Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବାତ୍ୟା ପରେ ପରେ, ରାଜ୍ୟ ରାଜନୀତିର ବିଚିତ୍ର ପାଣିପାଗ
ମତାମତ

ବାତ୍ୟା ପରେ ପରେ, ରାଜ୍ୟ ରାଜନୀତିର ବିଚିତ୍ର ପାଣିପାଗ

May 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Aftermath of Cyclone Fani
Aftermath of Cyclone Fani

କେଦାର ମିଶ୍ର

“ଫନୀ” ଆସି ଅନେକ କିଛି ବିଗାଡି ଦେଇ ଯାଇଛି।ଘରଦ୍ଵାର, ଗଛପତ୍ର, ବିଜୁଳି, ଟେଲିଫୋନ ଇତ୍ୟାଦି ସବୁକିଛି ବିପର୍ଯସ୍ତ। ରିଲିଫ କ୍ୟାମ୍ପରେ ଲମ୍ବା ଧାଡି। ବାଲଟିଏ ପାଣି ଲାଗି ମରାମରି। ତାରି ଭିତରେ କିନ୍ତୁ ଗୋଟେ କଥା ସଜାଡି ହୋଇଯାଇଛି। ସେ ହେଲା ଓଡିଶା ରାଜନୀତିର କୋଳାହଳ। ୨୯, ଏପ୍ରିଲ ଆଗରୁ ସବୁ ରାଜନୈତିକ ଦଳ ପରସ୍ପର ପ୍ରତି ଯେତେ ଅସହିଷ୍ଣୁ ଓ ହିଂସ୍ର ଥିଲେ, ଏମାନେ ସମସ୍ତେ ଆଜି ନୀରବ। ଯେହେତୁ ଆଗକୁ ଆଉ ନିର୍ବାଚନ ନାଇଁ, ତେଣୁ ରାଜନୈତିକ ଚାପ ବିଷୟରେ ଆଉ କେହି ଚିନ୍ତା ବି କରୁନାହାନ୍ତି। ଲୋକଙ୍କ ଦାବି ନେଇ କୌଣସି ରାଜନେତା ଏବେ ଆଉ ସାମ୍ବାଦିକ ସମ୍ମିଳନୀ ବି କରୁନାହାନ୍ତି। ଗତ ପାଞ୍ଚ ଦିନ ଭିତରେ ରାଜନୀତି ବେଶ ସହଜ ଓ ଶାନ୍ତ ହୋଇ ଯାଇଛି। ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି କୁ ଗାଳି କରି ଚାଲିଥିବା ବିଜେପିର ରାଜ୍ୟ ନେତାମାନେ ଏବେ ଭୀଷଣ ନୀରବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୬ ତାରିଖରେ ବାତ୍ୟା ଅଞ୍ଚଳ ବୁଲି ସମୀକ୍ଷା କଲାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି। ମୋଦୀଙ୍କ ଓଡିଶା ଗସ୍ତ ସମୟରେ ନବୀନଙ୍କ ସହ ତାଙ୍କର ତାଳମେଳ ଦେଖି ଆମର ନିର୍ବାଚନ ସମୟର ଭାଷଣ ସବୁ ମନେ ପଡିଗଲା। ନେତାଙ୍କ ଭାଷଣ ପରେ ଚେଲା ଚାମୁଣ୍ଡା ଓ ଭକ୍ତଙ୍କ ପ୍ରତିକ୍ରିୟା କଥା ବି ମନେ ପଡିଲା।
ତଳ ସ୍ତରର ନେତା ଓ କର୍ମୀମାନେ ଯାହାକୁ ନେଇ ନିଜ ନିଜ ଭିତରେ ଏତେ ବାଡିଆ ପିଟାହେଉଥିଲେ, ତାଙ୍କ ନେତାମାନେ ଏବେ ପରସ୍ପର ର ଘନିଷ୍ଠ ବନ୍ଧୁ। ନିର୍ବାଚନ ବେଳେ ଷଣ୍ଢ ଭଳି ରଡି ଛାଡୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ନବୀନଙ୍କୁ ଦେଖି ଅଣ୍ଟାକୁ ନବେ ଡିଗ୍ରୀ ବଙ୍କେଇ ଜୁହାର ହେଉଥିବାର ଛବି ଆମେ ଦେଖୁଛୁ। ଯେଉଁ ମୋଦୀ “ନବୀନ ବାବୁ ଆପକା ଜାନା ତୟ ହୈ “ ବୋଲି କହୁଥିଲେ, ଏବେ ସେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ବସେଇବାକୁ ନିଜେ ଚୌକି ଟାଣି ଆଣୁଛନ୍ତି। ନବୀନ ଏବେ ବିଜେପି ଆଖିରେ ସବୁଠୁ ବଡ ନାୟକ। ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ। ଜାତୀୟ ନିର୍ବାଚନର ଚିତ୍ର ଯାହା ସେଥିରେ ବିଜେପି କିମ୍ବା ଏନଡିଏ ସ୍ପଷ୍ଟ ବହୁମତ ପାଇବାର କୌଣସି ସମ୍ଭାବନା ନାହିଁ। ତେଣୁ ନୂଆ ସରକାର ଗଠନରେ ବିଜେଡି ପ୍ରମୁଖ ଭୂମିକା ନେବ। ତାକୁ ଆଖି ଆଗରେ ରଖି ଏବେ ବିଜେପିର ନବୀନ ତୁଷ୍ଟୀକରଣ ରାଜନୀତି ଆରମ୍ଭ ହୋଇଛି।
ବାକିଥିବା ଆଉ ଦୁଇଟି ପର୍ଯାୟର ନିର୍ବାଚନ ପୂର୍ବରୁ ବିଜେପିର ଦୁଇ ତୁଙ୍ଗ ନେତା ସୁବ୍ରମନ୍ୟମ ସ୍ଵାମୀ ଓ ରାମ ମାଧବ ବିଜେପି ସ୍ପଷ୍ଟ ଜନମତ ପାଉନାହିଁ ବୋଲି ସ୍ଵୀକାର କରିଛନ୍ତି। ସେହି ପୃଷ୍ଠଭୂମିରେ ନବୀନଙ୍କ ପ୍ରତି ବିଜେପିର ପ୍ରେମକୁ ବିଶ୍ଲେଷଣ କରାଯାଇପାରେ। ବାତ୍ୟା ଫନୀ ଏବେ ନବୀନଙ୍କ ସହିତ ସୁସମ୍ପର୍କ ଯୋଡିବାକୁ ବିଜେପି ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ତତ୍ପରତାର ସହିତ ପ୍ରାୟ ୧୪ ଶହ କୋଟି ଟଙ୍କାର ଅଗ୍ରୀମ ବାତ୍ୟା ସହାୟତା ମଞ୍ଜୁର କରିଛନ୍ତି। ଯଦିଓ ବାତ୍ୟା ସମୟରେ ଅତ୍ୟାବଶ୍ୟକ କେନ୍ଦ୍ରୀୟ ସେବା ଯଥା, ଟେଲିଫୋନ ଓ ବ୍ୟଙ୍କିଙ୍ଗ ବ୍ୟବସ୍ଥା ଏକ ପ୍ରକାର ଅକାମୀ ହୋଇ ପଡିଛି। ତାକୁ ନ ସୁଧାରି ଆର୍ଥିକ ସହାୟତାକୁ ନିଜର ବଦାନ୍ୟତା ବୋଲି ବିଜେପି କହିବାର ଉଦ୍ୟମ କରୁଛି। ବାତ୍ୟା ପରବର୍ତ୍ତୀ ରାଜନୈତିକ ସମୀକରଣ ଦେଖି ବିଜେଡି ଓ ବିଜେପି ଭିତରେ ବୁଝାମଣାର ସୂତ୍ରଟି ବାରି ହୋଇ ଦିଶୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026
Latest News

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.