Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ବଞ୍ଚିଲା ଜୀବନ, ମୁଖ୍ୟମନ୍ତ୍ରୀ ଓ ସମ ହସପିଟାଲକୁ ଧନ୍ୟବାଦ ଦେଲେ ହିତାଧିକାରୀ
ଜାତୀୟ ଖବର

ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ବଞ୍ଚିଲା ଜୀବନ, ମୁଖ୍ୟମନ୍ତ୍ରୀ ଓ ସମ ହସପିଟାଲକୁ ଧନ୍ୟବାଦ ଦେଲେ ହିତାଧିକାରୀ

August 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ବଞ୍ଚିଲା ଜୀବନ, ମୁଖ୍ୟମନ୍ତ୍ରୀ ଓ ସମ ହସପିଟାଲକୁ ଧନ୍ୟବାଦ ଦେଲେ ହିତାଧିକାରୀ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ଆଜି ମୋର ଜୀବନ ବଞ୍ଚିଗଲା। ସେହିପରି ସମ ହସପିଟାଲ କର୍ମଚାରୀମାନେ ଯେପରି ସେବା ଦେଲେ ତାହା ଭୁଲିବାର ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମ ହସପିଟାଲ କର୍ମଚାରୀ ଏବଂ ମାଲିକଙ୍କୁ ମୋର ଧନ୍ୟବାଦ। ଏପରି ଏକ କୋହ ଭରା କଣ୍ଠରେ କହିଛନ୍ତି କଣାସ ବ୍ଲକର ମୁକୁନ୍ଦପୁର ଗାଁର 41 ବର୍ଷିୟ ସୁରେନ୍ଦ୍ର ପ୍ରଧାନ।

ସୁରେନ୍ଦ୍ର ଗତ ଶୀତଳ ଷଷ୍ଠୀ ଉତ୍ସବରେ ବାଣ ଫୁଟାଉ ଥିଲେ। ଅସାବଧାନତା ଯୋଗୁଁ ବାଣ ପାଖରେ ଫୁଟିଗଲା। ଫଳରେ ସେଠାରେ ଥିବା ତିନିଜଣଙ୍କର ଦେହ ପୋଡିଯାଇଥିଲା। ଚାଷୀ ଲୋକ ହୋଇଥିବାରୁ କେମିତି ଚିକିତ୍ସା ହେବ ସେ ନେଇ ଭୟଭିତ ଥିଲୁ। ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଆମକୁ ବଞ୍ଚାଇ ଦେଲା ବୋଲି ସୁରେନ୍ଦ୍ର କହିଛନ୍ତି।

ସମ ହସପିଟାଲରେ ପହଁଚିବା ପରେ ଏଠାରେ କର୍ମଚାରୀମାନେ କାର୍ଡ ଦେଖି ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ। ଆମେ ହସପିଟାଲରେ ପ୍ରାୟ ମାସାଧିକ ସମୟ ରହି ଚିକିତ୍ସିତ ହେଲୁ। ମୋ ସାଙ୍ଗରେ ଯେ ପୋଡି ହୋଇ ଯାଇଥିଲା ତାହାର ପ୍ଲାଷ୍ଟିକ ସର୍ଜରୀ ହେଲା। ହେଲେ କାହାର ହେଲେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହେଲା ନାହିଁ। ଏହି କଥା କହି କହି କାନ୍ଦି ପକାଇଥିଲେ ସୁରେନ୍ଦ୍ର ପ୍ରଧାନ।

ଅନ୍ୟପକ୍ଷରେ ସେହି ଘଟଣାରେ ପ୍ରତୀକ ନାମକ ଆଉ ଜଣେ ଯୁବକଙ୍କର ଦେହ ଅଧିକ ପୋଡିଯାଇଥିଲା। ତାହାର ଅବସ୍ଥା ଗୁରୁତର ଥିଲା। ଫଳରେ ତାଙ୍କର ଏକ ବଡ ଅପରସେନ କରାଗଲା। ମାସେ ମଧ୍ୟରେ ତାହାର ସ୍ବାସ୍ଥ୍ୟ କାର୍ଡରେ ଥିବା ପାଞ୍ଚଲକ୍ଷ ଟଙ୍କା ସବୁ ଖର୍ଚ୍ଚ ହୋଇଗଲା। ଆମେ ମୁଖ୍ୟ ଶାସନ ସଚିବଙ୍କୁ ମେସେଜ ପଠାଇଲୁ। ସେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବାରୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଆସି ଡାକ୍ତରଖାନା ସହିତ କଥା ହେଲେ।

ଏହାପରେ ଦୀର୍ଘ ଦିନ ଧରି ତାଙ୍କର ମାଗଣା ଚିକିତ୍ସା ମଧ୍ୟ ଚାଲିଛି। ତାଙ୍କର ପାଞ୍ଚ ଲକ୍ଷ ଟଙ୍କା ସରି ଯାଇଥିଲେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାଗଣା ଚିକିତ୍ସା ଚାଲିଛି ବୋଲି ସୁରେନ୍ଦ୍ର କହିଛନ୍ତି। ଏପରି ମାଗଣା ଚିକିତ୍ସା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ହସପିଟାଲ ଲୋକଙ୍କ ପାଖରେ ଚୀର ଋଣି ବୋଲି କୋହ ଭରା କଣ୍ଠରେ ସୁରେନ୍ଦ୍ର କହିଥିଲେ। ସମସ୍ତେ ଚିକିତ୍ସିତ ହୋଇ ବର୍ତ୍ତମାନ ଘରେ ଅଛନ୍ତି।

ସମ ହସପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.