟ୍ଟାଳିକା ଓ ଭବନ ଭିତରେ ଏହା ବିଶେଷ କାମରେ ନାହିଁ। ଏଥିପାଇଁ ଅଟ୍ଟାଳିକା ଭିତରେ ମାର୍ଗ ଦର୍ଶନ କରିପାରୁଥିବା ଆପ୍‌ର ଆବଶ୍ୟକତା ରହିଛି। ଏହାର ସହାୟତାରେ ପ୍ରତିନିଧି ଓ ଅନ୍ୟାନ୍ୟ ଲୋକେ ଗୋଟିଏ ଅଟ୍ଟାଲିକାରୁ ଅନ୍ୟ ଅଟ୍ଟାଳିକା ଓ ବିଭିନ୍ନ ଦପ୍ତରକୁ ସହଜରେ ଯାଇପାରିବେ। ଭାରତ ଏହି ପଥ ପ୍ରଦର୍ଶନକାରୀ ଆପ୍ ବିକଶିତ କରିବ। ୨୦୨୦ରେ ଜାତିସଂଘର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ଏଭଳି ଏକ ଯୋଜନା ପ୍ରସ୍ତୁତ କରି ବିଶ୍ୱର ଏହି ସର୍ବୋଚ୍ଚ ପ୍ରତିଷ୍ଠାନକୁ ଦାନ ଆକାରରେ ଏଭଳି ଏକ ଆପ୍ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ଆପ୍‌ର ବିକାଶ, ମୁତୟନ ଓ ରକ୍ଷଣାବେକ୍ଷଣ ପାଇଁ ମୋଟ ୨ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି। ଏଥି ନିମନ୍ତେ ଏକ ସଫ୍ଟଓୟାରଭିତ୍ତିକ ପଥ ପ୍ରଦର୍ଶନକାରୀ ଆପ୍ ବିକଶିତ ହେବ। ଏହା ପାଲେ ଦି ନେସନ ଦପ୍ତରରେ ମୁତୟନ ହେଲେ ଏହାର ବ୍ୟବହାରକାରୀ ଏହି ଆପ୍ ସହାୟତାରେ ପାଂଚଟି ଯାକ ଅଟ୍ଟାଳିକାର ମୋଟ ୨୧ ତାଲାରେ ଥିବା ବିଭିନ୍ନ ଦପ୍ତର /କାର୍ଯ୍ୟାଳୟକୁ ଅନାୟସରେ ଯାଇପାରିବେ।

ଏହି ଆପ୍ ଏକ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ମାଧ୍ୟମରେ କାର୍ଯ୍ୟ କରିବ। ଆପ୍‌ର ବିକାଶ କାମ ସି-ଡଟ୍ ଉପରେ ନ୍ୟସ୍ତ କରାଯାଇଛି। ସି-ଡଟ୍ ଏକ ସ୍ୱୟଂ ଶାସିତ ଟେଲିକମ୍ ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ଏହା ଭାରତ ସରକାରଙ୍କ ଟେଲି ଯୋଗାଯୋଗ ବିଭାଗ ଅଧୀନରେ ରହିଛି। ଭାରତ ପାଇଁ ଏହା ଏକ ମର୍ଯ୍ୟାଦାଜନକ ବିଷୟ। ଜାତିସଂଘକୁ ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦାନ ହେବ। ଏହାଛଡା “ମେଡ୍ ଇନ ଇଣ୍ଡିଆ ଆପ ମାଧ୍ୟମରେ ଭାରତ ବିଶ୍ୱକୁ ତାହାର ସଫ୍ଟଓୟାର ବିଶେଷତ୍ୱ ଦକ୍ଷତା ଏବଂ କୋମଳଶକ୍ତିର ପରିଚୟ ଦେଇପାରିବ।

କ୍ୟାବିନେଟର ଅନୁମୋଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Latest News

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.