Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅପରାଜିତା; ରାଜନୀତିର ରାସ୍ତାରେ ଫୁଲ କମ, ଖାଲି କଣ୍ଟା ଆଉ କଣ୍ଟା
ବିଶେଷ ଖବର

ଅପରାଜିତା; ରାଜନୀତିର ରାସ୍ତାରେ ଫୁଲ କମ, ଖାଲି କଣ୍ଟା ଆଉ କଣ୍ଟା

November 25, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ- 

ଆଗରୁ ବିଜେପିରେ ଅନେକ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଓଡିଆ ସିନେମାର ପ୍ରାୟ ସବୁ ନାମୀ ଦାମୀ ନାୟକ ନାୟିକା ବି ଗେରୁଆ ଟୋପି ପିନ୍ଧିଥିଲେ। ଏକଦା କଂଗ୍ରେସର ବିରାଟ ନେତା କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ପରିବାର ଓ ତାଙ୍କର ଲୁଲୁ ସେନା ମଧ୍ୟ ଆସିଥିଲେ। ତାର ଆଉ ଟିକେ ଆଗରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ପଦ୍ମଫୁଲ ର ଆଶ୍ରା ନେଇଥିଲେ। ସେମାନଙ୍କ ଯୋଗଦାନକୁ ବିଜେପି ମିଶ୍ରଣ ପର୍ବ ବୋଲି କହିଥିଲା। ହେଲେ ଏବେ ଅଣ ଓଡିଆ ଆଇଏଏସ ଅଧିକାରୀ ଅପରାଜିତା ଷଢଙ୍ଗୀ ବିଜେପିରେ ଯୋଗ ଦେବା ଆଗରୁ ଏତେ ଚର୍ଚ୍ଚା କାହିଁକି? ଅପରାଜିତା କଣ ସତରେ ଓଡିଶାର କିରଣ ବେଦୀ? ଚାକିରି କାଳରେ ସେ କଣ ଜଣେ ଅନମନୀୟ ସରକାରୀ ଅଧିକାରୀ ଥିଲେ? ଯେମିତି ହୃଷୀକେଶ ପଣ୍ଡା ଗୋଟେ ସମୟରେ ପୂରା ବିଧାନସଭା ବିରୋଧରେ ଠିଆ ହେବାର ସାହସ କରିଥିଲେ କିମ୍ବା ପୂରା ରାଜନୈତିକ ନେତୃତ୍ୱକୁ ଆହ୍ଵାନ କରିବାରେ ସଫଳ ହୋଇଥିଲେ, ସେମିତି କିଛି ସାହସ ଆମେ ଅପରାଜିତାଙ୍କ ଚାକିରି ଜୀବନରେ ଦେଖିଛୁ କି? ଏହାର ସରଳ ଉତ୍ତର ହେବ, ନା। ସରକାର ଓ ରାଜନୈତିକ ନେତୃତ୍ୱ ସହ ସେ ବେଶ ଭଲ ସମ୍ପର୍କ ରଖିଥିଲେ ଓ ଗୋଟେ ସମୟରେ ବିଜେଡ଼ିର ଦ୍ଵିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ବିଶ୍ଵସ୍ତ ଅଧିକାରୀଙ୍କ ଭିତରୁ ସେ ଅନ୍ୟତମ ଥିଲେ। ତେଣୁ ତାଙ୍କୁ ସରକାରର ଗୁମର ଫିଟାଇବାରେ ସହାୟକ ହେବେ ବୋଲି ଭାବିବା କେବଳ ପିଲାଳିଆ କଳ୍ପନା ଛଡା ଆଉ କିଛି ନୁହେଁ।

ପ୍ରଶାସନିକ ଅଧିକାରୀ ମାନେ ରାଜନୀତିକୁ ଆସିବା ନୂଆ କଥା ନୁହେଁ। ଏବେ ବିଜେପିର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଧ ଡଜନରୁ ଅଧିକ ଆଇଏଏସ, ଆଇପିଏସ ଓ ସେନା ଅଧିକାରୀ ମନ୍ତ୍ରୀ ଅଛନ୍ତି। ଉଦାହରଣ ସ୍ୱରୂପ ପୂର୍ବତନ ପୋଲିସ କମିଶନର ସତପାଲ ସିଂ, ପୂର୍ବତନ ସେନାମୁଖ୍ୟ ଭି କେ ସିଂ, ପୂର୍ବତନ ଆଇଏଏସ ଅଧିକାରୀ ଅଲ୍ଫୋଂସ କାନାଥନମ ଓ  ଆରକେ ସିଂ, ପୂର୍ବତନ ଆଇଏଫଏସ ହରଦୀପ ପୁରୀ ପ୍ରମୁଖଙ୍କ ନାମ ନିଆଯାଇପାରେ। ଏମାନେ କ୍ଷମତା ଲାଗି ରାଜନୀତିକୁ ଆସିଛନ୍ତି, କିନ୍ତୁ ଚାକିରି କାଳରେ ଥିବା ସରକାର ବିରୋଧରେ ଏମାନଙ୍କ ପାଟି ଫିଟିନାହିଁ। ଭାରତୀୟ ପ୍ରଶାସନିକ ସେବାର ତାହାହିଁ ହେଉଛି ପରମ୍ପରା। ଚାକିରିରେ ଥିବା ସମୟରେ ଯାହା ନିଷ୍ପତ୍ତି ନିଆଯାଏ ତାହାର ଉତ୍ତରଦାୟିତ୍ଵ ସମ୍ପୃକ୍ତ ଅଧିକାରୀଙ୍କର ମଧ୍ୟ। ତେଣୁ ଅପରାଜିତା ଆସି ନବୀନ ସରକାରର କଣ ଗୋଟେ ଗୁମର ଫିଟେଇ ଦେବେ ବୋଲି କେହି ଯଦି କଲ୍ପନା କରୁଥାଏ, ତାହେଲେ ସେ ଗୋଟେ ଅଫିମିଆ ସ୍ଵପ୍ନରେ ଅଛି ବୋଲି ଭାବିବାକୁ ପଡିବ।

ଅପରାଜିତା ନିଜ ଭିତରେ ଥିବା ରାଜନୈତିକ ଅଭିଳାଷ ପାଇଁ ରାଜନୀତିକୁ ଆସୁଛନ୍ତି ଓ ସେଇଟା ତାଙ୍କର ଗଣତାନ୍ତ୍ରିକ ଅଧିକାର। ଓଡିଶା କ୍ୟାଡରର ଅଧିକାରୀ ଭାବରେ ସ୍ଵେଚ୍ଛା ରେ ଅବସର ନେବାକୁ ତାଙ୍କୁ ଓଡିଶା ସରକାର ଅନୁମତି ଦେଇଛନ୍ତି। ତେଣୁ ସେ ଯେ ଓଡିଶା ସରକାରଙ୍କ ବିରୋଧରେ କଣ ଗୋଟେ ମହାଭିଯୋଗ ନେଇ ଆସିବେ, ସେ ବିଶ୍ଵାସ ଆମର ନାହିଁ। ଆଇଏଏସ ହୋଇ ହୁକୁମ ଚଳାଇବା ଓ ନେତା ହେବା ଏକା କଥା ନୁହେଁ। ବରଂ ଏଇଟା ଅପରାଜିତାଙ୍କ ପାଇଁ ଗୋଟେ ବଡ ଆହ୍ଵାନ। ତାଙ୍କୁ ଏବେ ରାସ୍ତାରେ ଲଢିବାକୁ ପଡିବ। ରାଜନୀତିର ଜଟିଳ ମାରପେଞ୍ଚ୍ଜ ଭିତରେ ନିଜ ଅତିତ୍ଵ ବଞ୍ଚାଇବାକୁ ପଡିବ। ବହୁ ଅଜଣା ଶତ୍ରୁ ଓ ମିତ୍ରଙ୍କର ମୁହାଁମୁହିଁ ହେବାକୁ ପଡିବ । ଅଭିଯୋଗ ଓ ଅପମାନକୁ ସାମ୍ନା କରିବାକୁ ପଡିବ। ତେଣୁ ଅଧିକାରୀର ରାସ୍ତା ପରି ଏ ରାସ୍ତା ସରଳ ନୁହେଁ। ଯେଉଁ ଗଣମାଧ୍ୟମରେ ଆଜି ତାଙ୍କୁ ଚର୍ଚ୍ଚିତ ଚେହେରା କରାଯାଉଛି, ସେଇ ଗଣମାଧ୍ୟମରେ ଆସନ୍ତାକାଲି ତାଙ୍କୁ ଅସୁବିଧାରେ ପକାଯିବ। ତେଣୁ ରାତାରାତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ସ୍ଵପ୍ନରେ ଅପରାଜିତା ଯେ ଆସିନଥିବେ, ସେକଥା ଭାବିବା ଯୁକ୍ତିଯୁକ୍ତ ହେବ। ହେଲେ ତାଙ୍କୁ ଯେଉଁ ପ୍ରକାର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଛି, ସେଥିରେ ବିଜେପିର ଆଭ୍ୟନ୍ତରୀଣ ମହଲରେ ତାଙ୍କୁ ନେଇ ଗୋଟେ ପ୍ରକାର ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇସାରିଛି। ଦଳ ଭିତରେ ସେ ଏ ପ୍ରକାର ଅସ୍ଵାଭାବିକ ସମସ୍ୟାକୁ ସେ କେମିତି ସାମ୍ନା କରୁଛନ୍ତି, ତାହା ଭବିଷ୍ୟତ କହିବ।

ତେବେ ଅପରାଜିତାଙ୍କୁ ନେଇ ଗଣମାଧ୍ୟମରେ ଯେତେ ଅଧିକ ହଲ୍ଲା ହେବ, ତାହା ତାଙ୍କର ରାଜନୈତିକ ଭବିଷ୍ୟତ କୁ ସେତେ ଅଧିକ ବିପଦରେ ପକାଇବ ।    

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.