ଆଉ ଦୁଇ ବର୍ଷ ପରେ ଭାରତର ରାସ୍ତା ଆମେରିକା ପରି ହେବ, ମନ୍ତ୍ରୀ ନିତିନ ଗଡକରୀ

Published: Aug 3, 2022, 6:04 pm IST

ନୂଆଦିଲ୍ଲୀ: ଆସନ୍ତା 2024 ମସିହା ସୁଦ୍ଧା ଆମେରିକା ଭଳି ଭାରତର ସଡକ ଭିତ୍ତିଭୂମି ହେବ।  ସଡକ ଭିତ୍ତିଭୂମି ସୃଷ୍ଟି ପାଇଁ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା 26 ଟି ସବୁଜ ରାଜପଥ ନିର୍ମାଣ କରାଯାଉଛି। ଫଳରେ ସେଗୁଡିକ ଠିକ୍ ଆମେରିକାର ରୋଡ ପରି ଦେଖାଯିବ।

ଆଜି ପ୍ରଶ୍ନକାଳ ସମୟରେ ରାଜ୍ୟସଭାରେ ଏହି  ଜବାବ ଦେଇଛନ୍ତି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ସେ କହିଛନ୍ତି ଯେ ସବୁଜ ରାଜପଥ ଦିଲ୍ଲୀକୁ ଜୟପୁର, ଚଣ୍ଡିଗଡ଼, ହରିଦ୍ୱାର, ଅମୃତସର, ମୁମ୍ବାଇ, କତ୍ରା, ଶ୍ରୀନଗର ଏବଂ ବାରାଣାସୀ ସହିତ କୋଲକାତା ସହ ସଂଯୋଗ କରିବ।

ସେ କହିଛନ୍ତି, ସବୁଜ ରାଜପଥ ନିର୍ମାଣ ପରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଦେଶରେ ସଡକ ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

Related posts