Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଉ ଏକ ମାଇଲଖୁଣ୍ଟ ହାସଲ: ଦେଶର ଶ୍ରେଷ୍ଠ ପାଞ୍ଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା
ବିଶେଷ ଖବର

ଆଉ ଏକ ମାଇଲଖୁଣ୍ଟ ହାସଲ: ଦେଶର ଶ୍ରେଷ୍ଠ ପାଞ୍ଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା

August 19, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ- ଗ୍ରାମୀଣ (ଏସ୍ବିଏମ୍ – ଜି) ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ୧୦୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଭାବେ ଘୋଷିତ କରିଛନ୍ତି। ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ସ୍ଥିତିକୁ ବଜାୟ ରଖିଛନ୍ତି ଏବଂ କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁକୁ ପରିଚାଳନା କରିବା ନିମନ୍ତେ ପରିଚାଳନା ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି ଏବଂ ସେହି ଗ୍ରାମ ଗୁଡିକ ନିଜର ସ୍ୱଚ୍ଛତାର ଯାତ୍ରାକୁ ଜାରି ରଖିବେ କାରଣ ସେମାନେ ନିଜ ଗ୍ରାମକୁ ସ୍ୱଚ୍ଛ, ସବୁଜ ଏବଂ ସ୍ୱାସ୍ଥ୍ୟକର କରିବା ନିମନ୍ତେ କାର୍ଯ୍ୟ କରୁଛନ୍ତି। ଶୀର୍ଷ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକରୁ ପ୍ରଥମ ପାଂଚଟି ରାଜ୍ୟ, ଯେଉଁ ରାଜ୍ୟ ଗୁଡିକର ଅଧିକ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଘୋଷିତ କରା ଯାଇଛି ତାହା ମଧ୍ୟରେ ଓଡିଶା ସ୍ଥାନ ପାଇଛି।

ପ୍ରାୟ ଆଠ ବର୍ଷ ତଳେ , ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା ଥିଲା। ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ଦେଶ ବିଶ୍ୱର ସବୁଠାରୁ ବୃହତ୍ ଆଚରଣ ପରିବର୍ତ୍ତନକାରୀ ଅଭିଯାନରେ ଏକତ୍ରିତ ହୋଇ ସାମିଲ୍ ହୋଇଥିଲା ଏବଂ ନିଜର ଲକ୍ଷ୍ୟକୁ ହାସଲ ମଧ୍ୟ କଲା ଏବଂ ୨ ଅକ୍ଟୋବର ୨୦୧୯ରେ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ଏସ୍ଡିଜି – ୬ ଲକ୍ଷ୍ୟର ୧୧ ବର୍ଷ ପୂର୍ବରୁ ଗ୍ରାମୀଣ ଭାରତ ବାହ୍ୟ ମଳ ମୁକ୍ତ ହୋଇଗଲା।

ତେବେ, ଏହା ମିଶନର ଶେଷ ନୁହେଁ, ଏହା ଏକ ଅଧିକ ଆହ୍ୱାନପୂର୍ଣ୍ଣ, ତଥାପି ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଏହା ମୂଳଦୁଆ ପକାଇ ଥିଲା , ଦେଶର ଗ୍ରାମ ଗୁଡିକୁ ବାହ୍ୟ ମଳମୁକ୍ତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସ୍ୱଚ୍ଛତା କିମ୍ବା ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି।

ଏକ ଲକ୍ଷ ଅଧିକ ବାହ୍ୟ ମଳମୁକ୍ତ ଗ୍ରାମର ଲକ୍ଷ୍ୟ ହାସଲ କରିବା କୌଣସି ଛୋଟ ଅନୁଭବ ନୁହେଁ, କାରଣ କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକ୍ରିୟା ସ୍ୱଭାବରେ ବୈଷୟିକ, ଗ୍ରାମୀଣ ଭାରତ ନିମନ୍ତେ ଆପାତତଃ ନୂତନ ଏବଂ ଏହା ଏକ ଦ୍ୱିତୀୟ ପିଢ଼ି ସମସ୍ୟା।

ଶୌଚାଳୟର ଯୋଗାଣ ମଳ ବର୍ଜ୍ୟ ବସ୍ତୁ ପରିଚାଳନା କରିବାର ଆବଶ୍ୟକତା ସୃଷ୍ଟି କରିଛି। ପାନୀୟ ଜଳ ଯୋଗାଣ ସହିତ, ଅଧିକ ମଇଳା ଜଳ ସୃଷ୍ଟି ହେଉଛି, ଯାହାର ଚିକିତ୍ସା ଏବଂ ପୁନଃ ବ୍ୟବହାର ହେବା ଆବଶ୍ୟକ ଏବଂ ଜୀବନ ଶୈଳୀରେ ପରିବର୍ତନ ଏବଂ ପ୍ୟାକ୍ ହୋଇଥିବା ଖାଦ୍ୟ ପଦାର୍ଥର ବ୍ୟବହାର ସହିତ ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁର ବିପଦ ଗ୍ରାମାଂଚଳରେ ଏହାର କୁତ୍ସିତ ସ୍ୱରୂପକୁ ବୃଦ୍ଧି କରୁଛି ଏବଂ ଏହାକୁ ସଠିକ୍ ଭାବରେ ପରିଚାଳନା କରିବା ଆବଶ୍ୟକ ଅଟେ।

ସ୍ୱଚ୍ଛ ଭାରତ ମିଶନ – ଗ୍ରାମୀଣ (ଏସ୍ବିଏମ୍ – ଜି)ର ଦ୍ୱିତୀୟ ପର୍ଯ୍ୟାୟ ହେଉଛି – ସମସ୍ତ ପ୍ରକାରର ବର୍ଜ୍ୟ ବସ୍ତୁକୁ ସଠିକ୍ ଭାବରେ ପରିଚାଳନା କରିବା ଯାହା କେବଳ ଆମ ଗାଁକୁ ପରିଷ୍କାର କରିବ ନାହିଁ, ବରଂ ଗ୍ରାମାଂଚଳର ପରିବାର ଗୁଡିକ ନିମନ୍ତେ ଆୟ ସୃଷ୍ଟି କରିବ ଏବଂ ନୂତନ ଜୀବିକାର୍ଜନ ସୁଯୋଗ ନିମନ୍ତେ ପରିସର ସୃଷ୍ଟି କରିବ। ସ୍ୱଚ୍ଛତା ଏବଂ ନିରାପଦ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ଏହା ଦ୍ୱାରା ନାଗରିକ ମାନଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଏସ୍ବିଏମ୍ – ଜି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିଥାଏ।

ପ୍ରାରମ୍ଭରେ, ଡିଡିଡବ୍ଲୁଏସ୍ ଗୋଟିଏ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ ଗ୍ରାମ ରୂପରେ ଘୋଷିତ କରିବା ପ୍ରକ୍ରିୟାରେ ମଧ୍ୟବର୍ତୀକାଳୀନ ପର୍ଯ୍ୟାୟ ଆରମ୍ଭ କରିଥିଲା, ଏହା ଦେଖି ଯେ ସମସ୍ତ ଗ୍ରାମ ଜୈବ ବିଘଟନକାରୀ ଆବର୍ଜନା ପରିଚାଳନା (ବିଡବ୍ଲ୍ୟୁଏମ୍) , ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା (ପିଡବ୍ଲ୍ୟୁଏମ୍), ମଇଳା ଜଳ ପରିଚାଳନା (ଜିଡବ୍ଲ୍ୟୁଏମ୍) ଏବଂ ମଳ ଜନିତ ପଙ୍କ ପରିଚାଳନା (ଏଫ୍ଏସ୍ଏମ୍) କାର୍ଯ୍ୟକ୍ଷେତ୍ର ଅନୁସାରେ ସମସ୍ତ ମାନଦଣ୍ଡ ଗୁଡିକୁ ହୁଏତ ପୂରଣ କରି ପାରିବେ ନାହିଁ । ଅଧିକ ବାହ୍ୟ ମଳମୁକ୍ତ – ଆଶାୟୀ ଶ୍ରେଣୀରେ ଆଜି ୫୪୭୩୪ ଗ୍ରାମ ରହିଛି, ଯେଉଁଥିରେ ସମସ୍ତ ଗୃହ ଗୁଡିକରେ ଏବଂ ସଂସ୍ଥାନ ଗୁଡିକରେ ବ୍ୟକ୍ତିଗତ ଘରୋଇ ଶୌଚାଳୟ ଗୁଡିକ ମାଧ୍ୟମରେ ସ୍ୱଚ୍ଛତା ପର୍ଯ୍ୟନ୍ତ ପହଂଚିବା ସହିତ , ଏସ୍ଡବ୍ଲ୍ୟୁଏମ୍ କିମ୍ବା ଏଲ୍ଡବ୍ଲ୍ୟୁଏମ୍ର ବ୍ୟବସ୍ଥା ରହିଛି : ଓଡିଏଫ୍ ପ୍ଲସ୍ – ରାଇଜିଂରେ ୧୭୧୨୧ ଗ୍ରାମ ରହିଛି ଯେଉଁଥିରେ ଆକାଂକ୍ଷୀ ବର୍ଗରେ ରହିଥିବା ମାନଦଣ୍ଡ ସହିତ ଏଲ୍ଡବ୍ଲ୍ୟୁଏମ୍ ଏବଂ ଏସ୍ ଡବ୍ଲ୍ୟୁଏମ୍ ଉଭୟର ବ୍ୟବସ୍ଥା ରହିଛି । ଯାହାକୁ ଓଡିଏଫ୍ ପ୍ଲସ୍ ମଡେଲ୍ ଘୋଷିତ କରା ଯାଇଛି, ସେଥିରେ ୨୯୬୦୭ ଟି ଗ୍ରାମ ରହିଛି, ଯେଉଁଥିରେ ଉପରୋକ୍ତ ସମସ୍ତ ଗ୍ରାମ ରହିଛି ଏବଂ ଯେଉଁଠାରେ ଆଇଇସି ବାର୍ତାକୁ ପ୍ରମୁଖତା ସହିତ ପ୍ରସାରିତ ଏବଂ ପ୍ରଦର୍ଶିତ କରା ଯାଇଥାଏ ।
ଏହା ଦ୍ୱାରା ସାରା ଦେଶର ୯୯୬୪୦ ଟି ଗ୍ରାମରେ କଠିନ ଆବର୍ଜନାର ପରିଚାଳନାର ବ୍ୟବସ୍ଥା ହୋଇ ଯାଇଛି : ୭୮୯୩୭ ତରଳ ବର୍ଜ୍ୟ ପରିଚାଳନା ସୁବିଧା ରହିଥିବା : ଏବଂ ପ୍ରାୟ ୫୭୩୧୨ ଗ୍ରାମ ଗୁଡିକରେ କାର୍ଯ୍ୟାତ୍ମକ କଠିନ ଏବଂ ତରଳ ମଳ ପରିଚାଳନା ସ୍ୱତନ୍ତ୍ର ଅଟେ । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକରେ ଥିବା ପ୍ରଥମ ପାଂଚଟି ରାଜ୍ୟ ମଧ୍ୟରେ ତେଲେଙ୍ଗାନା, ତାମିଲନାଡୁ, ଓଡିଶା, ଉତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶ ରହିଛି, ଯେଉଁ ରାଜ୍ୟ ଗୁଡିକର ଅଧିକ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଘୋଷିତ କରା ଯାଇଛି ।
ଏହାକୁ ଦେଖି ଯେ କଠିନ ଏବଂ ତରଳ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ପ୍ରକ୍ରିୟାର ବୈଷୟିକ ବ୍ୟବସ୍ଥା ଗ୍ରାମୀଣ ଭାରତ ନିମନ୍ତେ ଆପାତତଃ ଭାବେ ନୂତନ ଅଟେ, ରାଜ୍ୟ ଗୁଡିକୁ ଆର୍ଥିକ ସହାୟତା ମାଧ୍ୟମରେ, ପ୍ରଯୁକ୍ତିଗତ ସହାୟତା ଏବଂ ସାମର୍ଥ୍ୟ ନିର୍ମାଣ ଇତ୍ୟାଦି ସହାୟତା ରୂପରେ ସବୁ ପ୍ରକାରର ସହାୟତା ପ୍ରଦାନ କରା ଯାଉଛି । ଏସ୍ବିଏମ୍ (ଜି) ର ପ୍ରଥମ ପର୍ଯ୍ୟାୟ ଭଳି, ଗୋଷ୍ଠୀଗତ ଭାଗିଦାରୀ ଅଭିଯାନ ସଫଳତାର ଅଭିନ୍ନ ଅଂଶ ବିଶେଷ ଅଟେ କାରଣ ଏହା ଆତ୍ମ ବିକାଶ ଏବଂ ଯୋଗଦାନର ମାର୍ଗକୁ ପ୍ରଶସ୍ତ କରିଥାଏ, ଯାହା ଅଭିଯାନର ବିଶେଷ ପରିଚୟ ଭାବେ ରହିଛି ।
ଏହି ଅଭିଯାନ ସ୍ୱଚ୍ଛତା ଏବଂ ନିରାପଦ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥାଏ ଏବଂ ଏହି ଭଳି ଭାବରେ ନାଗରିକ ମାନଙ୍କର ଜୀବନର ଗୁଣବତାରେ ସୁଧାର ଆଣିଥାଏ ଏବଂ ଏହା ୨୦୨୪ -୨୫ ସୁଦ୍ଧା ଆମର ସମ୍ପୂର୍ଣ୍ଣ, ସ୍ୱଚ୍ଛ ଏବଂ ସୁସ୍ଥ ଭାରତର ସ୍ୱପ୍ନକୁ ପୂରଣ କରିବ ।

ଓଡିଶା ସ୍ୱଚ୍ଛ ଭାରତ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.