ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୟୁନିୟନ ବ୍ୟାଙ୍କର ଏମଡି ଏ. ମଣିମେଖାଲାଇ

Published: Aug 4, 2022, 9:47 pm IST

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁନିୟନ ବ୍ୟାଙ୍କ ଏମଡି ତଥା ସିଇଓ ଏ. ମଣିମେଖାଲାଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଗରିବ ଓ ଅତି ଗରିବଙ୍କ ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା ହୋଇଛି।

ନବୀନ କହିଥିଲେ, ଚାଷୀ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ୟୁନିଅନ ବ୍ୟାଙ୍କ କାର୍ଯ୍ୟ କରୁ ବୋଲି ସେ ମନିମେଖାଲାଇଙ୍କୁ ପରାମର୍ଶ ଦେଇଥିଲେ । ତେବେ ୟୁନିଅନ ବ୍ୟାଙ୍କ ସିଏଓ ଏହାକୁ ଗ୍ରହଣ କରିବା ସହ ଚାଷୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ବ୍ୟାଙ୍କର ଆଉଟରିଚ୍ କାର୍ଯ୍ୟକ୍ରମ ବଢାଇବେ ବୋଲି କହିଛନ୍ତି।

ଏହି ଭେଟ ସମୟରେ 5T ସଚିବ ଭିକେ ପାଣ୍ଡିଆନ ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts