ଓଡିଶାର ନଦୀ ସଙ୍କଟକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି

Published: Aug 1, 2022, 6:50 pm IST

ଭୁବନେଶ୍ବର: ରାଜ୍ୟର ନଦୀଗୁଡିକର ଆବସ୍ଥା ସଙ୍କଟ ଜନକ। ଅନେକ ନଦୀ ଶୁଖିଲା ପଡିଛି। ଅନ୍ୟପଟେ ବାଲିମାଫିଆମାନେ ସରକାରୀ ନିୟମକୁ ଉଲଘଂନ କରି ବାଲି ନେବାରେ ବ୍ୟସ୍ତ। ଏପରି ପରିସ୍ଥିତିରେ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ। ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୂରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ଗ୍ରୀନ୍ ଟ୍ୟୁବୁନାଲର ନିୟମକୁ ଉଲଘଂନ କରି ଦିବାଲୋକରେ ବାଲି ଚାଲାଣ କରାଯାଉଛି । ରାଜ୍ୟର ସମ୍ବିଧାନିକ ମୁଖ୍ୟ ଉପରୋକ୍ତ ସମସ୍ୟାର ତୁରନ୍ତସମାଧାନ ଲାଗି ପଦକ୍ଷେପ ନେବାକୁ ଶ୍ରୀ ସାହୁ ସ୍ମାରକପତ୍ର ଦେଇଛନ୍ତି ।

ଏହି ପ୍ରତିନିଧି ଦଳରେ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ଅଜୟ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମକେଶରୀ ରାଉତରାୟ, ସଞ୍ଜିବ ରଣା, ଶ୍ରୀନିବାସ ପ୍ରଧାନ,ବାସୁଦେବ ପଣ୍ଡା ଓ ସୁଦର୍ଶନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related posts